ବିବାହର କିଛି ମାସ ପରେ ରଣବୀର କପୁରଙ୍କ ଘରେ ଶୁଭିବ କୁଆଁ କୁଆଁ ଶବ୍ଦ, ମା ହେବାକୁ ଯାଉଛନ୍ତି ଆଲିଆ ଭଟ୍ଟ

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଶୀଘ୍ର ବିବାହ କରିବାପରେ ଖୁବଶୀଘ୍ର ଗୋଟିଏ ପିଲା ମଧ୍ୟ ହେବାକୁ ଯାଉଛି । ଆଜ୍ଞା ହଁ, ଆପଣ ଠିକ୍ ଶୁଣିଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ ବାପାମାଆ ହେବାକୁ ଯାଉଛନ୍ତି । ଏହି ଗୁଡ ନ୍ୟୁଜ ଆଲିଆ ଭଟ୍ଟ ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି । ସେ ମା ହେବାର ଖବର ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଦେଇଛନ୍ତି । ଆଲିଆ ଦୁଇଟି ଫଟୋ ସେୟାର କରି ସେ ପ୍ରେଗ୍ନେଣ୍ଟ ଥିବାର ସୂଚନା ସମସ୍ତଙ୍କୁ ଦେଇଛନ୍ତି । ନିଜ ପୋଷ୍ଟରେ ଆଲିଆ ଭଟ୍ଟ କ୍ୟାପସନ୍ ଲେଖିଛନ୍ତି – ଆମ ଵେବି… ଖୁବଶୀଘ୍ର ଆସିବାକୁ ଯାଉଛି… ।

ଆଲିଆଙ୍କ ସ୍ପେସାଲ ପୋଷ୍ଟ :-

ଆଲିଆ ଗୁଡ଼ ନ୍ୟୁଜ୍ ସହିତ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ପ୍ରଥମ ଫଟୋରେ ଆଲିଆ ହସ୍ପିଟାଲ୍ ବେଡ଼ରେ ଖୁସି ଥିବାର ଦେଖାଯାଉଛନ୍ତି ଏବଂ ତାଙ୍କ ପାଖରେ ତାଙ୍କ ସ୍ଵାମୀ ରଣବୀର କପୁର ବସିଛନ୍ତି । ଅଲଟ୍ରାସୋନୋଗ୍ରାଫି ହେଉଛି ଏବଂ କମ୍ପ୍ୟୁଟର ସ୍କ୍ରିନରେ ତାର ଇମେଜ ରହିଛି, ଯାହା ଉପରେ ହାର୍ଟ ଈମୋଜି ଲଗା ଯାଇଛି । ଅନ୍ୟ ଫଟୋଟି କପଲ୍ ଏବଂ କବର ଅଟେ ।

ଆଲିଆଙ୍କ ଏହି ପୋଷ୍ଟ ପରେ ଆଲିଆ ଏବଂ ରଣବୀର କପୁରଙ୍କୁ ସମସ୍ତେ ଲଗାତାର ଅଭିନନ୍ଦନ ଜଣାଉଛନ୍ତି । ଆଲିଆଙ୍କ ମା ସୋନି ରାଜଦାନ ଲେଖିଛନ୍ତି – ଅଭିନନ୍ଦନ ମାମା ଆଣ୍ଡ ପାପା ଲୟନ୍ । ରଣବୀରଙ୍କ ଭଉଣୀ ରିଧିମା ଲେଖିଛନ୍ତି ଯେ ମୋ ବେବିଜର ବେବୀ ହବାକୁ ଯାଉଛି । ଆଲିଆଙ୍କୁ ନିଜ ଝିଅ ଭାବୁଥିବା କରଣ ଯୋହର ମଧ୍ୟ ବହୁତ୍ ଖୁସି ପ୍ରକାଶ କରିଛନ୍ତି । ରଣବୀରଙ୍କ ମା ନିତୁ କପୂରଙ୍କ ପୋଷ୍ଟ ଏବଂ କମେଣ୍ଟକୁ ମଧ୍ୟ ଲୋକମାନେ ଅପେକ୍ଷା କରି ରହିଛନ୍ତି ।

ବିବାହର 3 ମାସ ଭିତରେ ପ୍ରେଗ୍ନେଣ୍ଟ ହେଲେ ଆଲିଆ ଭଟ୍ଟ :-

ଆପଣଙ୍କୁ କହିରଖୁଛୁ ଯେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ବର୍ତ୍ତମାନ ସୁଦ୍ଧା 3 ମାସ ହୋଇନାହିଁ, ଆଉ ସେମାନେ ଦୁଇରୁ ତିନି ହେବାକୁ ଯାଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହି ବର୍ଷ ଏପ୍ରିଲ 14 ତାରିଖରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଖୁବ୍ ଧୁମଧାମରେ ବିବାହ କରିଥିଲେ । ଫ୍ୟାନ୍ସମାନେ ତ ଏହି ଗୁଡ଼ ନ୍ୟୁଜକୁ ବିଶ୍ୱାସ କରିପାରୁ ନାହାନ୍ତି, କାରଣ ସେମାନେ ଏତେ ଶୀଘ୍ର ଏହି ଗୁଡ ନ୍ୟୁଜ ବିଷୟରେ ଭାବି ମଧ୍ୟ ନଥିଲେ । ଏହି ଗୁଡ ନ୍ୟୁଜ କାରଣରୁ ତାଙ୍କ ଫ୍ୟାନ୍ସମାନେ ବହୁତ୍ ଖୁସି ଅଛନ୍ତି ଏବଂ ହୃଦୟର ସହ ଅଭିନନ୍ଦନ ଜଣାଉଛନ୍ତି ।

odia sambada
Comments (0)
Add Comment