ହଳଦିଆ ଦାନ୍ତ ମଧ୍ୟ ମୋତି ପରି ଚମକିବ, ଦାନ୍ତରେ ଲଗାନ୍ତୁ ଏହି 5ଟି ଜିନିଷ, ତାପରେ ଦେଖନ୍ତୁ ଧଳାର ଚମତ୍କାର

ଯେତେବେଳେ ଆମେ ସ୍ମାଇଲ କରନ୍ତି, ସେତେବେଳେ ଆମ ସୁନ୍ଦରତା ଆହୁରି ବଢିଯାଏ । କିନ୍ତୁ କିଛି ଲୋକ ମନ ଖୋଲି ହସିପାରନ୍ତି ନାହିଁ । ଏହାର କାରଣ ସେମାନଙ୍କ ଦାନ୍ତ ହଳଦିଆ ହେବା । ସମସ୍ତଙ୍କୁ ଦାନ୍ତ ଧଳା ଦେଖାଯିବା ପସନ୍ଦ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହା ଦ୍ଵାରା ଆପଣଙ୍କ ଦାନ୍ତ ହଳଦିଆରୁ ଧଳା ହୋଇଯିବ । ତେବେ ଚାଲନ୍ତୁ ଜାଣିବା ଦାନ୍ତ ଧଳା ହେବାର ରାମବାଣ ଚିକିତ୍ସା ବିଷୟରେ ।

ଲେମ୍ବୁ ରସ :-

ଲେମ୍ବୁ ଦାନ୍ତର ହଳଦିଆପଣ ଦୂର କରିବାରେ ସବୁଠାରୁ ଭଲ ଜିନିଷ ଅଟେ । ଆପଣଙ୍କୁ କେବଳ ଏତିକି କରିବାର ଅଛି, ଲେମ୍ବୁ ରସରେ ଟିକେ ଲୁଣ ଏବଂ ସୋରିଷ ତେଲ ମିଶାଇ ଦେବାର ଅଛି । ବର୍ତ୍ତମାନ ଏହାକୁ ନିଜ ଦାନ୍ତରେ ଘସନ୍ତୁ । ଲେମ୍ବୁରେ ବେକିଙ୍ଗ ସୋଢା ମଧ୍ୟ ମିଶାଇ ପାରିବେ । ଏହି ଉପାୟ ଦ୍ଵାରା ଆପଣଙ୍କ ଦାନ୍ତର ହଳଦିଆପଣ ଧୀରେ ଧୀରେ ଶେଷ ହୋଇଯିବ ।

ସେଓର ଭିନେଗାର :-

ଆପଣ ସେଓର ଭିନେଗାର ଦ୍ଵାରା ମଧ୍ୟ ଦାନ୍ତକୁ ଧଳା କରିପାରିବେ । ଏଥିପାଇଁ ଏକ କପ ପାଣି ନେଇ ସେଥିରେ ଅଧା ଚାମଚ ଭିନେଗାର ମିଶାନ୍ତୁ । ଏବେ ଏହାକୁ ଦାନ୍ତରେ ହାଲୁକା ଭାବେ ମାଲିସ କରନ୍ତୁ । ଆପଣ ଚାହିଁଲେ ଗୋଟିଏ ବ୍ରଶ ମଧ୍ୟ ବ୍ୟବହାର କରିପାରିବେ । କେବଳ ଗୋଟିଏ ଜିନିଷ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ଯେ ଯାହା ପାଣି ବିନା ସେଓର ଭିନେଗାରକୁ ବ୍ୟବହାର କରନ୍ତୁ ନାହିଁ । ନଚେତ୍ ଲାଭ ବଦଳରେ କ୍ଷତି ହୋଇପାରେ ।

କମଳା ଚୋପା :-

କମଳା ଭିଟାମିନ ସିରେ ଭରପୁର ରହିଥାଏ । ତେବେ ବହୁତ୍ କମ୍ ଲୋକ ଜାଣିଥିବେ ଯେ ଏହାର ଚୋପା ମଧ୍ୟ ବହୁତ୍ କାମରେ ଆସିଥାଏ । କମଳା ଚୋପାକୁ ଦାନ୍ତରେ ରଗଡିବା ଦ୍ଵାରା ଦାନ୍ତର ହଳଦିଆପଣ ଦୂର ହୋଇଯାଏ । ଏହାଦ୍ବାରା ଦାନ୍ତ ଭଲ ସଫା ମଧ୍ୟ ହୁଏ ଏବଂ ଜୀବାଣୁ ମରି ଯାଆନ୍ତି ।

ଲୁଣ ପାଣି :-

ଲୁଣକୁ ଆପଣ ନଖ ଉଷୁମ ପାଣିରେ ହାଲକା ମିଶାନ୍ତୁ । ବର୍ତ୍ତମାନ ଏହି ପାଣିକୁ କୁଳି କୁଳି କରନ୍ତୁ । ଏହାଦ୍ବାରା ଆପଣଙ୍କ ଦାନ୍ତ ଚକାଚକ ହୋଇଯିବ । କେବଳ ଏତିକି ନୁହେଁ, ଯଦି କିଛି ଇନ୍ଫେକସନ୍ ମଧ୍ୟ ଥାଏ ତେବେ ତାହା ମଧ୍ୟ ଶେଷ ହୋଇଯିବ ।

ଷ୍ଟ୍ରବେରି :-

ଷ୍ଟ୍ରବେରି ଖାଇବାକୁ ସମସ୍ତେ ଭଲ ପାଆନ୍ତି । କିନ୍ତୁ ଏହା ସ୍ଵାଦ ସହିତ ଦାନ୍ତକୁ ମଧ୍ୟ ଚମକାଇ ଥାଏ । କେବଳ ଷ୍ଟ୍ରବେରିକୁ ଦାନ୍ତରେ ରଗଡ଼ି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଦାନ୍ତର ହଳଦିଆପଣ ଦୂର ହୋଇଯିବ । ଏପରି କରିବା ପରେ ଉଷୁମ ପାଣିରେ କୁଳି କରିବାକୁ ଜମାରୁ ଭୁଲିବେ ନାହିଁ ।

odia sambada
Comments (0)
Add Comment