ମୁଢ଼ି ଖାଇବାକୁ ପସନ୍ଦ କରନ୍ତି କି, ଜାଣନ୍ତୁ ଏହାର ଲାଭ ବିଷୟରେ…

ଅନେକ ଲୋକ ସକାଳ ହେଉ କିମ୍ବା ସନ୍ଧ୍ୟା ସ୍ନାକ୍ସରେ ମୁଢ଼ି ଖାଇବାକୁ ପସନ୍ଦ କରନ୍ତି। କେବଳ ଓଡ଼ିଶାରେ ନୁହେଁ ବରଂ ସାରା ଭାରତରେ ସମସ୍ତେ ମୁଢ଼ି ଖାଇବାକୁ ପସନ୍ଦ କରନ୍ତି। ଚାଉଳର ପ୍ରସ୍ତୁତ ଏହି ମୁଢ଼ି ଶରୀର ପାଇଁ ହିତକାରୀ ଅଟେ। ଏବଂ ଏହା ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିଥାଏ। ଆସନ୍ତୁ ଜାଣିବା ଏହାର ଲାଭ କଣ ରହିଛି ଜାଣିବା।

ମୁଢ଼ିରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ ରହିଛି। ଯାହା ଖାଇବା ଦ୍ଵାରା ତୁରନ୍ତ ଆପଣଙ୍କ ଶରୀରକୁ ଶକ୍ତି ମିଳେ। ମୁଢ଼ିରେ ଥିବା ଡାଇଟେରି ଫାଇବର ଶରୀରର ମେଟାବୋଲିଜିମକୁ ବୃଦ୍ଧି କରିଥାଏ। ଏବଂ ହଜମ କ୍ରିୟାରେ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ-ଡି, ଆଇରନ, ଫାଇବର ଓ କ୍ୟାଲସିୟମ ଉତ୍ତମ ମାତ୍ରାରେ ରହିଥାଏ। ତେଣୁ ହାଡକୁ ଶକ୍ତ ରଖିବାରେ ମୁଢ଼ି ସାହାଯ୍ୟ କରିଥାଏ। ମୁଢ଼ିରେ ନିରୋ ଟ୍ରାନ୍ସମିଟର ନ୍ୟୁଟ୍ରିଏଣ୍ଟ ରହିଛି। ଯାହା ମସ୍ତିସ୍କର ବିକାଶରେ ମଧ୍ୟ ସହାୟକ ହୁଏ।

ମୁଢ଼ିରେ ଥିବା ନିମ୍ନ ସୋଡ଼ିୟମ କଣ୍ଟେଟ ରକ୍ତ ଚାପର ସ୍ତରକୁ ଠିକ ରଖେ। ମୁଢ଼ିରେ ଥିବା ଭିଟାମିନ-ବି ଓ ମିନେରାଲ ଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ। ମୁଢ଼ିରେ କମ କେଲୋରି ଥିବାରୁ ଏହା ଓଜନ ମଧ୍ୟ ହ୍ରାସ କରିଥାଏ। ଏହାଦ୍ବାରା ହୃଦଘାତ ହେବାର ଆଶଙ୍କା ମଧ୍ୟ କମ ହୋଇଥାଏ।

odia sambada
Comments (0)
Add Comment