ସ୍ୟାଲେରି ମିଳୁଥିଲେ 3 ସପ୍ତାହ ମଧ୍ୟରେ ପୁରା କରନ୍ତୁ ଏହି କାମ, ନଚେତ୍ ଦେବାକୁ ପଡ଼ିବ 5000 ଟଙ୍କାର ଜୋରିମାନା

Income Tax Department: ଜୀବନଯାପନ କରିବାପାଇଁ ସମସ୍ତଙ୍କର ପଇସା ଦରକାର ହୋଇଥାଏ । ଏପରି ପରିସ୍ଥିତିରେ କିଛି ଲୋକ ବିଜନେସ କରନ୍ତି ତ ଆଉ କିଛି ଲୋକ ଚାକିରିର ରାସ୍ତା ଆପଣାଇ ନିଅନ୍ତି । ସେହିପରି ଯେଉଁ ଲୋକମାନେ ଚାକିରି ମାଧ୍ୟମରେ ପଇସା ରୋଜଗାର କରନ୍ତି, ସେମାନଙ୍କ ଆୟର ସାଧନ ସେମାନଙ୍କ ସ୍ୟାଲେରି ହୋଇଥାଏ । ଏପରି ଲୋକଙ୍କୁ ଚାକିରିଆ କୁହାଯାଏ । ତେବେ ବର୍ତ୍ତମାନ ଏହି ଚାକିରିଆ ଲୋକଙ୍କୁ, ଯେଉଁ ମାନଙ୍କର ପ୍ରତି ମାସରେ ସ୍ୟାଲେରି ଆସିଥାଏ, ସେମାନଙ୍କୁ ବର୍ତ୍ତମାନ ତିନି ସପ୍ତାହ ମଧ୍ୟରେ ହିଁ ଗୋଟିଏ ଜରୁରୀ କାମ ପୁରା କରିବାକୁ ପଡ଼ିବ । ଯଦି ଏହି ଜରୁରୀ କାମ ତିନି ସପ୍ତାହ ମଧ୍ୟରେ ପୁରା ନ କରାଯାଏ, ତେବେ ଜୋରିମାନା ମଧ୍ୟ ଦେବାକୁ ପଡିପାରେ ।

ଦେବାକୁ ପଡିପାରେ ଜୋରିମାନା :-

ଯଦି ଲୋକଙ୍କର ଆମଦାନୀ ହେଉଛି, ତେବେ ଲୋକଙ୍କୁ ସେହି ଆୟ ଉପରେ ଟ୍ୟାକ୍ସ ମଧ୍ୟ ଦେବାକୁ ପଡେ । ଏଥିପାଇଁ ପ୍ରତିବର୍ଷ ଲୋକଙ୍କୁ ଇନକମ୍ ଟ୍ୟାକ୍ସ ରିଟର୍ନ ଦେବାକୁ ପଡିଥାଏ । ସେହିପରି ବର୍ତ୍ତମାନ ଇନକମ୍ ଟ୍ୟାକ୍ସ ରିଟର୍ନ ଦାଖଲ କରିବାର ଶେଷ ତାରିଖ ମଧ୍ୟ ପାଖେଇ ଆସିଲାଣି । ତେଣୁ ଶେଷ ତାରିଖ ପୁର୍ବରୁ ହିଁ ଆଇଟିଆର ଦାଖଲ କରିବା ଲାଭଦାୟକ ପ୍ରମାଣିତ ହେବ, ନଚେତ୍ ଏହାପରେ ଜୋରିମାନା ମଧ୍ୟ ଦେବାକୁ ପଡିପାରେ ।

5000 ଟଙ୍କାର ଜୋରିମାନା :-

ଆର୍ଥିକ ବର୍ଷ 2021-22 ପାଇଁ ଇନକମ୍ ଟ୍ୟାକ୍ସ ରିଟର୍ନ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ 31 ତାରିଖ 2022 । ଇଣ୍ଡିଭିଜୁଆଲ ଆୟକରଦାତାଙ୍କୁ ଜୁଲାଇ 31 ସୁଦ୍ଧା ଇନକମ୍ ଟ୍ୟାକ୍ସ ରିଟର୍ନ ଦାଖଲ କରିବା ଜରୁରୀ ଅଟେ । ସେହିପରି ଯଦି କେହି ଜୁଲାଇ 31 ତାରିଖ ପରେ ଇନକମ୍ ଟ୍ୟାକ୍ସ ରିଟର୍ନ ଦାଖଲ କରନ୍ତି, ତେବେ ଜୋରିମାନା ମଧ୍ୟ କରାଯାଇପାରେ । ଜୋରିମାନା ରାଶି 5000 ଟଙ୍କା ଅଟେ । ଏପରି ପରିସ୍ଥିତିରେ ବର୍ତ୍ତମାନ ଜୁଲାଇ 31 ତାରିଖ ଆସିବାପାଇଁ ଆହୁରି ତିନି ସପ୍ତାହ ବାକି ଅଛି ।

ଏଠାକୁ ଯାଇ ଭରିଦିଅନ୍ତୁ ଆଇଟିଆର :-

ଇନକମ୍ ଟ୍ୟାକ୍ସ ଅନଲାଇନ୍ ଦାଖଲ କରାଯାଇପାରେ । ଅନଲାଇନରେ ITR ଭରିବା ପାଇଁ ଅଫିସିଆଲ୍ ୱେବସାଇଟ https://eportal.incometax.gov.in/iec/foservices/#/login କୁ ଯିବାକୁ ପଡିବ । ଏଠାରେ ନିଜ ଆଇଡି ପାସୱାର୍ଡ ଦେଇ ଲଗିନ କରିବାକୁ ପଡ଼ିବ ଏବଂ ତାପରେ ନିଜର ଆୟ ସମ୍ବନ୍ଧିତ ସୂଚନା ଦେଇ ଇନକମ୍ ଟ୍ୟାକ୍ସ ରିଟର୍ନ ଦାଖଲ କରିବାକୁ ପଡ଼ିବ ।

odia sambada
Comments (0)
Add Comment