ଆଜି ଆମେ ଆପଣଙ୍କୁ ଯେଉଁ ବିଜନେସ ବିଷୟରେ କହିବାକୁ ଯାଉଛୁ ତାହାକୁ କରିବା ମାତ୍ରକେ ଆପଣ ଲାଭବାନ ହୋଇଯିବେ ଓ ଆପଣଙ୍କ ଲଟେରୀ ଲାଗିଯିବ। ଏହି ବିଜନେସକୁ କରିବାପାଇଁ ଆପଣଙ୍କୁ ପ୍ରଥମେ ବହୁତ କମ ଦାମ ନିବେଶ କରିବାକୁ ହେବ। ଆମେ ଆପଣଙ୍କୁ କହୁଛୁ Frozen ମଟର ବିଷୟରେ, ଏହି ବିଜନେସରେ ଆପଣଙ୍କୁ ବହୁତ ସାରା ରୋଜଗାର କରିପାରିବେ।
ଏହି ବିଜନେସରେ ଆପଣଙ୍କୁ କୃଷକଙ୍କ ଠାରୁ ମଟର କିଣିବାକୁ ହେବ। ମଟରର ଡିମାଣ୍ଡ ସାରା ବର୍ଷ ରହିଥାଏ ଓ ଶୀତ ଦିନରେ ଏହା ଉପଲବ୍ଧ ଥାଏ। ଏହି ବିଜନେସରେ ପ୍ରଥମେ ଆପଣ ଢ଼େର ସାରା ମଟର କିଣନ୍ତୁ। ଆପଣଙ୍କୁ କେତେ ମଟର ଆବଶ୍ୟକ ହେବ ଏହା ତାହା ଉପରେ ନିର୍ଭର କରିବ ଯେ, ଆପଣଙ୍କ ବିଜନେସ କେତେ ବଡ଼ ଆପଣ କରିବାକୁ ଚାହୁଁଛନ୍ତି। ଅନୁମାନ ଲଗାଇ ଆପଣଙ୍କୁ ଏହି ତଥ୍ୟ ଗ୍ରହଣ କରିବାକୁ ହେବ ଯେ, ବର୍ଷକ ଭିତରେ ଆପଣ କେତେ ପରିମାଣର ମଟର ବିକ୍ରି କରିପାରିବେ।
ଛୋଟ ସ୍ତରରେ ଆପଣ ନିଜର ଘରେ ଏକ ଛୋଟ ରୁମରେ ଏହାକୁ ଆରମ୍ଭ କରିପାରିବେ। ବଡ଼ ସ୍ତରରେ କରିବାକୁ ହେଲେ ଆପଣଙ୍କୁ 4000 ସ୍କୋୟାରଫୁଟ ଜାଗାର ଆବଶ୍ୟକତା ହେବ। ଯଦି ଆପଣ ଛୋଟ ସ୍ତରରେ ବିଜନେସ କରିବାକୁ ଚାହାଁନ୍ତି ତାହେଲେ ଆପଣ ଦଶ ଟଙ୍କା କିଲୋ ହିସାବରେ ମଟର କିଣନ୍ତି ତ ଦୁଇ କିଲୋ ମଟରରେ ଗୋଟିଏ କିଲୋ ମଟର ଦାନା ବାହାରିବ।
ଆପଣ ଏହି ମଟର ଦାନାକୁ 120ଟଙ୍କା କିଲୋ ହିସାବରେ ବିକ୍ରି କରିପାରିବେ। ଯଦି ଆପଣ ଏହାକୁ ରିଟେଲର୍ସଙ୍କୁ ବିକ୍ରି କରୁଛନ୍ତି ତାହେଲେ 180 ରୁ 200 ଟଙ୍କା କିଲୋ ହିସାବରେ ମଧ୍ୟ ବିକ୍ରି ହୋଇଯିବ। ଏହାକୁ ଆପଣ ନିଜର ପାଖ ଦୋକାନ, ରେଷ୍ଟୁରାଣ୍ଟ, ଢ଼ାବା ଓ ମଲରେ ସିଧା ସପ୍ଲାଏ କରିପାରିବେ।
କେମିତି ଆରମ୍ଭ କରିବେ?:-
ଛୋଟ ସ୍ତରରେ ଆପଣ ଏହାକୁ ନିଜ ଘରେ ଆରମ୍ଭ କରିପାରିବେ ଓ ବଡ଼ ସ୍ତରରେ ଆପଣଙ୍କୁ 4000 ସ୍କୋୟାର ଫୁଟ ଜମି ଆବଶ୍ୟକ ହେବ। ଛୋଟ ସ୍ତରରେ ଆପଣ ନିଜ ପାଖରେ ଚୋପା ଛଡ଼ାଇବା ପାଇଁ କିଛି ଶ୍ରମିକ ରଖିପାରିବେ ଓ ବଡ଼ ସ୍ତରରେ ମେସିନ ରଖିହେବ। ଏହାସହ କିଛି ଲାଇସେନ୍ସ ଆପଣଙ୍କୁ ଆବଶ୍ୟକ ହେବ।
