କର୍ମଚାରୀଙ୍କ ଆକାଉଣ୍ଟକୁ ଆସିଲା 1.42 କୋଟି ଟଙ୍କା, କମ୍ପାନୀ କହିଲା ଭୁଲରେ ପଳାଇଛି ଫେରାଇ ଦିଅ। ଏହାପରେ କମ୍ପାନୀରୁ ଇସ୍ତଫା ଦେଇ ଫେରାର ହେଲେ ବ୍ୟକ୍ତି ଜଣକ:-

1 ତାରିଖକୁ ସବୁ କର୍ମଚାରୀ ଧ୍ୟାନର ସହିତ ଅପେକ୍ଷା କରି ରହିଥାନ୍ତି। କାରଣ ଏହି ତାରିଖରେ ତାଙ୍କର ସାଲାରୀ ଆସିଥାଏ। ମାଆ ଆରମ୍ଭରେ ମିଳିଥିବା ସାଲାରୀର ଖୁସି ଅନ୍ୟତମ ହୋଇଥାଏ। ଏହିଦିନରେ କର୍ମଚାରୀଙ୍କ ପକେଟ ଭରି ହୋଇ ରହିଥାଏ। ଏଥିପାଇଁ ସେମାନେ ନିଜର ସାରା ଶଉକ ମଧ୍ୟ ପୂରଣ କରିଥାନ୍ତି। ସେହିପରି ବହୁତ ସାରା ବିଲ ଗୁଡ଼ିକର ଭରଣା ମଧ୍ୟ କରିଥାଆନ୍ତି। ଏଥିପାଇଁ ଯେତେବେଳେ ଏକ ତାରିଖରେ ତାଙ୍କ ଆକାଉଣ୍ଟରେ ସାଲାରୀ କ୍ରେଡିଟ ହୋଇଥିବାର ମେସେଜ ଆସିଥାଏ ସେତେବେଳେ ସେ ଖୁସିରେ ଝୁମି ଉଠିଥାନ୍ତି।

କିନ୍ତୁ ଯଦି ଭୁଲରେ କମ୍ପାନୀ ଆପଣଙ୍କ ସାଲାରୀ ଦେବା ବଦଳରେ ଅଚାନକ କୋଟିଏ ଟଙ୍କା ପଠାଇଦିଏ ତାହେଲେ ଏହି ପରିସ୍ଥିତିରେ ଆପଣ କଣ କରିବେ? ଏହାକୁ ଦେଖି ଆପଣଙ୍କ ମୁଣ୍ଡ ହୁଏତ କାମ କରିବନାହିଁ କିନ୍ତୁ ଜଣେ ବ୍ୟକ୍ତି ସହିତ ଏମିତି ହୋଇଥିଲା ଓ ସେ ଏହି ପରିସ୍ଥିତିରେ ଇସ୍ତଫା ଦେଇ ଫେରାର ହୋଇଯାଇଥିଲା।

କମ୍ପାନୀ ନିଜର କର୍ମଚାରୀଙ୍କୁ ଭୁଲ ରେ ଦେଇଦେଲା କୋଟିଏ ଟଙ୍କାର ସାଲାରୀ:-

ଦକ୍ଷିଣ ଆମେରିକାର ଏକ ଦେଶ ଚିଲିରେ ଏକ କମ୍ପାନୀ ଭୁଲରେ ନିଜର କର୍ମଚାରୀଙ୍କୁ 286 ଗୁଣା ସାଲାରୀ ଅଧିକ ଦେଇଦେଲେ। ଏହି କର୍ମଚାରୀଙ୍କ ଅସଲ ସାଲାରୀ 500,000 pesos(43 ହଜାର ଟଙ୍କା)। କିନ୍ତୁ କମ୍ପାନୀ ଭୁଲରେ ତାଙ୍କ ଆକାଉଣ୍ଟରେ 1 କୋଟି 42 ଲକ୍ଷ ଟଙ୍କା ପଠାଇ ଦେଇଥିଲେ।

Cian କମ୍ପାନୀ ଅନ୍ତର୍ଗତ San jorge, La preferida ଓ Winter ମୁଖ୍ୟ ଚିଲିଆନ ବ୍ରାଣ୍ଡସ ଆସିଥାଏ। Cecinas ବନାଉଥିବା ଏହା ସବୁଠାରୁ ବଡ଼ କମ୍ପାନୀ ଅଟେ। cecinas ସ୍ପେନିଷ ମୂଳର ଏକ ପ୍ରକାରର ନିର୍ଜଳିତ ମାଂସ ଅଟେ। ଛାଡ଼, କମ୍ପାନୀ ଯେତେବେଳେ ଟଙ୍କା ଫେରାଇବାକୁ କହିଥିଲେ ସେତେବେଳେ ବ୍ୟକ୍ତି ଜଣକ ଫେରାଇବେ ବୋଲି କହିଥିଲେ।

ଇସ୍ତଫା ଦେଇ ପଳାୟନ କଲା ବ୍ୟକ୍ତି ଜଣକ:-

ଏହାପରେ କର୍ମଚାରୀ ନିଜତ ଓକିଲ ସହିତ ଆସି କମ୍ପାନୀକୁ ଇସ୍ତଫା ଦେଇ ଚାଲିଗଲା। ସେ ପ୍ରତିଜ୍ଞା କରିଥିଲା ଯେ, କମ୍ପାନୀର ସମସ୍ତ ଟଙ୍କା ଫେରାଇ ଦେବ କିନ୍ତୁ ଏହାପରେ ସେ କୁଆଡ଼େ ଗାୟବ ହୋଇଗଲା ଓ ତାଙ୍କର ପତା ମିଳୁନାହିଁ।

କମ୍ପାନୀ ନିଜର କର୍ମଚାରୀଙ୍କୁ କୋଟିଏ ଟଙ୍କା ଦେଇଥିବାର ଖବର ମେ 30 ତାରିଖର ଥିଲା ଓ ଜୁନ 2 ତାରିଖରେ ବ୍ୟକ୍ତି ଜଣକ ରିଜାଇନ ଲେଟର ଦେଇ ଗାୟବ ହୋଇଯାଇଥିଲା। ଏବେ ଏହି ଖବର ସମ୍ପୂର୍ଣ୍ଣ ରୂପରେ ଭାଇରାଲ ହେବାରେ ଲାଗିଛି।

odia sambada
Comments (0)
Add Comment