ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ଏହା ଆତ୍ମହତ୍ୟା ଅଟେ ନା ଏହା ପଛରେ କିଛି କାରଣ ରହିଛି ତାହା ବର୍ତ୍ତମାନ ଏକ ପ୍ରଶ୍ନ ଅଟେ। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ସମୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମାମଲାର କୌଣସି ପ୍ରକାର ସ୍ପଷ୍ଟ ସୂଚନା ମିଳିନାହିଁ। ସୂଚନା ଅନୁସାରେ ଭୁବନେଶ୍ୱରର ନୟାପଲ୍ଲୀ ଗଡସାହିରେ ନିଜ ପୁରୁଷ ବନ୍ଧୁଙ୍କ ସହ ରଶ୍ମିରେଖା ରହୁଥିଲେ। ସେଠାରେ ରଶ୍ମିଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା।
ବର୍ତ୍ତମାନ ରଶ୍ମିଙ୍କର ସାଥୀ ଅଭିନେତ୍ରୀ ସୁପ୍ରିୟା ଅନେକ କଥା ଖୁଲାସା କରିଛନ୍ତି। ସେ କହିଛନ୍ତିକି ସେ ଆମକୁ ଅନେକ କଥା ଲୁଚାଉଥିଲେ ଓ ମିଛ ମଧ୍ୟ କହୁଥିଲେ। ରାଜା ରଶ୍ମିର ଲଭର ଥିଲା ବୋଲି ମୁଁ ଶୁଣିଥିଲି କିନ୍ତୁ ସନ୍ତୋଷ ପତ୍ର ସହ ସେ ରହୁଥିଲେ। ସେ ଅନେକ ଏମିତି ଅକୁହା କଥା କହିଛନ୍ତି ଯାହାକି ରଶ୍ମିଙ୍କ ମାମଲାରେ ଏକ ନୂଆ ମୋଡ଼ ଦେଇପାରେ।
ସନ୍ତୋଷ ରଶ୍ମିଙ୍କ ସହିତ ଲିଭ ଇନରେ ରହୁଥିଲେ। ରଶ୍ମିଙ୍କ ଉପର ଘରେ ସନ୍ତୋଷ ରହୁଥିଲେ। ସନ୍ତୋଷ ଜାଣିଥିଲେ ରାଜାଙ୍କ ସହିତ ରଶ୍ମିଙ୍କର ପୂର୍ବରୁ ସମ୍ପର୍କ ଥିଲା। ବର୍ତ୍ତମାନ ଏକ ପ୍ରଶ୍ନ ଉଠୁଛିକି କଣ ସନ୍ତୋଷ ପତ୍ର ଜାଣିଶୁଣି ସମ୍ପର୍କରେ କିଛି କେଁ ବାହାର କରୁଥିଲାକି? ରାଜାଙ୍କ ସହିତ ୨-୩ ମାସ ପୂର୍ବେ ବ୍ରେକଅପ ହୋଇସାରିଥିଲା, ତାପରେ ସନ୍ତୋଷ ଆସିଥିଲାକି ରଶ୍ମିଙ୍କ ଜୀବନରେ। ଫୋନ କଲ ତଥ୍ୟରୁ ଜଣାପଡୁଛିକି ରଶ୍ମି ରାଜାଙ୍କୁ ନେଇ କୌଣସି ତଥ୍ୟ ପରିଷ୍କାର ଭାବରେ କହୁନଥିଲେ। ଏକ ଅଡିଓ କଲରେ ସନ୍ତୋଷ ରଶ୍ମିଙ୍କୁ ରାଜାଙ୍କର ଫୋନ ନମ୍ବର ମାଗିଥିଲେ। ସେଥିରେ ରଶ୍ମି ତାଙ୍କ ଉପରେ ରାଗି ହୋଇ କହିଥିଲେକି ସେ ଲୋକଟି ଆଦୌ ଭଲ ନୁହେଁ ତା ସହ କଥା ହେବାର କୌଣସି ଆବଶ୍ୟକ ନାହିଁ।
ସୁପ୍ରିୟା କହିଲେକି, ଯେତେବେଳେ ରଶ୍ମିଙ୍କର ମୃତ ଦେହ ମିଳିଲା, ସେ ସିନ୍ଦୂର, ମଙ୍ଗଳସୂତ୍ର ଓ ଅଳତା ପିନ୍ଧିଥିଲେ, ତେବେ ଏହାର ଦୁଇଟି ଅର୍ଥ ହୋଇପାରେ। ହୁଏତ ସେ ସେଠାରେ ଅଭିନୟ କରି ରହିଥିବେ କିମ୍ବା ଅଭିନୟ କରୁଥିବେ।
ରଶ୍ମିଙ୍କ ମୃତ ଦେହ ନିକଟରୁ ଏକ ସୁସାଇଡ ନୋଟ ମିଳିଥିଲା, ଯେଉଁଥିରେ ଲେଖା ହୋଇଥିଲା ମୋଟ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ପ୍ରତ୍ୟେକ ଦିନ ମାମଲାର ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସୁଛି। ତେବେ ବର୍ତ୍ତମାନ ଦେଖିବାକୁ ହେବ ଏହି ଘଟଣା କଣ ନୂଆ ମୋଡ ଆଣୁଛି।