9ଜଣ ଲୋକଙ୍କ ସାମୁହିକ ଆତ୍ମହତ୍ୟା କଥା ବାହାରିଲା ମିଛ, ତାନ୍ତ୍ରିକ ଚା ପିଆଇ ସମସ୍ତଙ୍କୁ ମାରିଲା ଏବଂ ତା’ ପରେ…

ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଦୁଇ ଭାଇ ଶିକ୍ଷକ ପୋପଟ ବନମୋର୍(54) ଏବଂ ପଶୁ ଚିକିତ୍ସକ ଡାକ୍ତର ମାଣିକ ବନମୋର୍(49)ଙ୍କ ଘରୁ ଲାସ୍ ମିଳିଥିଲା । ଏହି ଲାସରେ ଦୁଇ ଭାଇଙ୍କ ବ୍ୟତୀତ 74 ବର୍ଷୀୟ ତାଙ୍କ ମା, ଦୁଇ ଭାଇଙ୍କ ସ୍ତ୍ରୀମାନେ ଏବଂ 4ଟି ପିଲା ମୃତ ଅବସ୍ଥାରେ ମିଳିଥିଲେ । ଏହାସହିତ ଗୋଟିଏ ସୁସାଇଡ ନୋଟ ମଧ୍ୟ ମିଳିଥିଲା, ଯେଉଁଥିରେ ଋଣ ପାଇଁ ଚିନ୍ତିତ ହୋଇ ଆତ୍ମହତ୍ୟା କରିଥିବା କଥା ଲେଖା ହୋଇଥିଲା । ଆରମ୍ଭରେ ପୋଲିସକୁ ଏହା ଗୋଟିଏ ସାମୁହିକ ଆତ୍ମହତ୍ୟା ମାମଲା ଲାଗିଥିଲା । କିନ୍ତୁ ବର୍ତ୍ତମାନ ଏହି କେସରେ ଗୋଟିଏ ସମ୍ବେଦନଶୀଳ ଖୁଲାସା ହୋଇଛି ।

ଗୁପ୍ତ ଧନ ଖୋଜିବା ବାହାନାରେ ତାନ୍ତ୍ରିକ ଲୁଟି ନେଲା ଏକ କୋଟି ଟଙ୍କା :-

କୋଲାପୂର୍ ରେଞ୍ଜର ଆଇଜି ମନୋଜ କୁମାର ଲୋହିଆଙ୍କ ଅନୁଯାୟୀ ଏହା ସାମୁହିକ ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ମାମଲା ଅଟେ । ଏହି ହତ୍ୟା ତାନ୍ତ୍ରିକ ଅବ୍ବାସ ମହମ୍ମଦ ଅଲି ଏବଂ ତାର ଡ୍ରାଇଭର ଧିରଜ୍ ଚନ୍ଦ୍ରକାନ୍ତ ସୁରବସେ କରିଛନ୍ତି । ଦୁହେଁ ଭାବି ଚିନ୍ତି ଷଡ଼ଯନ୍ତ୍ର କରି ଏହି ହତ୍ୟାକୁ ଆତ୍ମହତ୍ୟା ରୂପ ଦେଲେ । ବାସ୍ତବରେ ତାନ୍ତ୍ରିକ ମ୍ୟାସଲ ଗାଁରେ ରହୁଥିବା ଦୁଇ ଭାଇ ପୋପଟ ବନମୋର୍ ଏବଂ ମାଣିକ ବନମୋରଙ୍କୁ ଗୁପ୍ତ ଧନ ଖୋଜିବାକୁ ଲୋଭ ଦେଖାଇଥିଲା ।

ଏହି ଗୁପ୍ତ ଧନକୁ ହାସଲ କରିବାପାଇଁ ତାନ୍ତ୍ରିକ ସେମାନଙ୍କୁ ଅଲଗା ଅଲଗା ଉପାୟ କହିଥିଲା, ଯାହା ନାମରେ ସେମାନଙ୍କ ଠାରୁ ଏକ କୋଟିରୁ ଅଧିକ ଟଙ୍କା ନେଇଗଲା । ତାନ୍ତ୍ରିକ ପ୍ରଥମେ ତ ଧନ ଖୋଜିବାକୁ ନେଇ ବହୁତ୍ ଡ୍ରାମା କଲା । କିନ୍ତୁ ଯେତେବେଳେ ସେହି ଲୁଚିଥିବା ଧନ ଖୋଜି ପାରିଲା ନାହିଁ, ସେତେବେଳେ ବନମୋର୍ ଭାଇମାନେ ତା ଉପରେ ପଇସା ଫେରାଇବା ପାଇଁ ଚାପ ପକାଇଲେ । ତାନ୍ତ୍ରିକ ଅବ୍ବାସ ମହମ୍ମଦ ଅଲି ପଇସା ଫେରାଇବା ଚକ୍କରରେ ନଥିଲା । ଏପରି ପରିସ୍ଥିତିରେ ସେ ପୁରା ପରିବାରକୁ ହିଁ ହତ୍ୟା କରି ମାରିବାକୁ ପ୍ଲାନ କଲା ।

