ରାଇମୋହନ ଛାଡି ଚାଲିଯିବା ପୂର୍ବରୁ ଘରେ ହୋଇଥିଲା ପ୍ରବଳ ଝଗଡା

ରାଇମୋହନଙ୍କ ମୃତ୍ୟୁ ପୂର୍ବରୁ ଘରେ ହୋଇଥିଲା ପ୍ରବଳ ଝଗଡା। ଝଗଡା କାରଣରୁ ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ ରାଇମୋହନ। ଦୁଇଝିଅଙ୍କ ପାଇଁ ଲାଗି ରହୁଥିଲା ପାରିବାରିକ କଳହ। ଯାହାପରେ ଏ ଦୁନିଆ ଛାଡି ଚାଲିଯିବାକୁ ପଣ କରିଥିଲେ ରାଇମୋହନ। କ୍ୟାରିୟରର ସଫଳ ଥିବା ବରିଷ୍ଠ ଅଭିନେତା ରାଇମୋହନ ପରିଡା କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ। ନିଜର ଭୟଙ୍କର ଅଭିନୟରେ ଡରାଉଥିବା ଅଭିନେତା ରାଇମୋହନ କାହିଁକି ଜିଇବାକୁ ଡରିଗଲେ। ରାଇମୋହନଙ୍କ ମୃତ୍ୟୁକୁ ଚାରିଦିନ ବିତିଗଲାଣି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଇମୋହନଙ୍କ ମୃତ୍ୟୁ ଉପରୁ ରହସ୍ୟ ଉଠି ପାରୁନାହିଁ। ଏହାରି ମଧ୍ୟରେ ପୋଲିସ ହାତରେ ଲାଗିଛି ଚାଞ୍ଚଲ୍ୟକର ଖବର।

ରାଇମୋହନଙ୍କ ମୃତ୍ୟୁ ପୂର୍ବ ଦିନ ରାତିରେ ତାଙ୍କ ସ୍ତ୍ରୀ ଓ ଝିଅ ସହ ହୋଇଥିଲା ପ୍ରବଳ ଝଗଡା। ଝଗଡା ଏତେ ବଡ ଥିଲାକି ରାଇମୋହନ ମାନସିକ ସ୍ତରରେ ଭାଙ୍ଗିପଡିଥିଲେ। ସେଦିନ ରାତିରେ ସେ ଏମିତି ନିଷ୍ପତ୍ତି ନେବାକୁ ସ୍ଥିର କରିଥିଲେ। ସେ ମାନସିକ ସ୍ଥରରେ ସମ୍ପୂର୍ଣ ରୂପରେ ଭାଙ୍ଗି ପଡ଼ିଥିଲେ ଯେଉଁଥିପାଇଁ ସେ ଏମିତି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ପୋଲିସ ସୂଚନା ଦେଇଛି।

ପୋଲିସ ଅନୁମାନ କରୁଛିକି ରାଇମୋହନ ରାତିର ଝଗଡାକୁ ସହି ପାରିନଥିଲେ। ରାତିରେ ସେ ଘରେ ଥିବାରୁ ସେ କୌଣସି ପଦକ୍ଷେପ ନେଇନଥିଲେ। କିନ୍ତୁ ସକାଳ ୧୦:୩୦ ପରେ ସମସ୍ତେ ବାହାରକୁ ଯିବାପରେ ରାଇମୋହନ ଘରେ ଏକଲା ହୋଇଯାଇଥିଲେ। ଯାହାକି ତାଙ୍କୁ ଏମିତି ନିଷ୍ପତ୍ତି ନେବାକୁ ଏକ ବଡ ସୁଯୋଗ ଆଣି ଦେଉଥିଲେ। ରାଇମୋହନ ବଡ଼ଝିଅ ବାହାଘର ପରେ ସେ ବହୁତ ଦୁଃଖୀ ରହୁଥିଲେ। କିଛିଦିନ ହେବ ସାନ ଝିଅ ପାଇଁ ମଧ୍ୟ ରାଇମୋହନ ଚିନ୍ତିତ ରହୁଥିଲେ। କାରଣ ସାନ ଝିଅ ନିଶା ନେଉଥିବା ବେଳେ ସେ ଜଣେ ଡ୍ରଗ ନେଉଥିବା ବ୍ୟକ୍ତିଙ୍କୁ ଭଲ ପାଉଥିଲେ। ଯେଉଁଥିପାଇଁ ପରିବାରରେ ବିବାଦ ଲାଗି ରହୁଥିଲା। ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ଜଣଙ୍କର ବୟାନ ରେକର୍ଡ କରିସାରିଛି।

odia sambada
Comments (0)
Add Comment