ଆସନ୍ତୁ ଜାଣିବା ଆମ ଦେଶରେ ଟଙ୍କା ଛାପିବା ପାଇଁ ଆର୍-ବି-ଆଇ କେତେ ଖର୍ଚ୍ଚ କରିଥାଏ?

ବର୍ତମାନ ସମୟରେ ମଣିଷ ଜୀବନରେ ଟଙ୍କାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସକାଳେ ଶୋଇକି ଉଠିବା ପରଠାରୁ ପୁଣି ରାତିରେ ଶୋଇବାକୁ ଯିବା ପର୍ଯ୍ୟନ୍ତ ଦୈନନ୍ଦିନ ଜୀବନରେ ମଣିଷ ଯାହା କିଛି ମଧ୍ୟ କରେ ସବୁଲାଗି ଅର୍ଥର ଆବଶ୍ୟକତା ପଡିଥାଏ । ପାଖରେ ଯଦି ଟଙ୍କା ଅଛି ତେବେ ସବୁ କାମ ସହଜରେ ହୋଇଯାଏ । ଚାହେ ଛୋଟ କାମ ହେଉ ଅଥବା ବଡ଼କାମ । ସବୁ ପାଇଁ ଦରକାର ଟଙ୍କା ।

ତେବେ ଆମେ କେବେ ଭାବିଛେ କି ଆମର ସମସ୍ତ ସମସ୍ୟାର ଅକ୍ଲେଶରେ ସମାଧାନ କରୁଥିବା ଟଙ୍କା ଆସେ କେଉଁଠୁ? ଅର୍ଥାତ କେଉଁଠି ଏହାର ମୁଦ୍ରଣ ହୁଏ, ଏହା ତିଆରି କରିବାରେ କେତେ ଖର୍ଚ୍ଚ ହୁଏ ଆଦି । ତେବେ ଆସନ୍ତୁ ଜାଣିବା ଏହି ସବୁ ବିଷୟରେ । ତେବେ ବନ୍ଧୁଗଣ ଆର-ବି-ଆଇ ହିଁ ହେଉଛନ୍ତି ଭାରତର ଶିର୍ଷ ମୁଦ୍ରା ନିୟନ୍ତ୍ରକ । କେବଳ ମୁଦ୍ରା ନୁହେଁ ବିଦେଶୀ ରିଜର୍ଭ, ଭାରତ ସରକାରଙ୍କ ବ୍ୟାଙ୍କର ଓ ଋଣ ନିୟନ୍ତ୍ରକ ଭାବେ ମଧ୍ୟ ଆର-ବି-ଆଇ କାମ କରିଥାନ୍ତି । ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ନୋଟ ମୁଦ୍ରଣ ଓ ଅର୍ଥର ଯୋଗାଣ ଦାୟିତ୍ୱ ମଧ୍ୟ ଆରବିଆଇଙ୍କ ଉପରେ ନ୍ୟସ୍ତ ।

ତେବେ ବର୍ତମାନ ଆସନ୍ତୁ ଜାଣିବା କେଉଁ ନୋଟ ଛାପିବା ଲାଗି ଖର୍ଚ୍ଚ ହୁଏ କେତେ । ଆରଟିଆଇରୁ ଜଣାପଡ଼ିଛି ଯେ, ଆର୍ଥିକ ବର୍ଷ ୨୦୨୧-୨୨ରେ ୧୦ ଟଙ୍କିଆ ଏକ ହଜାର ନୋଟ୍ ଛପାଇବା ପାଇଁ ଆରବିଆଇ ୯୬୦ ଟଙ୍କା ଦେଇଥିଲା । ୨୦ ଟଙ୍କିଆ ହଜାରେ ନୋଟ ପାଇଁ ୯୫୦ ଟଙ୍କା, ୫୦୦ ଟଙ୍କିଆ ହଜାରେ ନୋଟ୍ ପାଇଁ ୨୨୯୦ ଟଙ୍କା ଓ ୨୦୦ ଟଙ୍କିଆ ପାଇଁ ୨୩୭୦ ଟଙ୍କା ଖର୍ଚ୍ଚ ହୋଇଥିଲା । ଆଉ ସେହିପରି ୫୦ ଟଙ୍କିଆ ହଜାରେ ନୋଟ୍ ଛପାଇବା ପାଇଁ ଗତ ଆର୍ଥିକ ବର୍ଷରେ ୧୧୩୦ ଟଙ୍କା ଖର୍ଚ୍ଚ ହେଉଥିଲା ।

ସେହିପରି ୧୦୦ ଟଙ୍କିଆ ପାଇଁ ୧୭୭୦ ଟଙ୍କା ରହିଥିଲା । ତେବେ ୨୦ ଟଙ୍କିଆ ଠାରୁ ୧୦ ଟଙ୍କିଆ ଓ ୫୦୦ ଟଙ୍କିଆ ଠାରୁ ୨୦୦ ଟଙ୍କିଆ ନୋଟ ଛପାଇବା ମହଙ୍ଗା ହୋଇଥିଲା । ୨୦୨୦-୨୧ରେ ୫୦ ଟଙ୍କିଆ ହଜାରେ ନୋଟ୍ ପାଇଁ ୯୨୦ ଟଙ୍କା ଖର୍ଚ୍ଚ ହୋଇଥିଲା । ଏକ ବର୍ଷ ମଧ୍ୟରେ ଏହା ୨୩ ପ୍ରତିଶତ ବଢ଼ି ୧୧୩୦ରେ ପହଞ୍ଚି ଯାଇଥିଲା । ସେହିପରି ୨୦ ଟଙ୍କିଆ ନୋଟ ଛପା ଖର୍ଚ୍ଚ ଏକ ବର୍ଷରେ ବର୍ଷରେ ୧% ବଢ଼ିଥିଲା । ୫୦୦ ଟଙ୍କିଆ ଛପା ଖର୍ଚ୍ଚ ସ୍ଥିର ରହିଥିଲା ।

odia sambada
Comments (0)
Add Comment