ପ୍ରେମିକର ନିର୍ବନ୍ଧ କଥା ଶୁଣି ସକାଳ 4ରୁ ଉଠି ଦୌଡି ଆସିଲା ପ୍ରେମିକା, ଧାରଣା ଦେଇ କହିଲେ – ମତେ ବାହା ହେବେ, ନଚେତ୍ ମୁଁ ଏଠୁ ଉଠିବିନି

ଜଣେ ଯୁବତୀ ନିଜ ପ୍ରେମିକର ନିର୍ବନ୍ଧ ଖବର ପାଇ ବର୍ତ୍ତମାନ ପ୍ରେମିକ ଘର ଆଗରେ ଧାରଣା ଦେଉଛି । ଏ ଦୃଶ୍ୟ ଆପଣ ଦେଖି ପାରୁଥିବେ ଯେ କିଭଳି ଭାବେ ଯୁବକଙ୍କ ଘର ଆଗରେ ତାଙ୍କ ପ୍ରେମିକା ଧାରଣା ଦେଇ ବସିଛନ୍ତି । ପ୍ରଥମେ ପ୍ରେମ କଲେ ଏବଂ ତାପରେ ଶାରୀରିକ ସମ୍ପର୍କ ରଖିଲେ । ତାପରେ ବିବାହ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କିନ୍ତୁ ବର୍ତ୍ତମାନ ଅନ୍ୟ ଝିଅକୁ ବାହା ହେଉଛନ୍ତି ।

ତେବେ ପ୍ରେମିକର ନିର୍ବନ୍ଧ ଖବର ପାଇବା ମାତ୍ରେ ପ୍ରେମିକାର ଆଖିରୁ ନିଦ ହଜି ଯାଇଥିଲା । ସକାଳ ଭୋର 4ଟାରୁ ପ୍ରେମିକ ଘରକୁ ପ୍ରେମିକା ଧାଇଁ ଆସିଲା । ବର୍ତ୍ତମାନ ଘର ଆଗରେ ଏମିତି ଭାବେ ପ୍ରେମିକା ଧାରଣା ଦେଉଛନ୍ତି । ମତେ ଭଲପାଇଲେ, ଆଉ ଜଣଙ୍କୁ କେମିତି ବାହା ହେବେ ବୋଲି ପ୍ରେମିକା କହିଛନ୍ତି । ପ୍ରେମିକା ସହିତ ଅନ୍ୟ ଲୋକମାନେ ଡାକିଲେ ମଧ୍ୟ ଯୁବକଙ୍କ ଘରୁ କେହି ବାହାରୁ ନାହାଁନ୍ତି କି ତାଙ୍କ କଥା ଶୁଣୁନାହାନ୍ତି ।

ତେବେ ଘଟଣାଟି ଜଗତସିହପୁର କୁଜଙ୍ଗ ଜିଲ୍ଲା ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତର ନୂଆଁବାଲି ସାହି ଗ୍ରାମରେ ଘଟିଛି । ନୂଆଁବାଲି ସାହି ଗ୍ରାମର ଜୀବନ ମହାରଣା 3 ବର୍ଷ ଧରି ଜଣେ ଯୁବତୀଙ୍କୁ ଲଗାତାର ଭଲ ପାଉଥିଲେ । ଏହାସହିତ ଝିଅକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ସହିତ ବିଭିନ୍ନ ସ୍ଥାନକୁ ବୁଲାଇବାକୁ ନେଉଥିଲେ । ଆଉ ଆଜି ନିର୍ବନ୍ଧ ହେଉଛି ଖବର ପ୍ରେମିକାଙ୍କୁ ଦେବାସହିତ ଘରକୁ ଆସି କିଛି ସମାଧାନ କରିବାକୁ ପ୍ରେମିକ ପ୍ରେମିକାକୁ ଡାକିଥିଲେ ।

ଆଉ ଏବେ ନିର୍ବନ୍ଧ କଥା ଶୁଣି ବନ୍ଧ ବାଡ ମାନି ନଥିଲେ ପ୍ରେମିକା ଏବଂ ଯେପରି ଆଖିରୁ ନିଦ ହଜି ଯାଇଥିଲା । ରାତି 4 ଟାରେ ପ୍ରେମିକ ଘର ଆଗରେ ପହଞ୍ଚିବା ପରେ ପ୍ରେମିକା ଘର ଆଗରେ ଧାରଣା ଦେଇଥିଲେ । ତେବେ ଧାରଣା ଦେବା ସମୟରେ ପୁଅର ପରିବାର ଦ୍ଵାରା ଆକ୍ରୋଶର ଶିକାର ହେବା ଘଟଣାକୁ ନେଇ ବର୍ତ୍ତମାନ ଯୁବତୀ ଅଭିଯୋଗ କରିଛନ୍ତି ।

ସେପଟେ ଗ୍ରାମବାସୀମାନେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଆଉ ଏବେ ବି ପ୍ରେମିକା ନ୍ୟାୟ ପାଇବାପାଇଁ ପ୍ରେମିକର ଘର ଆଗରେ ଧାରଣା ଦେଇ ବସିଛନ୍ତି । ଗୋଟିଏ ଜିଦ୍ ରହିଛି ଯେ ମତେ ହିଁ ବାହା ହେବେ, ନଚେତ୍ ମୁଁ ଏଠୁ ଉଠିବି ନାହିଁ ।

ତେବେ ଯୁବତୀ ଜଣକ ଅନ୍ୟ ଜାତିର ହୋଇଥିବା ବେଳେ ପରିବାର ଲୋକେ ଏଥିରୁ ଦୂରେଇ ଯାଇ ଅନ୍ୟତ୍ର ବିବାହ କରିବାକୁ ବୁଝାଇଥିଲେ । ଯାହାକୁ ନେଇ ଗତ କାଲି ନିର୍ବନ୍ଧ ସ୍ଥିର ହୋଇଥିଲା । ସେପଟେ ଘଟଣାର ସୂଚନା ପାଇ କୁଜଙ୍ଗ ଥାନା ପୋଲିସ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ପ୍ରେମିକ ଜୀବନକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛି ।

odia sambada
Comments (0)
Add Comment