ଏହି ବ୍ୟକ୍ତି ଜଣକର ରହିଛନ୍ତି 12 ଜଣ ପତ୍ନୀ, ଟଙ୍କା ପାଇଁ ସମସ୍ତଙ୍କୁ ଦେହ ବ୍ୟବସାୟରେ ଲଗାଉଛନ୍ତି

ଯେତେବେଳେ ଜଣେ ଝିଅ ବିବାହ ହୋଇଥାଏ ସେତେବେଳେ ସେ ସ୍ୱପ୍ନ ଦେଖିଥାଏ କି, ତାଙ୍କ ସ୍ବାମୀ ଦୁନିଆର ସବୁ ଖୁସି ତାଙ୍କୁ ଆଣିଦେବେ ଓ ସୁଖରେ ଆଉ ଦୁଃଖରେ ତାଙ୍କ ସାଥ ଦେବେ କିନ୍ତୁ କଣ ହୁଏ ଯଦି ଜଣେ ବ୍ୟକ୍ତି ଟଙ୍କା ପାଇଁ ନିଜ ସ୍ତ୍ରୀକୁ ଦେହ ବେପାରରେ ଲଗାଇବା ଆରମ୍ଭ କରିଦିଏ! ସତରେ ଏହିକଥା କୌଣସି ଝିଅ କେବେ ଭାବିନଥିବ। କିନ୍ତୁ ବିହାରର ପୂର୍ଣ୍ଣିଆ ଜିଲ୍ଲାରୁ ପୋଲିସ ଏହିପରି ଜଣେ କଳିଯୁଗ ପତିକୁ ଧରିଛି।

ବିବାହ କରିବାପରେ କରାଉଥିଲା ଦେହ ବେପାର:-

32 ବର୍ଷୀୟ ଏହି ଆରୋପୀ ବ୍ୟକ୍ତି ଜଣକ କିଶାନଗଞ୍ଜ ଜିଲ୍ଲା କୋଚାଧାମନ ଥାନା କ୍ଷେତ୍ର ଗ୍ରାମରେ ରୁହେ। ସେ ଏପର୍ଯ୍ୟନ୍ତ 12ଟି ବିବାହ କରିସାରିଛି ଓ ଏମାନଙ୍କ ମଧ୍ୟରୁ 8 ଜଣ କେବଳ ନାବାଳିକା ଅଟନ୍ତି। ଏହିସବୁ ଝିଅ ମାନେ ମୁସଲିମ ସମ୍ପ୍ରଦାୟର ଅଟନ୍ତି। ଅନଗଢ ଥାନାଧ୍ୟକ୍ଷ ପୃଥ୍ୱୀ ପାସବାନଙ୍କ ଅନୁସାରେ ଆରୋପୀ ବ୍ୟକ୍ତି ବିପକ୍ଷରେ ପ୍ରଥମ ମାମଲା ଡ଼ିସେମ୍ବର 8 ତାରିଖ 2015 ରେ ଦର୍ଜ ହୋଇଥିଲା। ସେ ସେବେଠାରୁ ଫେରାର ଥିଲା।

ମନ ଭରିବାପରେ ବିକ୍ରି କରିଦେଉଥିଲା:-

ଏହାପରେ ପୋଲିସ ଆରୋପୀଙ୍କୁ କିଶନଗଞ୍ଜ ଜିଲ୍ଲାର ବାହାଦୂରଗଞ୍ଜ ଥାନା ଅନ୍ତର୍ଗତ କୋଇଡ଼ାଙ୍ଗୀ ଗ୍ରାମରୁ ଆଉଥରେ ଗିରଫ କରିଛନ୍ତି। ଯେତେବେଳେ ପୋଲିସ ଆରୋପୀଙ୍କୁ ଜୋରଦେଇ ପଚରାଉଚରା କରନ୍ତି ତ ଜଣାପଡ଼ିଲା ସେ 12 ଜଣ ଝିଅଙ୍କୁ ଏହିପରି ବିବାହର ପ୍ରଲୋଭନ ଦେଖାଇ ନେଇଯାଉଥିଲା। ସେ ଟଙ୍କା ବଦଳରେ ଝିଅ ମାନଙ୍କୁ ଫସାଉଥିଲା। ପରେ ବିବାହ ପରେ ତାଙ୍କୁ ଦେହ ବେପାର ଧନ୍ଦାରେ ପଠାଉଥିଲା। ସେ ଅଧିକତର ଝିଅଙ୍କୁ ବଙ୍ଗଳାରେ ବିକ୍ରି କରିଦେଉଥିଲା।

ଆରୋପୀ ସମସ୍ତ ଯୁବତୀଙ୍କୁ କହେ କି, ସେ କୁଆଁରା ଅଟନ୍ତି। କିଛି ଝିଅଙ୍କୁ ସେ କିଶାନଗଞ୍ଜ ଓ ଠାକୁରଗଞ୍ଜର ରେଡ଼ ଲାଇଟ ଏରିଆରେ ଧନ୍ଦା କରିବାକୁ ମଧ୍ୟ ପଠାଇଥିଲେ। ଯେତେବେଳେ ତାଙ୍କୁ ଅଧିକ ଟଙ୍କାର ଆବଶ୍ୟକ ହୁଏ ସେତେବେଳେ ସେ ତାଙ୍କୁ ବିକ୍ରି କରିଦେଉଥିଲା। ସେ କେବଳ ଟଙ୍କା କମାଇବା ଉଦ୍ଦେଶ୍ୟରେ ହିଁ ଝିଅଙ୍କୁ ବିବାହ କରୁଥିଲା। ପୋଲିସ ଅନୁସାରେ, ପୀଡିତ ଝିଅମାନଙ୍କ ମଧ୍ୟରୁ ଦୁଇଜଣ 2 ଜଣ ଅନଗଢ ଥାନାର ହୋଇଥିବା ବେଳେ ବାକି 10 ଜଣ କିଶନଗଞ୍ଜ ଥାନାର ଅଟନ୍ତି।

ବର୍ତ୍ତମାନ ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହିତ ନେଉଛି। ତାଙ୍କର ପ୍ରଥମ ଚେଷ୍ଟା ହେଉଛି ସମସ୍ତ ଯୁବତୀଙ୍କୁ ଠାବ କରି ତାଙ୍କୁ ଧନ୍ଦାରୁ ବାହାର କରିବେ। ଜଣାଇଦେଉଛୁ କି, ଏହାପୂର୍ବରୁ କେତେକ ମାମଲା ମଧ୍ୟ ସାମ୍ନାକୁ ଆସିଛି ଯେଉଁଠାରେ ଯୁବକ ବିବାହ ଓ ଚାକିରୀ ନାମରେ ଗାଁ ର ଯୁବତୀଙ୍କୁ ଦେହ ବେପାର ଧନ୍ଦାରେ ଲଗାଉଥିଲେ।

odia sambada
Comments (0)
Add Comment