ପୁଣି ସାମ୍ନାକୁ ଆସିଲା ରଶ୍ମିଙ୍କୁ ନେଇ ଗୋଟିଏ ବଡ ଖବର, ମୃତ୍ୟୁ ବେଳକୁ ତିନି ମାସର ଗର୍ଭବତୀ ଥିଲେ ଅଭିନେତ୍ରୀ ରଶ୍ମିରେଖା

ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପରଠାରୁ ପୋଲିସ ଲଗାତାର ଯାଞ୍ଚ୍ କରିବାରେ ଲାଗିଛି । ଦିନ ଯେତିକି ଗଡ଼ୁଛି ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣାରେ ସେତେ ନୂଆଁ ନୂଆଁ କଥା ସାମ୍ନାକୁ ଆସୁଛି । ଗୋଟିଏ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରଶ୍ମିରେଖା ତିନି ମାସର ଗର୍ଭବତୀ ଥିବା କଥା କୁହାଯାଉଛି । ଯାହାକି ବର୍ତ୍ତମାନ ଏହି ଘଟଣାକୁ ଗୋଟିଏ ଭିନ୍ନ ମୋଡ ଦେଉଛି ।

ଏହି ଖବର ଜଣାପଡିବା ପରେ ପୋଲିସକୁ ସହଯୋଗ କରୁଥିବା ପୁରୁଷ ବନ୍ଧୁ ସନ୍ତୋଷ ଫେରାର ହୋଇଯାଇଛି । ଯାହାକୁ ଖୋଜିବା ପାଇଁ ନୟାପଲ୍ଲୀ ଥାନା ପୋଲିସ ଦୁଇଟି ଟିମ୍ ଗଠନ କରିସାରିଛି । ଗତ ଶନିବାର ଦିନ ରଶ୍ମିରେଖାଙ୍କ ମୃତ୍ୟୁ ହୋଇଥିବା ବେଳେ ରବିବାର ଦିନ ଶବ ବ୍ୟବଚ୍ଛେଦ ହୋଇଥିଲା ଏବଂ ଶବ ବ୍ୟବଚ୍ଛେଦ ବେଳେ ଜଣାପଡିଥିଲା ଯେ ଅଭିନେତ୍ରୀ ରଶ୍ମିରେଖା 12 ରୁ 14 ସପ୍ତାହର ଗର୍ଭବତୀ ଥିଲେ । ଏ ସମ୍ପର୍କରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି ।

ତେବେ ଏହାକୁ ନେଇ ବଡ ପ୍ରଶ୍ନ ଉଠିଛି । ଯଦି ରଶ୍ମିରେଖା ଗର୍ଭବତୀ ଥିଲେ, ତେବେ ସେ କାହିଁକି ଜୀବନ ହାରିଲେ । ବ୍ୟବଚ୍ଛେଦ ରିପୋର୍ଟରେ ରଶ୍ମିରେଖା ଗର୍ଭବତୀ ଥିବା କଥା ଉଲ୍ଲେଖ ଥିବା ବେଳେ ପୋଲିସ କହୁଛି 45 ଦିନ ହେଲାଣି ସନ୍ତୋଷ ଏବଂ ରଶ୍ମିରେଖା ଉଭୟ କୋର୍ଟ ମ୍ୟାରେଜ କରିଥିଲେ । ତେବେ ଏ କଥାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ରଶ୍ମିରେଖା କୋର୍ଟ ମ୍ୟାରେଜ ପୂର୍ବରୁ ହିଁ ଗର୍ଭବତୀ ଥିଲେ ।

ବୋଧହୁଏ ରଶ୍ମିରେଖା ଗର୍ଭବତୀ ହେବା ପରେ ବିଧିବତ ଭାବେ ବିବାହ କରିବାକୁ ଜିଦି ଧରିଥିଲେ । ସମସ୍ତଙ୍କ ସମ୍ମୁଖରେ ସନ୍ତୋଷ ରଶ୍ମି ରେଖାଙ୍କ ମଥାରେ ସିନ୍ଦୂର ଏବଂ ହାତରେ ଶଙ୍ଖା ଭରିଥାନ୍ତେ । ବୋଧହୁଏ ଏଥିପାଇଁ ପୁରୁଷ ବନ୍ଧୁ ସନ୍ତୋଷ ରାଜି ହୋଇନଥିଲେ । ପରବର୍ତ୍ତୀ ସମୟରେ ପୁରୁଷ ବନ୍ଧୁ ସନ୍ତୋଷ ଏବଂ ଅଭିନେତ୍ରୀ ରଶ୍ମିରେଖାଙ୍କ ମଧ୍ୟରେ ବୋଧହୁଏ ଗଣ୍ଡଗୋଳ ହୋଇଥିଲା । ଆଉ ଏମିତି କିଛି କାରଣ ପାଇଁ ବୋଧହୁଏ ଅଭିନେତ୍ରୀ ରଶ୍ମିରେଖା ଜୀବନ ହରିଥିବା କଥା ପୋଲିସ ସନ୍ଦେହ କରୁଛି ।

odia sambada
Comments (0)
Add Comment