ପରୀକ୍ଷାରେ ଆସିଲା କଠିନ ପ୍ରଶ୍ନ ତୋ ଛାତ୍ରୀ ଆଂସର ସିଟରେ ଲେଖିଲେ – ଫେଲ ହୋଇଗଲେ ମୁଁ ମରିଯିବି

ଯେତେବେଳେ ବୋର୍ଡ ପରୀକ୍ଷା ଆରମ୍ଭ ହୁଏ, ସେତେବେଳେ ଛାତ୍ର-ଛାତ୍ରୀ ନିଜର ପଢା ଆରମ୍ଭ କରିଦିଅନ୍ତି। କିଛି କମଜୋର ପିଲା ପରୀକ୍ଷା ଦିନ ପର୍ଯ୍ୟନ୍ତ ନିଜର ପ୍ରସ୍ତୁତି କରିପାରନ୍ତି ନାହିଁ ଓ ପୁଣି ପାସ ହେବା ପାଇଁ ଆଂସର ସିଟ ଚେକ କରୁଥିବା ବ୍ୟକ୍ତିଙ୍କୁ ପାସ କରିବା ପାଇଁ ରିକ୍ୱେଷ୍ଟ କରନ୍ତି। ପରୀକ୍ଷାରେ କଠିନ ପ୍ରଶ୍ନ ଦେଖି ଉତ୍ତର ଦେବା ପରିବର୍ତ୍ତେ ଅନେକ ପ୍ରକାର କଥା ସବୁ ଲେଖିଦିଅନ୍ତି। ସୋସିଆଲ ମିଡିଆରେ ଏପରି ଏକ ଫୋଟ ଭାଇରାଲ ହେଉଅଛି, ଯେଉଁଥିରେ ଜଣେ ଛାତ୍ରୀ କପି ଚେକ କରୁଥିବା ମ୍ୟାମଙ୍କୁ ଲେଖିଥିଲେ।

ବୋର୍ଡ ପରୀକ୍ଷାରେ ଟିଚରଙ୍କୁ ଦେଲେ ଏମିତି ମେସେଜ:-

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଫୋଟରେ ଦେଖିପାରିବେକି ଏହି ମାମଲା କାନପୁରର ଜାଜମଓ ସ୍ଥିତ କୌଣସି ବାଳିକା ଇଣ୍ଟର କଲେଜର ଅଟେ। ଛାତ୍ରୀ ନିଜର କପିର ଶେଷ ପୃଷ୍ଠାରେ ଲେଖିଲେ,’ଦୁନିଆର ସବୁ ଖୁସି ଦିଅନ୍ତୁ। ମୋତେ ସାହାଯ୍ୟ କରନ୍ତୁ। ଭଗବାନ ଆପଣଙ୍କୁ ଆହୁରି ଉଚ୍ଚ ପୋଷ୍ଟରେ ରଖନ୍ତୁ। ଏହା ମୋର ହୃଦୟରୁ ନିବେଦନ। ମୋତେ ବଞ୍ଚାଇନିଅନ୍ତୁ। ଯଦି ମୁଁ ବିଫଳ ହୋଇଯାଏ ତେବେ ମୁଁ ମରିଯିବି। ମୋତେ ତାନା ଠାରୁ ଭଲ ଲାଗେ ମରିଯିବା। ମୋତେ ସାହାଯ୍ୟ କରନ୍ତୁ। ମ୍ୟାମ ମୋତେ ପାସ କରିଦିଅନ୍ତୁ ମୋର ମାଆଙ୍କ ପାଇଁ, କାରଣ ମୋ ମାଆଙ୍କୁ ସଦମା ଲାଗିଯିବ।’

ଛାତ୍ରୀ କପିରେ ନିଜର ଘରର ସ୍ଥିତି ବିଷୟରେ ଲେଖିଲେ:-

ଛାତ୍ରୀ ଆଗକୁ ଲେଖିଲେ,’ତାଙ୍କୁ ଥାଇରଏଡ ଅଛି, ସୁଗାର ଅଛି। ମ୍ୟାମ ଆପଣଙ୍କର ମାଆ ଥିବେ। ଆପଣଙ୍କ ଭାଇ ଥିବ କିନ୍ତୁ ଆପଣ ମୋ ଘରେ ଆସି ଦେଖିପାରିବେ। ମୋର ଭାଇ ନାହିଁ ଯିଏକି ମୋ ବାପା-ମାଆଙ୍କୁ ସାହାଯ୍ୟ କରିପାରିବ। ଯଦି ମୋର ଭଲ ମାର୍କ ଆସିଯିବ, ଯଦି ମୋର ପ୍ରତ୍ୟେକ ବିଷୟରେ ୪୦ ଆସିଯିବ ତେବେ ମୋତେ ଭଲ ଜାଗାରେ ଚାକିରୀ କରିବାର ସୁଯୋଗ ମିଳିଯିବ। ମ୍ୟାମ ଆପଣ ଏହାକୁ ପଢ଼ିବା ପରେ ଯାହା ନିଷ୍ପତ୍ତି ନେବେ ସେଥିରେ ମୁଁ ରାଜି ଅଛି। ସମସ୍ତ କାମ ବର୍ତ୍ତମାନ ଆପଣଙ୍କ ଉପରେ ନିର୍ଭର କରେ। ମୋତେ ବହୁତ ଟେନସନ ହେଉଅଛି। ରକ୍ଷା କରିଦିଅନ୍ତୁ ମ୍ୟାମ। ଭଗବାନ ଆପଣଙ୍କୁ ସବୁବେଳେ ଭଲରେ ରଖନ୍ତୁ।’

ଛାତ୍ରୀ ଆଉ ଥରେ ଲେଖିଲେ,’ମ୍ୟାମ ମୋତେ ପାସ କରିଦିଅନ୍ତୁ ନଚେତ ମୋର ଭଗବାନଙ୍କୁ ପ୍ରାର୍ଥନା କରନ୍ତୁକି ମୁଁ ମରିଯାଏ।’ ବର୍ତ୍ତମାନ ଏହି ଫୋଟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଅଛି।

odia sambada
Comments (0)
Add Comment