ବିଷାକ୍ତ ଚା ପିଆଇ 9 ଜଣ ଲୋକଙ୍କୁ ମାରିଦେଲା :-

ତାନ୍ତ୍ରିକ ଅବ୍ବାସ ମହମ୍ମଦ ଅଲି ନିଜ ଡ୍ରାଇଭର ଧିରଜ୍ ଚନ୍ଦ୍ରକାନ୍ତ ସୁରବସେ ସହିତ ଜୁନ 19 ତାରିଖ ରାତିରେ ମ୍ୟାସଲ୍ ଗାଁରେ ଥିବା ବନମୋରେ ଭାଇଙ୍କ ଘରକୁ ଗଲା । ଏଠାରେ ସେ ସେମାନଙ୍କୁ ଗୁପ୍ତ ଧନ ଖୋଜିବା ପାଇଁ ପୁଣି ଥରେ କଥା ଦେଲା । ସେ ନିଜର ତନ୍ତ୍ର ମନ୍ତ୍ର ଆରମ୍ଭ କରିଦେଲା । ତାପରେ ଘରର ସବୁ ଲୋକଙ୍କୁ ଛାତ ଉପରକୁ ପଠାଇ ଦେଲା । ତାପରେ ଜଣ ଜଣ କରି ସମସ୍ତଙ୍କୁ ତଳକୁ ଡାକିଲା ଏବଂ ନିଜେ ତିଆରି କରିଥିବା ମନ୍ତ୍ର ବାଲା ଖାସ ଚା ପିଆଇଲା । ସେହି ଚା ପିଇବା ପରେ ବନମୋରେ ବଂଶର ସମସ୍ତ 9ଜଣ ଲୋକ ଧୀରେ ଧୀରେ ବେହୋସ୍ ହୋଇ ମୃତ୍ୟୁ ମୁହଁକୁ ଚାଲିଗଲେ ।

ଏହାପରେ ସୂଚନା ପାଇ ପୋଲିସ ଆସିଲା ଏବଂ ଘଟଣାସ୍ଥଳରେ ଯାଞ୍ଚ୍ ଆରମ୍ଭ କରିଦେଲା । ଘଟଣାସ୍ଥଳରୁ ପୋଲିସ ଗୋଟିଏ ସୁସାଇଡ ନୋଟ ପାଇଥିଲା, ଯେଉଁଥିରେ 19 ଜଣ ଲୋକଙ୍କ ଠାରୁ ରୁଣ ଆଣିଥିବା ଏବଂ ସେମାନଙ୍କୁ ସେ ପଇସା ସୁଝି ନ ପାରିବାରୁ ଆତ୍ମହତ୍ୟା କରିଛନ୍ତି ବୋଲି ଲେଖା ଯାଇଥିଲା । ତେଣୁ ପୋଲିସ ଏହାକୁ ଆତ୍ମହତ୍ୟା ମାମଲା ଭାବି କେସକୁ ଯାଞ୍ଚ୍ କଲା । କିନ୍ତୁ ପ୍ରକୃତ ମାମଲା ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ପୋଲିସକୁ ଆତ୍ମହତ୍ୟା ନୋଟ ଉପରେ ସନ୍ଦେହ ହେଲା ଏବଂ ଏ ବିଷୟରେ ସେ ତାନ୍ତ୍ରିକକୁ ପଚରା ଉଚରା କରିବାକୁ ଲାଗିଲା । ତାପରେ ତାନ୍ତ୍ରିକ ସବୁ କଥା ବାନ୍ତି କରିଦେଲା ଏବଂ ବର୍ତ୍ତମାନ ପୋଲିସ ତାକୁ ଗିରଫ କରି ଧାରା 302 ଅନୁଯାୟୀ ହତ୍ୟା କେସ ରିପୋର୍ଟ୍ କରିଛି । ବର୍ତ୍ତମାନ ଅଭିଯୁକ୍ତକୁ ପଚରାଉଚରା ଜାରି ରହିଛି ।

odia sambada
Comments (0)
Add Comment