ଝୁଲନ୍ତା ଅବସ୍ଥାରେ ମିଳିଲା ଟେଲି ଅଭିନେତ୍ରୀ ରଶ୍ମୀଙ୍କ ମୃତଦେହ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା

ହସ୍ତଗତ ହେଲା ଜଣେ ଅଭିନେତ୍ରୀଙ୍କ ସୁସାଇଡ ନୋଟ୍ । ‘‘ମିସ୍ ୟୁ ବାବା । ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି । ମୁଁ କାହା କଥା କେବେ ଶୁଣେନି । ମୁଁ ଗୋଟେ ବହୁତ ଖରାପ ଝିଅ । ମୋ ମୃତ୍ୟୁକୁ ନେଇ କାହାକୁ ଦାୟୀ କରିବନି । ଆଉ ଯଦି କାହା ନାଁରେ ଅଭିଯୋଗ ଦେବ ମୁଁ କାହାରିକୁ ଛାଡ଼ିବିନି ।’’ ତେବେ ଏହିଭଳି କେଇ ପଦ କଥା କାଗଜରେ ଲେଖିବା ପରେ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଥିବା ନେଇ ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ୩୦ରେ ନୂଆପଲ୍ଲୀ ଥାନା ପୋଲିସ ଖବର ପାଇ ରଶ୍ମିରେଖା ରହୁଥିବା ଗଡ଼ସାହିର ଭଡ଼ା ଘରେ ପହଞ୍ଚିଥିଲା ।

ଆଉ ସେଠାରେ ରଶ୍ମିରେଖାଙ୍କ ଶବ ଫ୍ୟାନ୍‌ରେ ଝୁଲୁ ଥିବାର ଦେଖିବାକୁ ପାଇଥିଲା ପୋଲିସ୍ । ପରେ ପୁଲିସ ଶବ ଜବତ କରିଥିଲା । ଶବ ନିକଟରେ ଥିବା ଟେବୁଲ୍‌ ଉପରୁ ପୁଲିସ ସୁଇସାଇଡ୍ ନୋଟ୍ ଜବତ ମଧ୍ୟ କରିଛି । ସୁଇସାଇଡ୍ ନୋଟ୍‌ରେ ରଶ୍ମି ତାଙ୍କ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନାହାନ୍ତି ବୋଲି ସ୍ପଷ୍ଟ ଲେଖିଛନ୍ତି । ତେଣୁ ସୁଇସାଇଡ୍ ନୋଟ୍‌ରୁ ହିଁ ସ୍ପଷ୍ଟ ଜଣାପଡ଼ୁଛି ଯେ ରଶ୍ମିଙ୍କ ଆତ୍ମହତ୍ୟା କରିବା ସ୍ବାଭାବିକ ପ୍ରକ୍ରିୟା ନୁହେଁ । କୌଣସି ଅଘଟଣ ବା ମାନସିକ ଚାପକୁ ନେଇ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

ଆଉ ଏ ବାବଦରେ ପରିବାର ଲୋକେ ଜାଣିଥିବାରୁ ଘଟଣା ସାମ୍ନାକୁ ନ ଆସିବା ପାଇଁ ଏଭଳି ସୁଇସାଇଡ୍ ନୋଟ୍ ଲେଖିଛନ୍ତି ବୋଲି ଚର୍ଚ୍ଚା । ଅପରପଟେ ରଶ୍ମିଙ୍କ ବାପା ରଂଜନ ଓଝା ମଧ୍ୟ ଝିଅର ଆତ୍ମହତ୍ୟାକୁ ନେଇ କାହାକୁ ଅଭିଯୁକ୍ତ କରିନାହାନ୍ତି । ତେଣୁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେହିଭଳି ବିଳମ୍ବିତ ରାତିରେ ଘଟଣା ପୁଲିସ ଜାଣିବା ପରେ ରଶ୍ମିଙ୍କ ଶବକୁ ରାତି ତମାମ୍ ତାଙ୍କ ଘରେ ରଖାଯାଇଥିଲା । ସକାଳୁ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍ ପଠାଇଥିଲା ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେହି ଅନୁସାରେ ତଦନ୍ତ ଆଗକୁ ବଢ଼ାଇବ ବୋଲି ପୁଲିସ ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ ଯେ ରଶ୍ମିରେଖାଙ୍କ ମୂଳ ଘର ହେଉଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସଂକେତପାଟଣାରେ । ସେ ଯୁକ୍ତ ୨ ପରେ ଅଭିନୟ କରିବା ପାଇଁ ଭୁବନେଶ୍ବର ଆସିଥିଲେ । ସେ ନିକଟରେ ‘କେମିତି କହିବି କହ’ ଧାରାବାହିକରେ ଅଭିନୟ କରି ଖୁବ୍ କମ୍ ସମୟରେ ଲୋକପ୍ରିୟତା ହାସଲ କରିଥିଲେ । ସବୁ ବେଳେ ଖୁସି ମିଜାଜ୍‌ରେ ରହୁଥିବା ରଶ୍ମି ଏମିତି ଆତ୍ମହତ୍ୟା କରିବାକୁ ନେଇ ତାଙ୍କ ପ୍ରଶଂସକ ସହଜରେ ଗ୍ରହଣ କରିପାରୁନାହାନ୍ତି ।

odia sambada
Comments (0)
Add Comment