ଗୁଗଲ ମ୍ୟାପ୍ସର ବଢିଆ ଫିଚର । ଯାହା ଆପଣଙ୍କୁ ଜଣାଇ ଦେବ ଆପଣଙ୍କ ଗାଡ଼ି କେଉଁଠି ପାର୍କ ହୋଇଛି

କୌଣସି ଦୂର ସ୍ଥାନ ହେଉ ବା କୌଣସି ଅଜଣା ସ୍ଥାନରେ  ଆପଣ ରାସ୍ତା ଭୁଲିଗଲେ ସଙ୍ଗେ ସଙ୍ଗେ ଗୁଗଲ ମ୍ୟାପ୍ସର ବ୍ୟବହାର କରନ୍ତି । ଆମ ଭାରତ ଭଳି ଦେଶରେ ଆପଣ ବିନା ଗୁଗଲ ମ୍ୟାପ୍ସରେ ତ କେଉଁ ସ୍ଥାନକୁ ଯିବା ଭାରି ମୁସ୍କିଲ । ଗଳି କନ୍ଦି ସହର ହେଉ ବା ଗାଁ ଗହଳି ରାସ୍ତା ସବୁର ଟିକନିଖ୍ ଦିଗ ଆପଣଙ୍କୁ ଦେଖାଇ ଥାଏ । ହେଲେ ଗୁଗଲ୍ ମ୍ୟାପ୍ସ କେବଳ ଏ ସ୍ଥାନରୁ ସେ ସ୍ଥାନକୁ ଯିବା ପାଇଁ ନୁହେଁ ବରଂ ଏହି ଆପ୍ ରେ ଆହୁରି ଅନେକ ଫିଚର ରହିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ହୁଏତ ଆପଣ ମାନେ ମଧ୍ୟ ଜାଣି ନଥିବେ । ତେବେ ଗୁଗଲ ମ୍ୟାପ୍ସ  ଆପଣଙ୍କ ଗାଡ଼ି ପାର୍କିଂ ସ୍ଥାନକୁ ବି ମନେ ରଖିପାରିବ । ତେବେ ହଁ ଆଜ୍ଞା ଉପରୋକ୍ତ ଶୀର୍ଷକ ପଡି କଥାଟି ବିଶ୍ୱାସ ହେଉ ନଥିଲେ ମଧ୍ୟ ଏହା ସମ୍ପୂର୍ଣ ଭାବରେ ସତ । ଏମିତି ଅନେକ ଫିଚର ଗୁଗଲ ମ୍ୟାପସ୍ ରେ ଉପଲବ୍ଧ ଅଛି । ଯାହାର ବ୍ୟବହାର କରି ଆପଣ ନିଜ ଯାତ୍ରାକୁ ଆହୁରି ସହଜ କରିପାରିବେ । ପାର୍କିଂ ଲୋକେସନ ମନେ ରଖିବ ଗୁଗଲ୍ ଆପ୍ । ଯଦି ଆପଣ କୌଣସି ଗହଳି କିମ୍ବା ଭିଡ଼ ସ୍ଥାନରେ ଗାଡ଼ି ପାର୍କ କରିଛନ୍ତି ।

ହେଲେ ଆପଣ ଯେଉଁଠାରେ ଗାଡ଼ି ପାର୍କ କରିଛନ୍ତି ତାହା ଆପଣ ମନେ ରଖିବା ମୁସ୍କିଲ ହେଉଛି କି, ତେବେ ଏଭଳି କ୍ଷେତ୍ରରେ ଗୁଗଲ ମ୍ୟାପସ୍ ରେ ଥିବା ଫିଚର ଆପଣଙ୍କୁ ସାହାଯ୍ୟ କରିପାରିବ । ତେବେ ଆପଣ ନିଜ ଗାଡ଼ି ପାର୍କ କରିବା ପରେ ତାହାର ଫଟୋ ନିଅନ୍ତୁ । ଏବଂ ଏହା ପରେ  ଗୁଗଲ ମ୍ୟାପ୍ସ ଓପନ କରନ୍ତୁ । ମ୍ୟାପ୍ ରେ ଆପଣଙ୍କୁ ଆପଣଙ୍କ କରେଣ୍ଟ ଲୋକେସନ ଦେଖାଇବ । ଲୋକେସନ ଦେଖାଉଥିବା ଚିହ୍ନ  ଉପରେ କ୍ଲିକ୍ କରନ୍ତୁ ଆଉ ସେଭ୍ କରନ୍ତୁ । ଆପଣ ଲୋକେସନ ଲିଷ୍ଟରେ ଦିଆଯାଇଥିବା ଚାରୋଟି ଅପସନରୁ ଗୋଟିଏରେ ସେଭ୍ କରିପାରିବେ ।

ନହେଲେ ଅନ୍ୟ ଏକ ନୂଆ ଲିଷ୍ଟ ବନାଇ ପାରିବେ । ଯାହା ଆପଣଙ୍କ ପାର୍କିଂର ଲୋକେସନର ନାମ ଥିବ । ଆଉ ମ୍ୟାପ୍ ଉପରେ କ୍ଲିକ୍ କରିବା ପରେ ଆପଣ ସିଧା ଏବଂ ଖୁବ ସହଜରେ ପାର୍କିଂ ଲୋକେସନରେ ପହଞ୍ଚି ପାରିବେ । ଯଦି ଆପଣ ଏହି ଫିଚରକୁ ବାରମ୍ବାର ବ୍ୟବହାର କରିବାପାଇଁ ଚାହୁଁଛନ୍ତି ତେବେ ଏହାକୁ ଅଟୋମେଟିକଲି ବି କରା ଯାଇପାରିବ । ଏଥିପାଇଁ ଆପଣଙ୍କୁ ମ୍ୟାପ୍ସର ସେଟିଂରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ । ମାପ୍ସ ସେଟିଂର ନେଭିଗେସନକୁ ଯାଇ ସେଠାରେ ଥିବା ସେଭ୍ ପାର୍କିଂ ଲୋକେସନକୁ ଏନାବଲ୍ କରିଦିଅନ୍ତୁ ।

odia sambada
Comments (0)
Add Comment