ମହଙ୍ଗା ରିଚାର୍ଜ ର ଟେନସନ ହୋଇଗଲା ଶେଷ, ଏବେ ମାତ୍ର 228 ଟଙ୍କାରେ ରିଚାର୍ଜ କରି ବର୍ଷ ସାରା ଚଲାଇପାରିବେ ନିଜ ସିମ କାର୍ଡ଼

ଆମେ ସମସ୍ତେ ଆଜିକାଲି ଦୁଇଟି ସିମ କାର୍ଡ଼ ରଖୁଛେ। ଦ୍ଵିତୀୟ ସିମକୁ କେବଳ ଆମେ ଅପ୍ସନାଲ ରଖୁଥାଏ ଓ ଏହାକୁ ଆକ୍ଟିଭ ରଖିବାପାଇଁ ରିଚାର୍ଜ କରାଇ ରହିଥାଉ। କିନ୍ତୁ ଏହାକୁ ଆମେ ଅଧିକ ବ୍ୟବହାର କରିନଥାଉ। ସେକେଣ୍ଡାରୀ ସିମକୁ ମଧ୍ୟ ଆପଣଙ୍କୁ ଆକ୍ଟିଭ ରଖିବାକୁ ପଡ଼ିବ। କିନ୍ତୁ ଏହାଉପରେ ଆପଣ ଅଧିକ ଖର୍ଚ୍ଚ କରିବାକୁ ମଧ୍ୟ ଚାହାଁନ୍ତି ନାହିଁ। ଏମିତିରେ ଆମେ ଆପଣଙ୍କ ପାଇଁ ଏକ ଏଭଲି ପ୍ଲାନ ନେଇଆସିଛୁ ଯେଉଁଥିରେ ଆପଣ ରିଚାର୍ଜ କରି ଫାଇଦା ଉଠାଇ ପାରିବେ। ଏଥିରେ 230 ଟଙ୍କା ରିଚାର୍ଜ କରି ଆପଣ ବର୍ଷସାରା BSNL ର ଫାଇଦା ନେଇପାରିବେ।

BSNL ର ଏହି ପ୍ଲାନ ଆପଣଙ୍କୁ ସାହାର୍ଯ୍ୟ କରିବ:-

କମ୍ପାନୀ ଏକ ଜବରଦସ୍ତ ପ୍ଲାନର ସୂଚନା ଆପଣଙ୍କୁ ଦେଉଛି। ଯାହାର ଦାମ 19 ଟଙ୍କା ଅଟେ। ଏହି ପ୍ଲାନ 30 ଦିନର ବୈଧତା ସହିତ ଆସିଥାଏ। ଏହା ଆପଣଙ୍କ ସିମକୁ ଆକ୍ଟିଭ ରଖିବାରେ ସାହାର୍ଯ୍ୟ କରିବ। ଏହି ପ୍ଲାନ ଏକ ରେଟ କଟର ଅଟେ। ଏଥିରେ ଅନ ନେଟ ଓ ଅଫ ନେଟ କଲର ଦର 20 ପଇସା ପ୍ରତି ମିନିଟ ରଖାଯାଇଛି। ଏହି ପ୍ଲାନ ଆପଣଙ୍କ ସିମକୁ ଆକ୍ଟିଭ ରଖିବାରେ ସାହାର୍ଯ୍ୟ କରିବ। ଏହାର ସିଧା ଅର୍ଥ ହେଉଛି କି, ଆପଣ କୌଣସି ବି କଲକୁ ରିସିଭ କରିପାରିବେ ଓ ବାକି ସାର୍ଭିସେସ ଗୁଡ଼ିକର ଲାଭ ମଧ୍ୟ ଉଠାଇ ପାରିବେ। ଯଦି ଆପଣ ବର୍ଷକ ପାଇଁ ଏହି ପ୍ଲାନ ନେଉଛନ୍ତି ତାହେଲେ ଆପଣଙ୍କୁ ବାର୍ଷିକ 228 ଟଙ୍କା ଦେବାକୁ ହେବ। ଧ୍ୟାନ ଦେବାକୁ ହେବ ଯେ, ଏହି ପ୍ଲାନ ପ୍ରତ୍ୟେକ କ୍ଷେତ୍ରରେ ଉପଲବ୍ଧ ନାହିଁ। ଏଥିପାଇଁ ରିଚାର୍ଜ କରିବାପୂର୍ବରୁ ଜାଣିରଖନ୍ତୁ କି, ଏହା ଆପଣଙ୍କ କ୍ଷେତ୍ରରେ ଉପଲବ୍ଧ ଅଛି କି ନାହିଁ।

ଯଦି ଆମେ ଅନ୍ୟ ବ୍ୟକ୍ତିଗତ କମ୍ପାନୀ ମାନଙ୍କ ବିଷୟରେ କହିବା ତାହେଲେ ଆପଣଙ୍କୁ 50 ଟଙ୍କାରୁ 120 ଟଙ୍କା ଖର୍ଚ୍ଚ କରିବାକୁ ହେବ ଏହି ସିମକୁ ଆକ୍ଟିଭ ରଖିବାପାଇଁ। ଯଦି ଆପଣ ବିଏସଏନଏଲ ସିମ ଅଛି ତାହେଲେ ଆପଣ ଏହି ପ୍ଲାନକୁ ନେଇପାରିବେ। ଜଣାଇଦେଉଛୁ ଏଥିରେ ଆପଣଙ୍କୁ କେବଳ 3G ସର୍ଭିସ ମିଳିବ କିନ୍ତୁ 4G ସର୍ଭିସ ମିଳିବନାହିଁ। ଜଣାଇଦେଉଛୁ, କମ୍ପାନୀ ବହୁତ ଜଲଦି 4G ସର୍ଭିସ ଲଞ୍ଚ କରିବାକୁ ଯାଉଛି।

odia sambada
Comments (0)
Add Comment