ସଫଳ ହେଲା ଅଙ୍ଗନୱାଡ଼ି କର୍ମୀଙ୍କ ସ୍ବପ୍ନ, ପୁଅ ପାଇଲେ ୨କୋଟିର ଚାକିରି

ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ ହୋଇଯାଏ। ସମସ୍ତ କଠିନ ରାସ୍ତା ସରଳରେ ପରିଣତ ହୁଏ। ସଫଳତା ଶିକୁଳି ଛିଡାଇ ନିଜ ଅଧିନକୁ ଚାଲିଆସେ। ଆଉ ପରିବର୍ତ୍ତନ ହୋଇଯାଏ ଭାଗ୍ୟରେଖା। ସଫଳତା ଆସି ହାତ ପାପୁଲିରେ ଛୁଇଁଯାଏ। ଏହାକୁ ପ୍ରମାଣିତ କରିଛନ୍ତି କୋଲକାତା ଯାଦବପୁରର ବିଶାଖା ମଣ୍ଡଳ। ବିଶାଖା ୨କୋଟିର ଚାକିରୀ ପାଇଛନ୍ତି। ବିଶାଖା ମଣ୍ଡଳ ଏହି ନାମ ବର୍ତ୍ତମାନ ସଂଘର୍ଷର ନାମ ପାଲଟିଛି।

ବିଶାଖାଙ୍କ ଜୀବନ ଏତେ ସହଜ ନଥିଲା। ସେ ଅନେକ ଘାତ ପ୍ରତିଘାତର ସାମ୍ନା କରିଛନ୍ତି। ସେ ୩ବର୍ଷ ବୟସରେ ନିଜ ବାପାଙ୍କୁ ହରାଇଥିଲେ। ସେବେଠାରୁ ତାଙ୍କ ମାଆ କାମ କରି ତାଙ୍କୁ ବଡ କରିଛନ୍ତି। ବିଶାଖା ଜଣେ ମେଧାବୀ ଛାତ୍ର ଥିଲେ। ସେ ଯାଦବପୁର ଉଚ୍ଚ ବିଦ୍ୟାଳୟରେ ନିଜର ଅଧ୍ୟୟନ ସାରିଥିଲେ।

ଯେଉଁଥିପାଇଁ ସେ ପଢୁଥିବା ସମୟରେ ତାଙ୍କୁ ଗୁଗୁଲ ଓ ଫେସବୁକରୁ ତାଙ୍କୁ ବଡ ବଡ ଅଫର ମିଳୁଥିଲା। ଗୁଗଲ ତାଙ୍କୁ ୧ କୋଟି ୪୦ ଲକ୍ଷ ଟଙ୍କାର ବାର୍ଷିକ ପେୟ କରୁଥିବା ବେଳେ ଫେସବୁକ ତାଙ୍କୁ ୧ କୋଟି ୮୩ ଲକ୍ଷ ଟଙ୍କାର ଚାକିରୀ ଅଫର ଦେଇଛି। ବିଶାଖା ଫେସବୁକର ଅଫରକୁ ଗ୍ରହଣ କରିଛନ୍ତି। ବିଶାଖା ଏବେ ଲଣ୍ଡନରେ କାର୍ଯ୍ୟରେ ଯୋଗଦେବେ। ସେ ତାଙ୍କ ସଫଳତାର ସମସ୍ତ ଶ୍ରେୟ ତାଙ୍କ ମାଆ ଶିବାନୀ ଦେବୀଙ୍କୁ ଦେଇଛନ୍ତି। କାରଣ ତାଙ୍କ ବାପା ଗଲାପରେ ମାଆ ବହୁତ କଷ୍ଟରେ ତାଙ୍କୁ ବଡ କରିଛନ୍ତି।

ବିଶାଖା ତାଙ୍କ କଲେଜରେ ଦ୍ଵାଦଶ ଶ୍ରେଣୀରେ ୧୨ତମ ରେଙ୍କରେ ଥିଲେ। ତାପରେ ସେ ଲଣ୍ଡନରେ ଚାକିରି ପାଇଥିଲେ। ତାପରେ ସେ ଚାକିରୀ ପାଇବା ପରେ ନିଜ ମାଆଙ୍କୁ ନିଦରୁ ଉଠାଇ ଏହି ଖୁସି ଖବର ଦେଇଥିଲେ। ସେ ବର୍ତ୍ତମାନ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

odia sambada
Comments (0)
Add Comment