ରଥ ଉପରୁ ସେବାୟତଭ ସହିତ ଖସିପଡିଲେ କାଳିଆ ସାଆନ୍ତ

କରୋନା କଟକଣା ପରେ ଦୁଇବର୍ଷ ପରେ ଭକ୍ତଙ୍କ ଗହଳରେ ହୋଇଛି ରଥଯାତ୍ରା। ପବିତ୍ର ରଥଯାତ୍ରାରେ ଗଡିଛି ମହାପ୍ରଭୁଙ୍କର ରଥ। ସଙ୍କୀର୍ତ୍ତନ ଓ ମୃଦଙ୍ଗ ଶବ୍ଦରେ ପ୍ରକମ୍ପିତ ହୋଇଛି ପ୍ରତ୍ୟେକଟି ଗାଆଁ। କିନ୍ତୁ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଜରାସିଂଘା ଗାଆଁରେ ହୋଇଥିବା ରଥଯାତ୍ରାରେ ଘଟିଥିବା ଘଟଣା ସବୁ ଭକ୍ତଙ୍କ ମନରେ ଆଘାତ ସୃଷ୍ଟି କରିଛି। ତେବେ ଆସନ୍ତୁ ଜାଣିବା ବାସ୍ତବରେ କଣ ହୋଇଥିଲା।

ଜରାସିଂଘାରେ ଦୁଇବର୍ଷ ପରେ ବହୁ ଆଡ଼ମ୍ବରେ ରଥଯାତ୍ରା ପାଳନ ହୋଇଥିଲା। ଏହି ରଥଯାତ୍ରାରେ କାଳିଆ ସାଆନ୍ତ ନିଜ ମାଉସୀ ମାଆଙ୍କ ଘରେ ପହଞ୍ଚି ସାରିଥିଲେ। ସେଠାରେ ତାଙ୍କୁ ରଥର ତଳକୁ ଉଲ୍ହା ଯାଉଥିଲା। ଠିକ ସେହି ସମୟରେ ଘଟିଗଲା ଏକ ଅଘଟଣ। କାଳିଆ ସାଆନ୍ତଙ୍କ ସମେତ କିଛି ସେବାୟତ ମଧ୍ୟ ତଳେ ପଡିଗଲେ। ତାପରେ ସେଠାରେ ଥିବା ଭକ୍ତମାନେ ମଧ୍ୟ ବହୁତ ଯନ୍ତ୍ରଣା ଅନୁଭବ କରିଲେ।

ବାସ୍ତବରେ ସେବାୟତମାନେ ଯେତେବେଳେ ରଥରୁ କାଳିଆ ସାଆନ୍ତଙ୍କୁ ତଳକୁ ଆଣୁଥିଲେ ଠିକ ସେହି ସମୟରେ ସିଡିଟି ଭାଙ୍ଗିଗଲା ଓ କାଳିଆ ସାଆନ୍ତଙ୍କ ସମେତ ସେବାୟତମାନେ ମଧ୍ୟ ସେଠାରେ ପଡିଗଲେ। ଏହାଦେଖି ସେଠାରେ ସଙ୍ଗେ ସଙ୍ଗେ ସମସ୍ତଙ୍କ ମନରେ ଭରିଗଲା ଦୁଃଖ। ପୂର୍ବରୁ କେବେବି ଏମିତି ଅଘଟଣ ଘଟିନଥିଲା, ଏମିତି ଅଘଟଣ ସମସ୍ତଙ୍କୁ କରିଦେଇଛି ଆଶ୍ଚର୍ଯ୍ୟ। ଏଭଳି ଦୁର୍ଘଟଣା ସମସ୍ତ ଭକ୍ତଙ୍କ ମନରେ ଆଘାତ ସୃଷ୍ଟି କରିଛି। ଏହି ମନୁଷ୍ୟକୃତ ଭୁଲ ପାଇଁ ମହାପ୍ରଭୁ ତଳେ ପଡିଯିବାରୁ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଲାଗିଥିବା ବେଳେ ଘଟଣା ସମୟର ଭିଡ଼ିଓଟି ଦୃତ ଗତିରେ ଭାଇରାଲ ମଧ୍ୟ ହେଉଅଛି।

odia sambada
Comments (0)
Add Comment