ତିନୋଟି ବିବାହ କରିବା ପଡ଼ିଲା ମହଙ୍ଗା: ପଞ୍ଚାୟତ ନିର୍ବାଚନରେ ତିନି ପତ୍ନୀ ଛିଡ଼ା ହେବାପରେ ଫସିଲେ ବ୍ୟକ୍ତି ଜଣକ

ମଧ୍ୟ ପ୍ରଦେଶର ପଞ୍ଚାୟତ ନିର୍ବାଚନ ସମୟରେ ଏକ ହଇରାଣ କରିବାଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ପଞ୍ଚାୟତ ସଚିବଙ୍କ ସରକାରୀ ପଦବୀରେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କୁ ତିନୋଟି ବିବାହ କରିବା ସେତେବେଳେ ଭାରି ପଡ଼ିଲା ଯେତେବେଳେ ପଞ୍ଚାୟତ ନିର୍ବାଚନ ହୋଇଥିଲା। ଏହାପୂର୍ବରୁ ପଞ୍ଚାୟତ ସଚିବ ମହୋଦୟ ବଡ଼ ଆରାମରେ ତିନିଜଣ ପତ୍ନୀଙ୍କ ଆନନ୍ଦ ଉଠାଉଥିଲେ। କିନ୍ତୁ ପଞ୍ଚାୟତ ନିର୍ବାଚନରେ ତିନିଜଣ ପତ୍ନୀ ଛିଡ଼ା ହେବାରୁ ତାଙ୍କ ପାଇଁ ସମସ୍ୟା ବଢ଼ିଗଲା। ବର୍ତ୍ତମାନ ତିନି ମହିଳା ତାଙ୍କର ଜଣେ ସ୍ୱାମୀ ବୋଲି ଲେଖିଥିଲେ। ଏହାପରେ ପଞ୍ଚାୟତ ସଚିବ ସାରା ଫସିଯାଇଥିଲେ ଓ ବିଭାଗ ତାଙ୍କୁ ନୋଟିସ ଜାରି କରି ଜବାବ ମାଗିଛି କି, କଣ ପାଇଁ ସେ ଛାଡ଼ପତ୍ର ନଦେଇ ତିନୋଟି ବିବାହ କରିଛନ୍ତି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ମାମଲା।

ମଧ୍ୟ ପ୍ରଦେଶରୁ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବାସହ ଏକ ମାମଲା ସାମ୍ନାକୁ ଆସିଛି। ଏମିତି ହିଁ ଏକ ଅଜବ ଘଟଣା ସିଙ୍ଗରୋଉଲିରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ତିନି ପତ୍ନୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ଏହି ପତି କୌଣସି ସାଧାରଣ ଲୋକ ନୁହେଁ ବରଂ ଜଣେ ସରକାରୀ କର୍ମଚାରୀ ଅଟନ୍ତି। ବ୍ୟକ୍ତିଙ୍କର ଦୁଇ ପତ୍ନୀ ସରପଞ୍ଚ ପ୍ରାର୍ଥୀ ପାଇଁ ଜଣେ ଆଉଜଣଙ୍କ ବିପକ୍ଷରେ ଛିଡ଼ା ହୋଇଥିବା ବେଳେ ଆଉଜଣେ ପତ୍ନୀ ଜନପଦ ସଭ୍ୟ ପାଇଁ ଛିଡ଼ା ହୋଇଛନ୍ତି। ପୁରା ମାମଲା ସିଙ୍ଗରୋଉଲି ଜିଲ୍ଲାର ଦେବସର ଜନପଦ କ୍ଷେତ୍ର ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ପିପରାଖଣ୍ଡର ଅଟେ। ସରକାରୀ ଚାକିରୀ ଓ ପତ୍ନୀ ମାନଙ୍କ ଚାପରେ ବ୍ୟକ୍ତି ଜଣକ ବର୍ତ୍ତମାନ ଘରୁ ଫେରାର ରହିଛି।

ଘଟଣା ଏହାକି ଯେ, କଟହଦାରେ ଗ୍ରାମ ପଞ୍ଚାୟତ ସଚିବ ସୁଖରାମ ଗୌଡ଼ଙ୍କର ତିନି ପତ୍ନୀ ପିପରାଖଣ୍ଡ ଗ୍ରାମ ପଞ୍ଚାୟତର ସରପଞ୍ଚ ପଦ ପାଇଁ ଦାବିଦାର ତ ତୃତୀୟ ପତ୍ନୀ ଉର୍ମିଳା ସିଂହ ଦେବସର ର ୱାର୍ଡ କ୍ରମାଙ୍କ 13 ରୁ ସଦସ୍ୟ ପଦ ପାଇଁ ପ୍ରତ୍ୟାଶୀ ଅଟନ୍ତି।

ବର୍ତ୍ତମାନ ମାମଲା ଚର୍ଚ୍ଚାକୁ ଆସିବାପରେ ସୁଖରାମଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଅଧିକାରୀ ମାନେ ଗ୍ରାମ ପଞ୍ଚାୟତ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଅଧିକାରୀ ମାନେ ବହୁତ ଜଲଦି ସୁଖରାମଙ୍କ ଉତ୍ତର ପାଇବାକୁ କହିଛନ୍ତି। ଜଣାଇଦେଉଛୁ, ହିନ୍ଦୁ ବିବାହ ଅଧିନିୟମ ଅନ୍ତର୍ଗତ ଜଣେ ବ୍ୟକ୍ତି ନିଜ ସହିତ ଜଣେ ପତ୍ନୀ ରଖିବା ସମୟରେ ଦ୍ଵିତୀୟ ପତ୍ନୀଙ୍କୁ ରଖି ପାରିବନାହିଁ। କିନ୍ତୁ ସୁଖରାମ ତିନୋଟି ବିବାହ କରିଛନ୍ତି। ଏମିତିରେ ଯଦି ସଠିକ ଯାଞ୍ଚ କରାଯାଏ ତାହେଲେ ପଞ୍ଚାୟତ ସଚିବ ନିଜର ଚାକିରୀ ହରାଇବା ସହିତ ତାଙ୍କ ଉପରେ ଅପରାଧିକ ମାମଲା ମଧ୍ୟ ରୁଜୁ ହେବ।

ଏବେ ପଞ୍ଚାୟତ ସଚିବ ସୁଖରାମ ଗ୍ରାମ ଛାଡ଼ି ଫେରାର ହୋଇଯାଇଛନ୍ତି। ଜଣାଇଦେଉଛୁ କି, ସୁଖରାମ ନିଜର ପ୍ରଥମ ବିବାହ 30 ବର୍ଷ ପୂର୍ବରୁ କୁସୁମ କଲି, 10 ବର୍ଷ ପୂର୍ବରୁ ଦ୍ଵିତୀୟ ବିବାହ ଗୀତା ଓ 2 ବର୍ଷ ପୂର୍ବରୁ ନିଜର ତୃତୀୟ ବିବାହ ଉର୍ମିଳାଙ୍କ ସହିତ କରିଥିଲେ। ତିନିଜଣ ପତ୍ନୀ ଗାଁରେ ହିଁ ରୁହନ୍ତି। କିନ୍ତୁ ତାଙ୍କର ଘର ଅଲଗା ଅଲଗା ଅଟେ। ବର୍ତ୍ତମାନ ମାମଲା ମୂଳ ଧରିସାରିଲାଣି ଚାରିଆଡ଼େ ଏହାର ଆଲୋଚନା ହେବାରେ ଲାଗିଛି।

odia sambada
Comments (0)
Add Comment