ବାପା ନାବାଳିକା ଝିଅ ସହିତ କଲା ବଳାତ୍କାର, ପ୍ରେଗ୍ନେଣ୍ଟ ହେବାରୁ ଖୋଲିଲା ରହସ୍ୟ

ମହାରାଷ୍ଟ୍ରର ଅକୋଲାର ମୂର୍ତ୍ତିଯାପୁର ଅଂଚଳରେ ଜଣେ ବାପା ନିଜ ନାବାଳିକା ଝିଅ ସହିତ ବଳାତ୍କାର ପରି ଘୃନ୍ୟ କାମ କରିଛନ୍ତି | ଘଟଣାର ସୂଚନା ପାଇବାପରେ ପୋଲିସ ଘଟଣାକୁ ଯାଞ୍ଚ କରିବାକୁ ଲାଗିଛି | ପୀଡିତାଙ୍କ ବୟାନ ପଞ୍ଜିକରଣ କରିବାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନେଲା | ପୋଲିସ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଛି | କୋର୍ଟ ଅଭିଯୁକ୍ତଙ୍କୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ପଠାଇ ଦେଲା |

ମୂର୍ତ୍ତିଯାପୁର ଥାନା ଅଞ୍ଚଳକୁ ମଧ୍ୟପ୍ରଦେଶର ବୈତୁଲରୁ କାମ ଖୋଜିବାକୁ ଗୋଟିଏ ପରିବାର ପହଞ୍ଚିଥିଲା । ଅଭିଯୁକ୍ତ ଜମିର ଚୌକିଦାର କାମ କରି ନିଜ ପରିବାର ଚଳାଉଥିଲା । ଏହାମଧ୍ୟରେ ଅଭିଯୁକ୍ତ ନିଜର 13 ବର୍ଷୀୟ ଝିଅ ସହିତ ବଳାତ୍କାର ପରି ଘୃଣ୍ୟ କାମ କରିଥିଲା । ମାମଲାର ସୂଚନା ସେତେବେଳେ ଜଣାପଡ଼ିଲା, ଯେତେବେଳେ ଝିଅଟି ପ୍ରେଗ୍ନେଣ୍ଟ ହୋଇଗଲା । ଏହି ଘଟଣା ଡିସେମ୍ବର ମାସ 2021 ର ବୋଲି କୁହାଯାଉଛି । ଯେତେବେଳେ ପୀଡ଼ିତା 5 ମାସର ଗର୍ଭବତୀ ହୋଇଗଲା, ସେତେବେଳେ ସୂଚନା ପାଇବାପରେ ତାର ମା ପୋଲିସ ଠାରେ ଅଭିଯୋଗ କରିଥିଲେ ।

ଘଟଣାଟି ଓକୋଲାର ମୂର୍ତ୍ତିଯାପୁର ଅଞ୍ଚଳରେ ଘଟିଥିବା କାରଣରୁ ମାମଲାଟି ମୂର୍ତ୍ତିଯାପୁର ଥାନାକୁ ଟ୍ରାନ୍ସଫର କରିଦିଆଗଲା । ମୂର୍ତ୍ତିଯାପୁର ପୋଲିସ ପାଖକୁ କେସ ଆସିବାପରେ ପୋଲିସ ଆକ୍ସନ ନେଇ ନାବାଳିକାଙ୍କ ବାପାଙ୍କୁ ଆରେଷ୍ଟ୍ କରିନେଲା । ପୋଲିସ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଛି । କୋର୍ଟ ଅଭିଯୁକ୍ତଙ୍କୁ ଜୁନ 21 ତାରିଖ ପର୍ଯ୍ୟନ୍ତ ପୋଲିସ୍ ରିମାଣ୍ଡରେ ପଠାଇ ଦେଲା । ଏହି ସୂଚନା ମୂର୍ତ୍ତିଯାପୁର ଗ୍ରାମୀଣ ପୋଲିସ ଷ୍ଟେସନର ଇନଚାର୍ଜ ଇନ୍ସପେକ୍ଟର ପାଣ୍ଡବ ଦେଇଛନ୍ତି । ସେ କହିଛନ୍ତି ଯେ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

odia sambada
Comments (0)
Add Comment