ବର୍ତମାନ ଯୁଗକୁ ତାଳ ଦେଇ ସମସ୍ତେ ସୁସ୍ଥ, ସ୍ମାର୍ଟ ଏବଂ ବୁଦ୍ଧିମାନ ଶିଶୁ ଚାହିଁଥାନ୍ତି । ସ୍ମାର୍ଟ ଶିଶୁ ପାଇଁ ଗର୍ଭାବସ୍ଥାରୁ ହିଁ ମା ମାନଙ୍କୁ ସଠିକ ଖାଦ୍ୟପେୟରେ ଧ୍ୟାନ ଦେବା ଉଚିତ । ଆପଣ ଖାଉଥିବା ସମସ୍ତ ପ୍ରକାରର ଖାଦ୍ୟର ବିଭିନ୍ନ ପ୍ରକାରର ଗୁଣବତ୍ତା ରହିଛି ଯାହା ଗର୍ଭାବସ୍ଥାରେ ହିଁ ଶିଶୁଙ୍କ ଉପରେ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ବିଭିନ୍ନ ଖଦ୍ୟପେୟ ସମ୍ପର୍କରେ ଯାହା ଖାଇବା ଦ୍ୱାରା ଗର୍ଭାବସ୍ଥାରୁ ହିଁ ଶିଶୁର ମସ୍ତିଷ୍କରେ ପ୍ରଭାବ ପଡିଥାଏ ଏବଂ ଶିଶୁ ସ୍ମାର୍ଟ ଏବଂ ବୁଦ୍ଧିମାନ ହୋଇଥାଏ । ବିଶେଷ ଭାବରେ ଏହି ୧୦ଟି ଖାଦ୍ୟକୁ ନିହାତି ଭାବରେ ସେବନ କରିବା ଉଚିତ୍ । ଆସନ୍ତୁ ଜାଣିବା
୧. ତାଜା ଫଳ:– ଫ୍ରେଶ୍ ଫଳ ମଧ୍ୟରେ ସେଓ, ଡାଳିମ୍ବ, କଦଳୀ, ନଡ଼ିଆ ସହିତ ସବୁଜ ପନିପରିବା ଶରୀର ପାଇଁ ଖୁବ ହିତକାରୀ ଏବଂ ବ୍ରେନର ବିକାଶ ପାଇଁ ଖୁବ ଉପଯୋଗୀ ।
୨. ମାଛ:– ମାଛରେ ଥିବା ଓମେଗା-୩ ଫ୍ୟାଟି ଏସିଡ ବ୍ରେନର ବିକାଶ ପାଇଁ ଖୁବ ଭଲ । ଗର୍ଭାବସ୍ଥାରେ ସପ୍ତାହକୁ ଦୁଇଥର ମାଛ ଖାଇବା ଉଚିତ । କିନ୍ତୁ ମାଛରେ ଆଲର୍ଜି ଥିବା କିମ୍ବା ସାମୁଦ୍ରିକ ମାଛର ସେବନ କମ କରିବା ଉଚିତ ।
୩. ପାଳଙ୍ଗ ଶାଗ:- ପାଳଙ୍ଗ ଏବଂ ବିଭିନ୍ନ ଶାଗରେ ଫଲିକ ଏସିଡ ଭରପୁର ମାତ୍ରାରେ ଥାଏ । ତେଣୁ ଏହା ଶିଶୁର ମସ୍ତିଷ୍କର ପ୍ରସ୍ତୁତିରେ ସାହାଯ୍ୟ କରିଥାଏ ।
୪. ଅଣ୍ଡା:- ଅଣ୍ଡା ଭିଟାମିନ-ଡି, ଓମେଗା-୩, ଆମିନୋ ଏସିଡ ଏବଂ ବିଭିନ୍ନ ପୋଷକ ତତ୍ତ୍ୱର ଉତ୍ତମ ସ୍ରୋତ ଅଟେ । ଏହା ବ୍ରେନର ବିକାଶରେ ସାହାଯ୍ୟ କରିବା ସହିତ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
୫. ଆଲମଣ୍ଡ:– ଆଲମଣ୍ଡରେ ଓମେଗା-୩ ଫ୍ୟାଟି ଏସିଡ, ମ୍ୟାଗ୍ନେସିୟମ, ଭିଟାମିନ-ଇ ଭରପୁର ମାତ୍ରାରେ ରହିଛି । ପ୍ରତ୍ୟେକ ଗର୍ଭବତୀମାନେ ସକାଳେ ୪ରୁ ୫ଟି ଆଲମଣ୍ଡ ପାଣିରେ ଭେଦେଇ ଖାଇପାରିବେ ।
୬. ଦହି:– ଦହି କ୍ୟାଲସିୟମ ଏବଂ ପ୍ରୋଟିନର ଉତ୍ତମ ସ୍ରୋତ ଅଟେ । ଏହା ବ୍ରେନର ବିକାଶ ସହିତ ନର୍ଭ କୋଷକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
୭. ଦୁଗ୍ଧ:– ଗର୍ଭବାସ୍ଥାରେ ଶିଶୁକୁ ବୁଦ୍ଧିମାନ ଏବଂ ଶକ୍ତିଶାଳୀ କରିବା ପାଇଁ ଦୁଗ୍ଧର ମୁଖ୍ୟ ଭୂମିକା ରହିଛି । ଦୁଗ୍ଧ କ୍ୟାଲସିୟମ ଏବଂ ଆଇରନରେ ଭରପୁର । ଏହା ଶାରିରୀକ ଶକ୍ତି ପ୍ରଦାନ କରିବା ସହିତ ବ୍ରେନର ବିକାଶରେ ସାହାଯ୍ୟ କରିଥାଏ ।
୮. ଡାଲି:- ଡାଲି ପ୍ରଚୁର ପରିମାଣରେ ପୋଷାକ ତତ୍ୱ ରହି ଥିବାରୁ ଗର୍ଭବତୀ ମହିଳା ମାନଙ୍କୁ ପ୍ରତ୍ୟେକ ଦିନ ସେମାନଙ୍କ ଖାଦ୍ୟରେ ଡାଲିକୁ ଖାଇବା ଆବଶ୍ୟକ ।
୯. ୱାଲନଟ:- ଆକରୁଟ ବା ୱାଲନଟ ସହିତ ବାଦାମ ଏବଂ କାଜୁର ସେବନ କଲେ ଗର୍ଭବତୀ ମହିଳାଙ୍କ ମନ ଭଲ ରହିଥାଏ ଆଉ ଯାହାର ପ୍ରଭାବ ପିଲା ଉପରେ ପଡ଼ିଥାଏ ।
୧୦. ବୋଇତାଳୁ:- ବୋଇତାଳୁର ସେବନ ଦ୍ୱାରା ମଧ୍ୟ ପିଲା ସୁସ୍ଥ ଓ ସବଳ ରହିଥାଏ ।