ଏହି ଯୁବକଙ୍କ ବିନା ରହି ପାରୁନାହାନ୍ତି ଆମିରଙ୍କ ଝିଅ ଇରା, ଦିନରାତି ଏକାଠି ବିତାଉଛନ୍ତି, ଖୁବଶୀଘ୍ର କରିବେ ବିବାହ

ହିନ୍ଦୀ ଫିଲ୍ମର ଅଭିନେତା ଆମିର ଖାନଙ୍କ ଝିଅ ଇରା ଖାନ ହେଡଲାଇନରେ ରହିବାକୁ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ । ଇରା ଖାନ ବର୍ତ୍ତମାନ ବଲିଉଡରେ ଡେବ୍ୟୁ କରିନାହାନ୍ତି । ଅନେକଥର ତାଙ୍କର ବଲିଉଡରେ ଡେବ୍ୟୁ ଖବର ଆସିଛି, କିନ୍ତୁ ସେ ବଲିଉଡ ଠାରୁ ଦୂରରେ ଅଛନ୍ତି, ତଥାପି ସେ ପ୍ରାୟତଃ ହେଡଲାଇନର ଅଂଶ ରହିଥାନ୍ତି ।

କୁହାଯାଉଛି ଯେ 25 ବର୍ଷୀୟ ଇରା ନିଜ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନ କାହା ପାଖରେ ଲୁଚି ରହିନାହିଁ । ସେ ଦୀର୍ଘ ସମୟ ଧରି ନୂପୁର ଶିଖରେଙ୍କୁ ଡେଟ କରୁଛନ୍ତି । ଦୁହିଁଙ୍କ ପ୍ରେମ ବହୁତ୍ ବଢ଼ିବାରେ ଲାଗିଛି । 2021ରେ ଭ୍ୟାଲେଣ୍ଟାଇନ ଡେ ୱିକ ସମୟରେ ଇରା ସୋସିଆଲ ମିଡିଆରେ ରୋମାଣ୍ଟିକ ଫଟୋ ସେୟାର କରି କହିଥିଲେ ଯେ ସେ ନୂପୁର ସହିତ ସମ୍ପର୍କରେ ଅଛନ୍ତି ।

ନୂପୁର ଏବଂ ଇରା ସବୁବେଳେ ଏକାଠି ଥିବାର ଦେଖାଯାଉଛନ୍ତି । ଆମିରଙ୍କ ଝିଅ ଇରା ନୂପୁରଙ୍କ ପାଇଁ ପୁରା ଦିବାନୀ ଅଟନ୍ତି । ଏପରି ଲାଗୁଛି ଯେପରି ନୁପୁରଙ୍କ ବିନା ତାଙ୍କର ରହିବା କଷ୍ଟକର ଅଟେ । ସେ ନୂପୂରଙ୍କ ପ୍ରେମରେ ସମ୍ପୂର୍ଣ୍ଣ ରୂପେ ପାଗଳ ଏବଂ ତାଙ୍କ ପ୍ରେମରେ ପୁରା ବୁଡ଼ି ଯାଇଛନ୍ତି । ସେମାନେ ପ୍ରାୟତଃ ନିଜ ଫଟୋ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥାନ୍ତି ।

କୁହାଯାଉଛି ଯେ ଇରାଙ୍କ ବୟଫ୍ରେଣ୍ଡ୍ ନୁପୂରଙ୍କ ଇରାଙ୍କ ବାପା ଆମିର ଖାନଙ୍କ ସହିତ ମଧ୍ୟ ଭଲ ସମ୍ପର୍କ ଅଛି । ଦୁହିଁଙ୍କ ମଧ୍ୟରେ ଗୋଟିଏ ଦୃଢ଼ ସମ୍ପର୍କ ରହିଛି । ଅନେକ ଅବସରରେ ଆମିର ଏବଂ ନୂପୁର ଏକାଠି ଦେଖା ଯାଇଥାନ୍ତି । ଯେକୌଣସି ପର୍ବ ଆସିଲେ, ନୂପୁର ଏବଂ ଇରା ତାକୁ ଏକାଠି ମିଶି ପାଳନ କରନ୍ତି ଏବଂ ଅନେକ ଅବସରରେ ଆମିର୍ ମଧ୍ୟ ଦେଖିବାକୁ ମିଳନ୍ତି ।

ମେ ମାସରେ ଇରାଙ୍କ 25 ତମ ଜନ୍ମଦିନ ଥିଲା । ଏହି ଅବସରରେ ସେ ପୁଲ୍ ପାର୍ଟିର ଆୟୋଜନ କରିଥିଲେ । ତାଙ୍କ ଜନ୍ମଦିନର ପାର୍ଟିରେ ନୂପୁର ମଧ୍ୟ ସାମିଲ ହୋଇଥିଲେ । ଦୁହେଁ ମିଶି ପୁଲରେ ଖୁବ୍ ଏଞ୍ଜୟ୍ କରିଥିଲେ । ଏହି ଅବସରରେ ଆମୀର୍ ଏବଂ ଇରାଙ୍କ ମା ରିନା ଦତ୍ତା ମଧ୍ୟ ଦେଖା ଯାଇଥିଲେ । ସମସ୍ତଙ୍କ ସହ ମିଶି ଇରା ନିଜର ଜନ୍ମଦିନ ମନାଇଥିଲେ ।

odia sambada
Comments (0)
Add Comment