ମାଆ ଯେଉଁ ହାତରେ ବଡ କରିଲା ସେହି ହାତରେ ଜୀବନ ମଧ୍ୟ ନେଲା

ପିଶାଚ ମାଅ ନିଜ ଝିଅକୁ ପିଟି ପିଟି ମାରିଦେଲା। ଯେଉଁ ହାତରେ ଝିଅକୁ ବଡ଼ କରିଲା ସେହି ହାତରେ ଝିଅର ଜୀବନ ମଧ୍ୟ ନେଇଗଲା। ଦ୍ୱିତୀୟ ବିବାହ କରିବା ପରେ ସ୍ୱାମୀ ଓ ସ୍ତ୍ରୀ ମିଶି ନିଜ ଝିଅକୁ ମାରିଦେଲେ। ଝିଅକୁ ମାରିବା ପରେ ଥାନାରେ ଆସି ମାଆ ଆତ୍ମସମର୍ପଣ ମଧ୍ୟ କଲା। ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ପୌରାଞ୍ଚଳ ୪ ନମ୍ବର ୱାର୍ଡର ଫୁଲ ବଜାର ଅଞ୍ଚଳରେ ଦେଖିବା ପାଇଁ ମିଳିଛି।

ସୂଚନା ଅନୁସାରେ ଫୁଲ ବଜାର ଅଞ୍ଚଳର ୪୦ ବର୍ଷୀୟ ବେବି ବିବି ତିନୋଟି ବିବାହ କରିଛନ୍ତି। ପ୍ରଥମ ସ୍ଵାମୀଙ୍କ ଠାରୁ ଗୋଟିଏ ଝିଅ ଜନ୍ମ ହୋଇଥିଲା। ବେବି ତାଙ୍କ ଠାରୁ ଦୂରେଇ ଆସି ଦ୍ଵିତୀୟ ବିବାହ କରିଥିଲେ। ଦ୍ଵିତୀୟ ସ୍ଵାମୀ ସେକ କୁତବୁଦ୍ଦିନଙ୍କ ଠାରୁ ଦୁଇଟି ଝିଅ ଜନ୍ମ ହୋଇଥିଲେ। ତାଙ୍କ ସହିତ କିଛିଦିନ ରହିବା ପରେ ସେ ପୁଣିଥରେ କୁତବୁଦ୍ଦିନଙ୍କ ଠାରୁ ଦୂରେଇ ଯାଇ ତୃତୀୟ ଥର ପାଇଁ ସେକ ଅବଦୁଲ ରହିମଙ୍କୁ ବିବାହ କରିଥିଲେ ତାଙ୍କ ଠାରୁ ଗୋଟିଏ ପୁଅ ହୋଇଥିଲା।

ଦ୍ଵିତୀୟ ସ୍ଵାମୀଙ୍କ ପାଖରୁ ହୋଇଥିବା ୧୫ ବର୍ଷୀୟ ସାନଝିଅ ସହିତ ମାଆ ବେବିଙ୍କର ଭିନ୍ନ ଭିନ୍ନ ସମୟରେ ପାଟିତୁଣ୍ଡ ମଧ୍ୟ ହେଉଥିଲା। ଝିଅ ବିଭିନ୍ନ ଯୁବକମାନଙ୍କ ସହିତ ଫୋନରେ କଥା ହେଉଥିବା କାରଣରୁ ମାଆ ଏହାକୁ ବିରୋଧ ମଧ୍ୟ କରୁଥିଲେ ଓ ବିଭିନ୍ନ ସମୟରେ ଯୁକ୍ତିତର୍କ ମଧ୍ୟ ହେଉଥିଲା।

ଗତ ୨୫ ତାରିଖ ଦିନ ଦ୍ୱିପହର ସମୟରେ ଏହି ପାଟିତୁଣ୍ଡ ଜୋରଦାର ହୋଇଥିଲା। ଉତକ୍ଷିପ୍ତ ହୋଇ ବେବି ନିଜ ଝିଅର ତଣ୍ଟି ଚିପି ଦେଇଥିବା ଦ୍ଵିତୀୟ ବାପା କୁତବୁଦ୍ଦିନ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

odia sambada
Comments (0)
Add Comment