ଭାଇରାଲ: ଛକ ଉପରେ ଟ୍ରାଫିକ ପୋଲିସ କରିଲେ ଏମିତି ନାଚ, ମାଇକେଲ ଜେକ୍ସନଙ୍କ ଷ୍ଟେପ ଦେଖି ଲୋକ ହେଲେ ପାଗଳ

ଆପଣ ନିଜ ଆଖପାଖରେ ଗୋଟିଏରୁ ବଢି ଗୋଟିଏ ଡ୍ୟାନ୍ସର ଦେଖିଥିବେ। କିନ୍ତୁ ବୋଧ ହୁଏ ଆପଣ କେବେ ସଡ଼କ ଉପରେ ଏମିତି ଗଜବ ଡ୍ୟାନ୍ସ ଦେଖିଥିବେ। ଏହି ଭିଡିଓ ଇନ୍ଦୋରର ଅଟେ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି।

ଭିଡିଓ କରିଦେବ ଆଶ୍ଚର୍ଯ୍ୟ:-

ଏହି ଭିଡିଓରେ ଏକ ଟ୍ରାଫିକ ପୋଲିସ ଅଫିସର ମଝି ରାସ୍ତାରେ ନାଚୁଥିବାର ଦେଖାଯାଉଛି। ଏହି ଅଫିସର ଡ୍ୟାନ୍ସ କରୁ କରୁ ସଡ଼କରେ ଲୋକଙ୍କୁ ଡିରେକ୍ସନ ଦେଖାଉଛନ୍ତି। ପଛ ଭାଗରେ ସମସ୍ତ ଗାଡ଼ି ଅଟକିଛି। ପ୍ରଥମେ ଆପଣ ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ନିଶ୍ଚିତ ଦେଖନ୍ତୁ।

ଲୋକଙ୍କୁ କରିଲେ ଏଣ୍ଟରଟେନ:-

ଏହି ପୋଲିସ ଅଫିସରଙ୍କ ଷ୍ଟେପ ମାଇକେଲ ଜେକ୍ସନଙ୍କ ପରି ଥିଲା। ଲାଗୁଥିଲା ସେ ତାଙ୍କ ଠାରୁ ପ୍ରଭାବିତ ହୋଇଛନ୍ତି। ଏହି ଅଫିସରଙ୍କ ଏହି ନୃତ୍ୟ ଦେଖି ଅନେକ ଖୁସି ହେଲେ। ଏହି ଭିଡ଼ିଓର କ୍ୟାପସନରେ ଲେଖାଅଛିକି ଯାହା ବି କାମ କରନ୍ତି ଭଲରେ କାମ କରନ୍ତୁ। ଅନେକ ୟୁଜର୍ସ ଏହି ଭିଡିଓ ଉପରେ ମଜା କରୁଥିବାର ଦେଖାଯାଉଛି। ଜଣେ ୟୁଜର ଲେଖିଲେ ଯେତେବେଳେ ମଧ୍ୟ ମେରୀ କ୍ରଶ ସିଗ୍ନାଲକୁ କ୍ରସ କରି ଯିବାର ଥିବ। ଆଉ ଜଣେ ଲେଖିଲେ ଭାରତର ମାଇକେଲ ଜେକ୍ସନ।

କାମକୁ ଏଞ୍ଜୟ କରିବା ଉଚିତ:-

ଏହି ଭିଡ଼ିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୭ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଏତିକି ନୁହେଁ ଏହି କୁଲ ଡ୍ୟାନ୍ସିଙ୍ଗ କପକୁ ଦେଖି ଲୋକ ତାଙ୍କଠାରୁ ଇନସ୍ପାୟାର ମଧ୍ୟ ହୋଇଛନ୍ତି। ଯେଉଁପରି ସେ ନିଜର କାମକୁ ମଜା ଭାବରେ କରୁଛନ୍ତି, ସେହିପରି ଅମା ସମସ୍ତଙ୍କୁ ନିଜ ନିଜର କାମକୁ ବେଷ୍ଟ ଦେବା ଉଚିତ।

odia sambada
Comments (0)
Add Comment