ଉଦ୍ଧବଙ୍କ ଉପରେ ପଡ଼ିଗଲା କି କଙ୍ଗନାଙ୍କ ଅଭିଶାପ, ରାଜନୈତିକ ସଂକଟ ଭିତରେ ଭାଇରାଲ୍ ହେବାକୁ ଲାଗିଛି କଙ୍ଗନାଙ୍କ ପୁରୁଣା କଥା

ଶିବସେନା ସରକାରଙ୍କ ପ୍ରତି ରାଜନୈତିକ ସଙ୍କଟ ଘନେଇବାରେ ଲାଗିଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଅଭିନେତ୍ରୀ କଙ୍ଗନା ରନୱତଙ୍କ ପୁରୁଣା କଥା ଉଙ୍କି ମାରୁଛି । ମହାରାଷ୍ଟ୍ର ଏମଏଲସି ନିର୍ବାଚନର ମତାମତ ଆସିବାପରେ ଶିବସେନାର ବିଦ୍ରୋହୀ ନେତା କିଛି ସମର୍ଥକ ବିଧାୟକଙ୍କୁ ଧରି ଉଦ୍ଧବ ସରକାରଙ୍କ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି । ଯାହାକୁ ନେଇ ମହାରାଷ୍ଟ୍ର ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି ହେବାରେ ଲାଗିଛି । ସ୍ଥିତି ଏପରି ହୋଇଗଲାଣି ଯେ ଉଦ୍ଧବ ସରକାରଙ୍କ ଶାସନ ଗାଦି ମଧ୍ୟ ଟଳମଳ ହେଲାଣି ।

ଅନ୍ୟପଟରେ ସୋସିଆଲ ମିଡିଆରେ ଅଭିନେତ୍ରୀ କଙ୍ଗନା ରନୱତଙ୍କ ଭିଡିଓକୁ ନେଇ ଗୋଟିଏ ସମାନ୍ତରାଳ ଚର୍ଚ୍ଚା ଚାଲିଛି । 2020 ରେ କଙ୍ଗନା ଉଦ୍ଧବଙ୍କୁ ଇଙ୍ଗିତ କରି କହିଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । 2020 ରେ ଯେତେବେଳେ କଙ୍ଗନାଙ୍କ ଘର ଭଙ୍ଗା ଯାଇଥିଲା, ସେତେବେଳେ କଙ୍ଗନା କହିଥିଲେ ଯେ ” ଯିଏ ନାରୀଙ୍କୁ ଅସମ୍ମାନ କରିଛି, ତାର ଗର୍ବ କେବେ ବି ରହିନାହିଁ । ରାବଣ ପରି ଲୋକର ମଧ୍ୟ ଗର୍ବ ରହିନାହିଁ । ସେ ସୀତାଙ୍କୁ ଅପମାନ କରିଥିଲା, ତେଣୁ ତାର ପତନ ମଧ୍ୟ ହୋଇଥିଲା । ତେଣୁ ଯିଏ ନାରୀକୁ ଅପମାନ କରିବ, ତାର ପତନ ନିଶ୍ଚୟ । ଆଜି ମୋ ଘର ଭାଙ୍ଗିଛ, କାଲି ତୁମ ଗର୍ବ ଭାଙ୍ଗିଯିବ ଉଦ୍ଧବ ।”

କଙ୍ଗନାଙ୍କ ଏହି ପୁରୁଣା ଭିଡିଓ ଗୁଡ଼ିକ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କିଛି ୟୁଜର ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ ” କର୍ମ ଉଚିତ୍ ଶିକ୍ଷା ଦେଇଛି” । ଆଉ କିଛି ଲେଖିଛନ୍ତି, ” ଯେମିତି କର୍ମ, ସେମିତି ଫଳ” ।

ସୂଚନାଯୋଗ୍ୟ ଯେ 2020 ରେ କଙ୍ଗନା ଏବଂ ସଞ୍ଜୟ ରାଉତଙ୍କ ଟୁଇଟକୁ ନେଇ ବିବାଦ ବଢିଥିଲା । ଏହାସହିତ କଙ୍ଗନା ମୁମ୍ବାଇ ପୋଲିସକୁ ମାଫିଆ ଏବଂ ମୁମ୍ବାଇକୁ ପାକିସ୍ତାନ ସହ ତୁଳନା କରି ହରଡଘଣାରେ ପଡ଼ିଥିଲେ । ବିଏମସି ପକ୍ଷରୁ ତାଙ୍କ ଅଫିସ ଇଲିଗାଲ ସ୍ଥାନରେ ହୋଇଛି ବୋଲି ଦର୍ଶାଯାଇ ଭଙ୍ଗା ଯାଇଥିଲା ।

ସେହି ସମୟରେ କଙ୍ଗନା କହିଥିଲେ ଯେ “ଉଦ୍ଧବ, ତୁମେ ଭାବୁଛ ତୁମେ ମୋ ଠାରୁ ପ୍ରତିଶୋଧ ନେଇଛ । କିନ୍ତୁ ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ ଭାଙ୍ଗିଯିବ ।” ବୋଧହୁଏ କଙ୍ଗନାଙ୍କ ଏହି ଅଭିଶାପ ଉଦ୍ଧବଙ୍କ ଉପରେ ପଡ଼ିବାକୁ ଯାଉଛି । ବୋଧହୁଏ ଶିବସେନାର ସାମ୍ରାଜ୍ୟ ଭାଙ୍ଗିଯିବ । ଆଗାମୀ ଦିନରେ କଣ୍ ହେବ, ତାହା ଦେଖିବା ବାକି ରହିଲା ।

odia sambada
Comments (0)
Add Comment