ଦୁଇ ଦୁଇ ଜଣ ଯୁବତୀଙ୍କୁ ଏକାବେଳେ ବିବାହ କଲେ ଯୁବକ, କହିଲେ – ମୁଁ ଉଭୟଙ୍କୁ ଭଲ ପାଉଛି ଏବଂ ଉଭୟଙ୍କୁ ସାଥିରେ ରଖିବି, ଜାଣନ୍ତୁ କଣ ରହିଛି ପୁରା ମାମଲା

ଏହି ଘଟଣାଟି ବହୁତ୍ ଅଜବ ଏବଂ ଆଶ୍ଚର୍ଯ୍ୟଜନକ, କିନ୍ତୁ ଏହା ସତ ଅଟେ । ଜଣେ ବିବାହ ଦୁଇଜଣ ଯୁବତୀଙ୍କୁ ବିବାହ କରିଛନ୍ତି, ସେ ଦୁଇଜଣ ଆଉ କେହି ନୁହେଁ ବରଂ ତାଙ୍କ ଦୁଇ ପ୍ରେମିକା ଅଟନ୍ତି । ଯୁବକ କହିଛନ୍ତି – “ମୁଁ ଉଭୟଙ୍କୁ ଭଲ ପାଉଛି । ମୁଁ ଦୁଇଜଣଙ୍କୁ ବିବାହ କରିବି । ଦୁହିଁଙ୍କୁ ପାଖରେ ରଖିବି ଏବଂ କାହାକୁ ବି ଛାଡ଼ି ରହି ପାରିବିନି । ମୋର ଦୁଇଜଣ ଯାକ ଦରକାର୍ ।”

ଏଠି ଗୋଟିଏ ଫୁଲକୁ ଦୁଇଜଣ ମାଳି । ତେବେ ଏହା ବେଆଇନ ହୋଇପାରେ, କିନ୍ତୁ କୁହାଯାଏ ଯେ ପ୍ରେମରେ ସବୁକିଛି ହୋଇପାରେ । ଗୋଟିଏ ସମୟରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଯୁବକ ନିଜର ଦୁଇ ପ୍ରେମିକାଙ୍କୁ ବିବାହ କରିଛନ୍ତି । ଏପରି ଘଟଣା ଘଟିଛି ଝାଡ଼ଖଣ୍ଡର ଲୋହାରଦାଗା ଅଞ୍ଚଳର ବଣ୍ଡା ଗ୍ରାମରେ ।

ଏହି ଘଟଣାରେ ଦୁଇ ମହିଳା କୁସୁମ ଲାକ୍ରା ଏବଂ ସ୍ୱାତି କୁମାରୀ ଉଭୟେ ବଣ୍ଡା ଗ୍ରାମର ସନ୍ଦୀପ ନାମକ ଯୁବକଙ୍କୁ ଭଲ ପାଉଥିଲେ । କିନ୍ତୁ ସନ୍ଦୀପ ଏବଂ କୁସୁମ ଗତ 3 ବର୍ଷ ଧରି ଲିଭ୍ ଇନ ରିଲେସନସିପ ରହୁଥିଲେ । ସେମାନଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି । ଏହା ମଧ୍ୟରେ ସନ୍ଦୀପ ଏବଂ କୁସୁମଙ୍କ ସମ୍ପର୍କରେ ମୋଡ଼ ଆସିଥିଲା ।

ପ୍ରକୃତରେ ସନ୍ଦୀପ ବର୍ଷେ ପୂର୍ବରୁ ଇଟାଭାଟିରେ କାମ କରିବାପାଇଁ ପଶ୍ଚିମବଙ୍ଗ ଯାଇଥିଲେ । ସେଠାରେ ଜଣେ ସ୍ୱାତି କୁମାରୀ ନାମକ ଯୁବତୀଙ୍କ ସହିତ ତାଙ୍କର ଦେଖା ହୋଇଥିଲା । ଧିରେ ଧିରେ ସନ୍ଦୀପ ଏବଂ ସ୍ୱାତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ସନ୍ଦୀପ ସ୍ୱାତି କୁମାରୀଙ୍କୁ ଧରି ନିଜ ଗାଁକୁ ଚାଲି ଆସିଥିଲେ । ଯାହା ପରେ ସନ୍ଦୀପଙ୍କ ପୂର୍ବତନ ପ୍ରେମିକା ଏବଂ ତାଙ୍କ ଘର ଲୋକେ ଏହାକୁ ବିରୋଧ କରିଥିଲେ ।

ଏହାପରେ ଗ୍ରାମରେ ପଞ୍ଚାୟତ ବସିଥିଲା । ସନ୍ଦୀପ ଉଭୟଙ୍କୁ ବିବାହ କରିବେ ବୋଲି ସମସ୍ତେ ନିଷ୍ପତ୍ତି ନେଇଥିଲେ । ଏହାପରେ ସନ୍ଦୀପ ନିଜର ଦୁଇ ପ୍ରେମିକାଙ୍କୁ ସମସ୍ତଙ୍କ ଉପସ୍ଥିତିରେ ବିବାହ କରିଥିଲେ । ତେବେ ସନ୍ଦୀପ କହିଛନ୍ତି, ଦୁହିଁଙ୍କୁ ବିବାହ କରିବା ବେଆଇନ ହୋଇପାରେ, କିନ୍ତୁ ମୁଁ ଦୁହିଁଙ୍କୁ ଭଲପାଏ ଏବଂ ଦୁହିଁଙ୍କୁ ବିବାହ କରିବି । ମୁଁ କାହା ବିନା ରହିପାରିବି ନାହିଁ ବୋଲି ସନ୍ଦୀପ କହିଛନ୍ତି ।

odia sambada
Comments (0)
Add Comment