ବାପା ଓ ମାଆ ଛୁଆର ଜୀବନ ପାଇଁ ଆକୁଳ ନିବେଦନ କରୁଛନ୍ତି

ଡଉଲ ଡାଉଲ ତାର ଚେହେରା, ଆଉ ନିରୀହ ଆଖିରେ ତାର ନିରିମତା ଭରି ରହିଛି। ମାତ୍ର ୨୦ ମାସ ହେଲା ସେ ପୃଥିବୀକୁ ଆସିଛି। ତାର କୁଆଁ କୁଆଁ ରଡିରେ ଘରେ ଆନନ୍ଦ ଖେଳି ଯାଇଥିଲା। ଲକ୍ଷେ ଶିବଙ୍କୁ ପୂଜି ବାପା ମାଆ ପାଇଥିଲେ ପୁଅ। କିନ୍ତୁ ଲକ୍ଷେ ବ୍ରତ କରି ଜନ୍ମ ହୋଇଥିବା ପୁଅ ଏବେ ଜଟିଳ ଭାବେ ହୃତପିଣ୍ଡ ଏବଂ ଯକୃତ ଜନିତ ରୋଗରେ ପୀଡ଼ିତ ହୋଇପଡିଛି। ଯାହାପାଇଁ ମାଆ ବାପାଙ୍କ ଉପରେ ଦୁଃଖର କଳା ବାଦଲ ଛାଇ ଯାଇଛି।

ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ତାଳପଦା ପଞ୍ଚାୟତ ସୁଶାନ୍ତ ଓ ସଂଜୁଲତା ପଟ୍ଟନାୟକଙ୍କର ଏକ ମାତ୍ର ପୁଅ ପୀୟୂଷ କଥା। ତେବେ ପ୍ରଥମେ ଶିଶୁପୁତ୍ରର ପରିସ୍ରାରେ ସମସ୍ୟା ଦେଖାଯାଇଥିଲା। କଟକ ଏସସିବି ମେଡିକାଲ କଲେଜରେ ଦେଖାଇବା ପରେ ଶିଶୁପୁତ୍ରଟି କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲା। ଡାକ୍ତର ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ। ଅଭାବୀ ମାଆ ବାପା ଜମି ବିକ୍ରି କରି ୧ ଲକ୍ଷ ୮୫ହଜାର ଟଙ୍କା ଖର୍ଚ୍ଚ କରି କିଡନୀ ଅସ୍ତ୍ରୋପଚାର କରିଲେ। କିନ୍ତୁ ପୁଣିଥରେ ଯକୃତ ଜନିତ ସମସ୍ୟା ଦେଖାଯିବାରୁ ଡାକ୍ତରଙ୍କ କହିବା ଅନୁସାରେ ୫ଲକ୍ଷ ଟଙ୍କା ଖର୍ଚ୍ଚ କରି ଯକୃତ ଅସ୍ତ୍ରୋପଚାର କରାଇଥିଲେ। କିନ୍ତୁ ତାପରେ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଦେଖାଯିବାରୁ ଶିଶୁଟିର ହୃତପିଣ୍ଡ କଣା ଥିବା କଥା କହିଛନ୍ତି। ଯାହାର ଅସ୍ତ୍ରୋପଚାର କରିବା ଆବଶ୍ୟକ। ଏଥିପାଇଁ ୩ଲକ୍ଷ ଟଙ୍କା ଆବଶ୍ୟକ।

ଦିନ ମଜୁରିଆ ବାପା ମାଆ ଶିଶୁ ପୁତ୍ରର ଚିକିତ୍ସା ପାଇଁ ଆର୍ଥିକ ସମ୍ବଳର ସାହାଯ୍ୟ ପାଉନାହାନ୍ତି। ପୁଅର ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛନ୍ତି। ସ୍ଥାନୀୟ ସରପଞ୍ଚ ମଧ୍ୟ ଛୁଆଟିର ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ସେ ସମସ୍ତ ପ୍ରକାର ସୁବିଧା ମଧ୍ୟ ଯୋଗାଇ ଦେଇଛନ୍ତି। ଯେଉଁ ବ୍ୟକ୍ତିମାନେ ସହାୟତା କରିବା ପାଇଁ ଇଚ୍ଛୁକ ସେମାନେ ଏହି ନମ୍ୱରରେ ଯୋଗାଯୋଗ କରିବା ପାଇଁ ବାପା ମାଆ ନିବେଦନ କରିଛନ୍ତି। ନମ୍ୱରଟି ହେଲା ୬୪୫୩୨୪୭୩୬୭। ଯଦି ଆପଣମାନେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ନମ୍ୱର ଜରିଆରେ ଯୋଗାଯୋଗ କରିପାରିବେ।

odia sambada
Comments (0)
Add Comment