ବାପା ଅଶିକ୍ଷିତ ଅଟୋ ଚାଳକ, ଅଶିକ୍ଷିତ ମା ଅନ୍ୟର କପଡା ଧୋଇଲେ,ଝିଅ ଆଣିଲା ଗୈାରବ,୧୦ମ ରେ କଲେ ଟପ୍

ଲୋକମାନେ କହନ୍ତି ଯେ ପଢ଼ାପଢ଼ି, ଖେଳକୁଦ,ଓ ଅନ୍ୟାନ୍ୟ କ୍ଷେତ୍ରରେ ଆଗକୁ ବଢିବା ପାଇଁ ପରିବାରର ସାହାଯ୍ୟ ଆବଶ୍ୟକ,କାରଣ ଗରିବ ପରିବାରର ପିଲାମାନେ ଅସୁବିଧା ଓ ଅଭାବ ଯୋଗୁଁ ଏହାର ମୁକାବିଲା କରିପାରନ୍ତି ନାହିଁ|କିନ୍ତୁ ଏହି କଥାକୁ ଜଣେ ଭୁଲ ସାବ୍ୟସ୍ତ କରିଛନ୍ତି|ଏଵେ ଜୟପୁରର ସୁହାନୀ ଅଗ୍ରୱାଲ ଏହା ସାବ୍ୟସ୍ତ କରିଛନ୍ତି ଯେ ଗରିବ ଓ କଠିନାଇକୁ ତପରେ ପରିଣତ କରି ସଂକଳ୍ପ ନେଇ ଏହା ପୂର୍ଣ୍ଣ ହେବ|

ଅଶିକ୍ଷିତ ଅଟୋ ଚାଳକ, ଅଶିକ୍ଷିତ ମା ର ସନ୍ତାନ ସୁହାନୀ ୧୫ ବର୍ଷୀୟା ସୁହାନୀ ଅଗ୍ରୱାଲ ରାଜସ୍ଥାନର ଦଶମ ପରୀକ୍ଷାରେ ନା କେବଳ ଟପ କରିଛନ୍ତି,ଏହା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ବନିଛନ୍ତି|ଏଥିରେ ସେ ୯୬% ନମ୍ବର ରଖି ସ୍କୁଲର ନାଁ ଗୈାରବ ଆଣିଛନ୍ତି|

ତାଙ୍କ ବାପା କଠିନ ପରିଶ୍ରମ କରି ଝିଅକୁ ସ୍କୁଲ ପଠେଇଥିଲେ ଫଳରେ ଝିଅ ଏହାକୁ ହୃଦୟଙ୍ଗମ କରି ଏହାର ମର୍ଯ୍ୟାଦା ରଖିଛନ୍ତି|କରୋନା ସମୟରେ ଯେତେବେଳେ ଅଟୋ ବନ୍ଦ ହୋଇଯାଇଥିଲା ସେତେବେଳେ ପରିବାର କଠିନ ପରିସ୍ଥିତିରେ ଥିଲେ|ଏହି ସମୟରେ ତାଙ୍କ ମା ଅନ୍ୟ ଘରର କପଡା ଧୋଇ ପରିବାର ଚଳାଇଥିଲେ|

କରୋନା ସମୟରେ ପରିବାର କଠିନ ପରିସ୍ଥିତିର ସାମ୍ନା କରିବା ସତ୍ତ୍ୱେ ହାର ମାନି ନଥିଲେ|ଏହି ସମୟରେ ସେ ପଢ଼ାପଢ଼ି ସହ ମାଙ୍କୁ କାମରେ ସାହାଯ୍ୟ କରୁଥିଲେ|ସେ ସମୟରେ ମୋବାଇଲର ଉପଯୋଗ କରି ଅନଲାଇନ ପଢ଼ାପଢ଼ି କରୁଥିଲେ|

ସେ ଜୟପୁରର ସି ସ୍କିମ ସ୍ଥିତ କାଶୀବାଇ ଛଗନଲାଲ ଢବେରୀ ସ୍କୁଲରେ ପଢନ୍ତି|ସ୍କୁଲର ପ୍ରିନ୍ସିପାଲ ଦେବେନ୍ଦ୍ର କୁମାର ବାଜା ତାଙ୍କ ପ୍ରଦର୍ଶନରେ ପ୍ରଭାବିତ|ସେ କହିଛନ୍ତି ସୁହାନୀ ପଢାଇରେ ଭଲ ଯୋଗୁଁ ପ୍ରଥମରୁ ତାଙ୍କ ଫି ଛାଡ ହୋଇଥିଲା|ସେ ଦୈନିକ ୬ ଘଣ୍ଟା ପଢୁଥିଲେ|ଏହାପରେ ସେ କମର୍ସ ପଢି ସିଏ ବନିବାକୁ ଲକ୍ଷ୍ୟ ରଖିଛନ୍ତି|

odia sambada
Comments (0)
Add Comment