ଆସନ୍ତା କାଲିଠାରୁ ଜୁଲାଇ ମାସ ଆରମ୍ଭ ହେଉଛି। ଯଦି ଆପଣ ଜୁଲାଇ ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି କାମ କରିବାକୁ ଚାହୁଁଥିଲେ ଏହି ଖବର ଆପଣଙ୍କ ପାଇଁ ଅଟନ୍ତି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଜୁଲାଇ ୨୦୨୨ର ଛୁଟିର ଲିଷ୍ଟ ଜାରୀ କରିଛନ୍ତି। ଏହି ଲିଷ୍ଟ ଅନୁସାରେ ଜୁଲାଇ ମାସରେ ସମୁଦାୟ ୧୬ଦିନ ବ୍ୟାଙ୍କ ବନ୍ଦ ଅଛି।
ଆରବିଆଇ ତିନୋଟି କ୍ୟାଟେଗୋରୀରେ ଛୁଟି ବାଣ୍ଟିଲେ:-
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କ ହଲି ଡେ ଲିଷ୍ଟକୁ ତିନୋଟି କ୍ୟାଟେଗୋରୀରେ ବାଣ୍ଟିଛନ୍ତି। ଏଥିରେ Negotiable Instruments Act, Real Time Gross Settlement Holiday ଓ Banks Closing of Accounts ସାମିଲ ଅଛି। ରାଷ୍ଟ୍ରୀୟ ଛୁଟି ବ୍ୟତୀତ, କିଛି ରାଜ୍ୟ-ବିଶିଷ୍ଟ ଅଛି। ଯେଉଁଥିରେ ସମସ୍ତ ରବିବାର ସହିତ ମାସର ଦ୍ଵିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ଅଛି। ଆସନ୍ତୁ ଜାଣିବା ଜୁଲାଇ ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ।
ଛୁଟିର ଲିଷ୍ଟ:-
୧ ଜୁଲାଇ: ରଥ ଯାତ୍ରା ଭୁବନେଶ୍ୱର ଓ ଇମ୍ଫାଲରେ ବ୍ୟାଙ୍କ ବନ୍ଦ
୩ ଜୁଲାଇ: ରବିବାର (ସାପ୍ତାହିକ ଛୁଟି)
୫ ଜୁଲାଇ: ମଙ୍ଗଳବାର – ଗୁରୁ ହରଗୋବିନ୍ଦ ପ୍ରକାଶ ଦିବସ – ଜମ୍ମୁ ଓ କାଶ୍ମୀର
୬ ଜୁଲାଇ: ବୁଧୁବାର – ଏମଏଚଆଇପି ଦିବସ – ମିଜୋରାମ
୭ ଜୁଲାଇ: ଖର୍ଚ୍ଚି ପୂଜା – ଅଗରତାଳରେ ବ୍ୟାଙ୍କ ବନ୍ଦ
୯ ଜୁଲାଇ: ଶନିବାର(ମାସର ଦ୍ଵିତୀୟ ଶନିବାର) ଇଦ-ଉଲ-ଅଧା(ବକରିଦ)
୧୦ ଜୁଲାଇ: ରବିବାର(ସାପ୍ତାହିକ ଅବକାଶ)
୧୧ ଜୁଲାଇ: ଇଜ-ଉଲ-ଅଜା ଜମ୍ମୁ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ
୧୩ ଜୁଲାଇ: ଭାନୁ ଜୟନ୍ତି – ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ
୧୪ ଜୁଲାଇ: ବେନ ଡିଏନଖଲାମ – ଶିଲଂରେ ବ୍ୟାଙ୍କ ବନ୍ଦ
୧୬ ଜୁଲାଇ: ହରେଲା – ଡେହେରାଡୁନରେ ବ୍ୟାଙ୍କ ବନ୍ଦ
୧୭ ଜୁଲାଇ: ରବିବାର – ସାପ୍ତାହିକ ବନ୍ଦ
9୩ ଜୁଲାଇ: ଶନିବାର(ମାସର ଚତୁର୍ଥ ଶନିବାର)
୨୪ ଜୁଲାଇ: ରବିବାର(ସାପ୍ତାହିକ ଅବକାଶ)
୨୬ ଜୁଲାଇ: କେର ପୂଜା – ଅଗରତାଲାରେ ବ୍ୟାଙ୍କ ବନ୍ଦ
୩୧ ଜୁଲାଇ: ରବିବାର(ସାପ୍ତାହିକ ଅବକାଶ