ସର୍ବପ୍ରଥମେ ଆପଣଙ୍କୁ ବହୁତ ସାରା ମଟର ଏକତ୍ର କରିବାକୁ ହେବ:-
ଏହି ବିଜନେସକୁ ଆପଣ ଆରମ୍ଭ କରିବାକୁ ହେଲେ ପ୍ରଥମେ ବଜାରରେ ରିସର୍ଚ୍ଚ କରିବାକୁ ହେବ ଯେ, ଆପଣ କେତେ ମଟର ବିକ୍ରି କରିପାରିବେ। ସେହି ଅନୁସାରେ, ଆପଣଙ୍କୁ ମଟର ଏକତ୍ରିତ କରିବାକୁ ହେବ।
କେତେ ହେବ ରୋଜଗାର:-
Frozen ମଟର ବିଜନେସ ଆରମ୍ଭ କରିବା ସମୟରେ ଆପଣଙ୍କୁ 50 ରୁ 80 ପ୍ରତିଶତ ଲାଭ ହେବ। ଆପଣ କୃଷକଙ୍କ ଠାରୁ 10 ଟଙ୍କା ପ୍ରତିକିଲୋ ହିସାବରେ ମଟର କିଣିପାରିବେ। ଏଥିରେ 2 କିଗ୍ରା ଗ୍ରିନ ମଟରରୁ 1 କିଗ୍ରା ଦାନା ବାହାରିଥାଏ। ଆପଣ ଏହି ମଟର ଦାନା ଗୁଡିକୁ ପ୍ରୋସେସ କରି 120 ଟଙ୍କା ପ୍ରତିକିଲୋ ହିସାବରେ ବିକ୍ରି କରିପାରିବେ।ସେହିପରି ଯଦି ଆପଣ Frozen ମଟର ଦାନାକୁ ରିଟେଲ ଦୋକାନୀକୁ ବିକ୍ରି କରନ୍ତି ତାହେଲେ ଆପଣଙ୍କୁ ଏହାର ଲାଭ 200 ଟଙ୍କା ପ୍ରତିକିଲୋ ହିସାବରେ ବିକ୍ରି କରିପାରିବେ।
ଜାଣନ୍ତୁ Frozen ମଟର କେମିତି ପ୍ରସ୍ତୁତ ହୁଏ:-
Frozen ମଟର ବନାଇବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ଏହା ଛଡ଼ାଇବାକୁ ହେବ। ଏହାପରେ ମଟରକୁ ପାଖାପାଖି 90 ଡ଼ିଗ୍ରୀ ସେଣ୍ଟିଗ୍ରେଡ଼ ତାପମାତ୍ରା ଜରିଆରେ ଫୁଟାଇବାକୁ ପଡ଼ିଥାଏ। ଏହାପରେ ମଟର ଦାନାକୁ 3 ରୁ 5 ଡ଼ିଗ୍ରୀ ଥଣ୍ଡା ପାଣିରେ ପକାଇବାକୁ ହୋଇଥାଏ। ଯାହାଦ୍ୱାରା ଏଥିରୁ ବ୍ୟାକ୍ଟେରିଆ ଗୁଡ଼ିକ ମରିଯାଆନ୍ତି। ଏହାପରେ ମଟରକୁ 40 ଡ଼ିଗ୍ରୀ ତାପମାତ୍ରାରେ ରଖାଯାଏ ପରେ ଏହାକୁ ଅଲଗା ଅଲଗା ପ୍ୟାକେଟସରେ ଓଜନ କରାଯାଇ ବଜାରରେ ପହଞ୍ଚାଇ ଦିଆଯାଇଥାଏ।
ବହୁତ ଲାଭ ଦେଇଥାଏ ଏହି ମଟର ବିଜନେସ:-
ଇଣ୍ଡଷ୍ଟ୍ରି ଲେଭେଲରେ ଆପଣଙ୍କୁ 25 ରୁ 30 ପ୍ରତିଶତ ପର୍ଯ୍ୟନ୍ତ ଲାଭ ହେବ। ଯଦି ଆପଣ ସିଧା ରିଟେଲରଙ୍କୁ ବିକ୍ରି କରୁଛନ୍ତି ତାହେଲେ 200 ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିପାରିବେ, ଯାହାକୁ କେବଳ 20 ଟଙ୍କାରେ ଆପଣ କିଣିପାରିବେ।