ଅଭିନେତ୍ରୀ ରଶ୍ମିରେଖାଙ୍କର କାହିଁକି ଏତେ ଟଙ୍କା ଦରକାର ପଡୁଥିଲା ? ସେ କାହିଁକି ତାଙ୍କ ସାଙ୍ଗମାନଙ୍କୁ ଫୋନ୍ କରି ଟଙ୍କା ମାଗୁଥିଲେ ? ସାମ୍ନାକୁ ଆସୁଛି ଅନେକ ପ୍ରଶ୍ନ

ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି । ତାଙ୍କ ମୃତ୍ୟୁ ପଛର ରହସ୍ୟ ଜାଣିବାକୁ ମିଡ଼ିଆ ଠାରୁ ଆରମ୍ଭ କରି ତାଙ୍କ ଫ୍ୟାନମାନେ ମଧ୍ୟ ଅପେକ୍ଷାରେ ଅଛନ୍ତି । ସମସ୍ତେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ପ୍ରକୃତରେ ତାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? ସେ ନିଜେ ନା ଅନ୍ୟ କେହି ?

ତେବେ ବର୍ତ୍ତମାନ ଏହି ପ୍ରଶ୍ନ ମଧ୍ୟ ସାମ୍ନାକୁ ଆସିଛି ଯେ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଆକାଉଣ୍ଟକୁ କିଏ ଟଙ୍କା ପଠାଉଥିଲା ? କାହିଁକି ରଶ୍ମିରେଖା ତାଙ୍କ ସାଙ୍ଗମାନଙ୍କୁ ଟଙ୍କା ମାଗୁଥିଲେ ? ତାଙ୍କର ଏତେ ଟଙ୍କା କାହିଁକି ଦରକାର୍ ପଡୁଥିଲା ? ରଶ୍ମିରେଖା ଏବଂ ତାଙ୍କ ସ୍ବାମୀଙ୍କ ଭିତରେ ଟଙ୍କା ନେଣ ଦେଣକୁ ନେଇ ଗଣ୍ଡଗୋଳ ହୋଇଥିଲା କି ?

ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି । ସେପଟେ ମୃତ୍ୟୁ ପୂର୍ବର ଶେଷ ଚିଠି ରଶ୍ମିରେଖାଙ୍କ ସ୍ବାମୀ ପାଇଁ ରକ୍ଷା କବଚ ପାଲଟିଛି । ତଥାପି ରଶ୍ମିରେଖାଙ୍କ ବାପା ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିବା ପରେ ରଶ୍ମିରେଖା ଲେଖିଥିବା ଚିଠିକୁ ହ୍ୟାଣ୍ଡରାଇଟିଂ ମ୍ୟାଚ ପାଇଁ ଫରେନ୍ସିକ ଡିପାର୍ଟମେଣ୍ଟକୁ ପଠାଯାଇଛି ।

ଏହା ଭିତରେ ସେତେବେଳେ ବଡ କଥା ସାମ୍ନାକୁ ଆସିଛି, ଯେତେବେଳେ ରଶ୍ମିଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି । ତେବେ ପ୍ରଶ୍ନ ଏହା ଯେ କାହିଁକି ରଶ୍ମିଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିଲା ? ରଶ୍ମିରେଖା କାହିଁକି ଅନେକ ସାଙ୍ଗକୁ ଫୋନ୍ କରି ଟଙ୍କା ମାଗୁଥିଲେ ? ରଶ୍ମିରେଖା ଏବଂ ତାଙ୍କ ସ୍ବାମୀଙ୍କ ଭିତରେ ଟଙ୍କା ନେଣ ଦେଣକୁ ନେଇ ଗଣ୍ଡଗୋଳ ହୋଇଥିବା କଥା ସାମ୍ନାକୁ ଆସିବା ଏବଂ ଟଙ୍କା ପହଞ୍ଚିବା ଘଟଣା ଏହି ମୃତ୍ୟୁ ଘଟଣାକୁ ଆହୁରି ରହସ୍ୟମୟ କରୁଛି ।

ସେପଟେ ଅଭିନେତ୍ରୀଙ୍କ ପରିବାର ଲୋକେ ତାଙ୍କ ସ୍ବାମୀ ସନ୍ତୋଷ ପଣ୍ଡାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ସୁସାଇଡ ନୋଟରେ ରଶ୍ମି ନିଜେ ଲେଖିଛନ୍ତି କି ଆଉ କିଏ ଲେଖିଛନ୍ତି, ଏହାକୁ ନେଇ ଯାଞ୍ଚ୍ କରାଯାଉ ବୋଲି ରଶ୍ମିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

odia sambada
Comments (0)
Add Comment