ହୀରାକୁଦ ଜଳସ୍ତରକୁ ନେଇ ବଢିଲା ଚିନ୍ତା। ଆଗକୁ ହେଇପାରେ ଭୟଂକର ପରିସ୍ଥିତି

ଜଳ ହିଁ ଜୀବନ |ପ୍ରତେକ ଜୀବ ହଉ କି ବୃକ୍ଷ ସମସ୍ତେ ଜଳ ଦ୍ୱାରା ଜୀବିତ |ଜଳ ବିନା ବଂଚିବା କଷ୍ଟ ସାଧ୍ୟ ଅଟେ |ଜଳ କୁ ଛାଡି କୌଣସି ପ୍ରାଣୀ ହଉ କି ପତଙ୍ଗ ବଂଚିବା ଅସମ୍ଭବ |କୁହାଯାଏ ଜଳ ବିହୁନେ ସୃଷ୍ଟି ନାଶ |ଅର୍ଥାତ ଜଳ କମିଗଲେ କେହି ବଂଚିବା ସମ୍ଭବପର ନୁହେଁ |ଶୁଣି ବାକୁ ମିଳୁଛି ହିରକୁଦ ରେ ଜଳ କମିବାରେ ଲାଗୁଚି |

ନିଅଣ୍ଟ ହେଉଛି କି ହୀରାକୁଦ ରେ ପାଣି |ପ୍ରତି ବର୍ଷ କମିବା ରେ ଲାଗୁଚି ହୀରା କୁଦର ପାଣି |ଜଳ ଭଣ୍ଡାରରେ କମୁଚି ଜଳ ଧରଣର କ୍ଷମତା |ଏ ପ୍ରଶ୍ନ ଏବେ ଉଠିଛି ହୀରାକୁଦ ଜଳ ଭଣ୍ଡାର ଉପରେ ନିର୍ଭର କରୁଥିବା ତଥା ସମଲପୁର ତଥା ସାଢେ ଚାରି କୋଟି ଲୋକଙ୍କ ମନରେ କାରଣ ହୀରାକୁଦ ନଦୀ ବନ୍ଧମହାନଦୀ ତଟରେ ଥିବା ଓଡିଶାର ସବୁଠୁ ବଡ଼ ନଦୀ ବନ୍ଦ ଯୋଜନା ଅଟେ |ଏଠାରୁ ଜଳକୁ ବ୍ୟବହାର କରି ବିଦୂତ ଉତ୍ପାଦନ କରା ଯାଇ ସାରା ଓଡିଶାକୁ ବିତରଣ କରାଯାଏ |ଏହା କୃଷି ଏବଂ ଜଳ ସେଚନ ରେ ମଧ୍ୟ୍ୟ ସାହାଯ୍ୟ କରେ ଏବଂ ବନ୍ୟା ନିୟନ୍ତ୍ରଣ ମଧ୍ୟ୍ୟ କରାଏ |ହୀରାକୁଦ ନଦୀ ବନ୍ଦ ଯୋଜନା ଭାରତ ସରକାରଙ୍କ ଦ୍ୱାରା 1957ରେ ଶେଷ ହୋଇ ଥିଲା |

ଗତ କିଛି ବର୍ଷ ହେବ ହୀରାକୁଦରେ ଜଳ କମି ବାରେ ଲାଗିଛି |ହୀରାକୁଦରେ ଜଳ କମିବା ଦ୍ୱାରା ଏଏହାର ପ୍ରଭାବ ପଡିଥାଏ ଜଳ ଭଣ୍ଡାର ଉପରେ ନିର୍ଭର କରୁଥିବା ଜଳ ରାଶି ମାନଙ୍କ ଉପରେ ମହାନଦୀ ଏବଂ ସଖା ନଦୀ ମାନଙ୍କ ଉପରେ |ବର୍ତମାନ ସମୟରେ ମହା ନଦୀ ସମେତ ଅନେକ ଶାଖା ନଦୀ ଗୁଡା ଶୁଖିଲା ରହିଛି |

ଶୁଖିବାର କାରଣ କହିଲେ ତ ଉପର ମୁଣ୍ଡା ଛତିଶ ଗଡ଼ ରୁ ଆସୁଥିବା ଜଳ ଏବେ ବନ୍ଦ ରହିଛି ଯାହା ଯୋଗୁଁ ଜଳ କମି ବାରେ ଲାଗିଛି |ଛତିଶଗଡ ଉପର ମୁଣ୍ଡା ରେ ଅନେକ ଡେମ କରିବାରୁ ହୀରାକୁଦକୁ ଆଉ ପାଣି ଆସି ପାରୁ ନାହିଁ |ସେମାନେ ମନମୁଖି ଜଳ ବ୍ୟବାହାର ଯୋଗୁଁ ଜଳ ଆଉ ଆସୁନାହିଁ ଯାହା ଫଳରେ ହୀରାକୁଦକୁ ଭରଷା କରି ଚାଲୁଥିବା କୃଷି ଯିବି ମାନେ ଅନେକ ସମସ୍ୟରେ ସମ୍ମୁଖୀନ ହେବେ ବୋଲି ଚିନ୍ତା କରୁଛନ୍ତି ଯାହା ଫଳ ରେ ଚିନ୍ତା ଜନକ ସମୋଶ୍ୟ ଦେଖା ଯାଇଛି |2019ରେ ଜଳ କୁ ବିବାଦ ଦେଖା ଦେଇଥିଲା ଯାହା ଫଳ ରେ ଏବେ ମଧ୍ୟ୍ୟ ସମସ୍ୟା ଉପୁଜିଲାଣି |ଏହାକୁ ଦୂରୀଭୂତ କରିବା ପାଇଁ ସରକାର କଣ ନିଷ୍ପତି ନେଉଛନ୍ତି ଦେଖିବା |

odia sambada
Comments (0)
Add Comment