ଉଭୟଙ୍କ ମଧ୍ୟରେ ପ୍ରେମ ଏତେ ମାତ୍ରାରେ ଥିଲା ଯେ, ଜଣେ ଆଉଜଣଙ୍କୁ ଛାଡ଼ି ରହି ପାରୁନଥିଲେ। ଜଣେ ସୁଇସାଇଡ଼ କରିବାପରେ ଆଉଜଣେ ନିଜ ଜୀବନ ହାରିଦେଲା

ପତି-ପତ୍ନୀ ଦୁହେଁ ଯଦି ଚାକିରୀ କରୁଛନ୍ତି ଓ ସେମାନଙ୍କର ପୋଷ୍ଟିଂ ଅଲଗା ଅଲଗା ଜାଗାରେ ହୋଇଛି ତାହେଲେ ସମସ୍ୟା ରହିବା ସ୍ୱାଭାବିକ ଅଟେ। କଣ ଏହି ସମସ୍ୟା ଏତେ ବଢ଼ିଯାଏ ଯେ ଜଣେ ଆତ୍ମହତ୍ୟା କରିଦେବ? ଜୟପୁରର ଏକ ଘଟଣା ଲୋକଙ୍କୁ ହଲାଇ ରଖିଦେଇଛି। ଇଂଜିନିୟରିଂ ପଦରେ କାର୍ଯ୍ୟରତ ଥିବା ପତ୍ନୀଙ୍କର ଯେତେବେଳେ ଜୟପୁର ଟ୍ରାନ୍ସଫର ହେଲାନାହିଁ ସେତେବେଳେ ସେ ଦ୍ରବ୍ୟବତୀ ନଦୀକୁ ଡେଇଁ ପଡି଼ଲେ ନିଜ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ୱାମୀଙ୍କ ଜୀବନ ମଧ୍ୟ ଚାଲିଗଲା।

ଜୟପୁରର ଶିପ୍ରାପଥ ଅଞ୍ଚଳରେ ତରୁଣ (32)ଙ୍କ ପରିବାର ରୁହେ। ତରୁଣଙ୍କ ପତ୍ନୀ ମଧୁବାଳା (28) ସୁରତଗଢ଼ ଥରମାଲ ପାୱାର ପ୍ଲାଣ୍ଟରେ ଇଞ୍ଜିନିୟର ରୂପରେ କାର୍ଯ୍ୟ କରନ୍ତି। ତରୁଣ ବିହାରର ପାଟନା ମେଡ଼ିକାଲ କଲେଜରେ କମ୍ପାଉଣ୍ଡର ପଦରେ ରହିଛନ୍ତି। ପତ୍ନୀ ମଧୁବାଳା ଚାହୁଁଥିଲେ ତାଙ୍କର ଟ୍ରାନ୍ସଫର ଜୟପୁର ହୋଇଗଲେ ସେ ନୀରେ ସ୍ୱାମୀଙ୍କ ସହିତ ଉପଯୁକ୍ତ ସମୟ କାଟିପାରିବେ ଓ ପତି ତରୁଣ ମଧ୍ୟ ପତ୍ନୀ ମଧୁବାଳାଙ୍କ ଟ୍ରାନ୍ସଫର ପାଇଁ ଚେଷ୍ଟା କରୁଥିଲା।

ପୋଲିସ ମୁତାବିକ ତରୁଣ ଶନିବାର ଦିନ ଟ୍ରାନ୍ସଫର ପାଇଁ କାହାକୁ ଭେଟ ହୋଇ ଆସିଥିଲେ। ଏହାପରେ ଦ୍ୱିପ୍ରହର ସମୟରେ ତାଙ୍କୁ ଫୋନ ଆସିଥିଲା କି, ମଧୁବାଳାଙ୍କ ଟ୍ରାନ୍ସଫର ଜୟପୁର ହୋଇ ପାରିବନାହିଁ ଓ ସେ ଏହିକଥା ମଧୁବାଳାଙ୍କୁ ମଧ୍ୟ କହିଥିଲେ।

ଏହିକଥା ଜାଣିବାପରେ ମଧୁବାଳା ହଠାତ କୁଆଡେ ଚାଲିଗଲେ ଓ କିଛି ସମୟ ପରେ ସୂଚନା ମିଳିଥିଲା କି, ମଧୁବାଳା ଦ୍ରବ୍ୟବତୀ ନଦୀକୁ ଡେଇଁ ପଡ଼ିଛନ୍ତି। ଏହି ଖବର ପାଇବାପରେ ତରୁଣ ମଧ୍ୟ ପତ୍ନୀଙ୍କୁ ଖୋଜିବାକୁ ଯାଇ ନଦୀକୁ ଡେଇଁ ପଡ଼ିଲେ ଓ ଉଭୟଙ୍କ ମୃତ୍ୟୁ ହୋଇଗଲା।

ପରିବାର ଲୋକଙ୍କ କହିବାହେଲା, ମଧୁ ଓ ତରୁଣ ମଧ୍ୟରେ ବହୁତ ପ୍ରେମ ଥିଲା। ଅଲଗା ଅଲଗା ରାଜ୍ୟରେ ଚାକିରୀ କରୁଥିବାରୁ ସେମାନେ ମାସକୁ କେବଳ ଚାରିଦିନ ହିଁ ଉଭୟକୁ ସମୟ ଦେଇ ପାରୁଥିଲେ।

ଏହିକଥା ଶୁଣିବାପରେ ମଧୁବାଳା ଭାଙ୍ଗି ପଡ଼ିଥିଲେ। ସେ ଚାହୁଁଥିଲେ ଯଦି ତାଙ୍କର ଟ୍ରାନ୍ସଫର ଜୟପୁର ହୋଇଯାଆନ୍ତା ତାହେଲେ ସେମାନେ ପୂର୍ବ ଅପେକ୍ଷା ନିଜକୁ ଅଧିକ ସମୟ ଦେଇପାରିବେ। କିନ୍ତୁ ଏହା ହୋଇନଥିଲା ଯାହାଦ୍ୱାରା ମଧୁବାଳା ଡିପ୍ରେସନକୁ ଯାଇ ଏମିତି ପଦକ୍ଷେପ ଉଠାଇ ଥିଲେ।

10 ମାସର ପିଲାର କଷ୍ଟଡିକୁ ନେଇ ବିବାଦ:-

ତରୁଣ ଓ ମଧୁବାଳାଙ୍କ ମୃତ୍ୟୁପରେ ତାଙ୍କର 10 ମାସର ଛୁଆକୁ ନେଇ ପରିବାର ଓ ଶଶୁର ଘର ଲୋକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି। ମାମଲା ଏତେ ବଢ଼ିଗଲା ଯେ, ନାନିତାଲରେ ରହୁଥିବା ଝିଅଘର ପକ୍ଷ କହିଥିଲେ କି, ନାତୁଣୀ ନମିଳିବା ଯାଏଁ ସେମାନେ ଝିଅର ଅନ୍ତିମ ସଂସ୍କାର କରିବେନାହିଁ। ପୋଲିସର ବୁଝାସୁଝା ପରେ ତରୁଣ ଓ ମଧୁବାଳାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ପିଲାଟିର କଷ୍ଟଡି ଉପରେ ଏଯାଏଁ କୌଣସି ପ୍ରକାରର ନିଷ୍ପତ୍ତି ନିଆଯାଇନାହିଁ। ଉଭୟ ପକ୍ଷଙ୍କ ମଧ୍ୟରେ ଏହାକୁ ନେଇ ଆଲୋଚନା ଜାରି ରହିଛି।

odia sambada
Comments (0)
Add Comment