ଏ ହେଉଛନ୍ତି ଜବଲପୁରର ୱାଟରମ୍ୟାନ ଶଙ୍କର ଲାଲ ସୋନି, ଯିଏକି 26 ବର୍ଷ ହେବ ସାଇକେଲରେ ବୁଲି ବୁଲି ଫ୍ରି ରେ ପାଣି ପିଇବାକୁ ଦେଉଛନ୍ତି

ଆମେ ଏହା ଶୁଣିଛେ କି ଭୋକିଲା କୁ ଖାଦ୍ୟ ଦେବା ଓ ଶୋଷ କରୁଥିବା ବ୍ୟକ୍ତଙ୍କୁ ପାଣି ଦେବା ପୁଣ୍ୟ କାମ ହୋଇଥାଏ। ଭାରତୀୟ ସଂସ୍କୃତିରେ ତୃଷ୍ନାରେ ଥିବା ଲୋକଙ୍କୁ ପାଣି ପିଇବାକୁ ଦିଆଯାଏ ତ ଏହା ସବୁଠାରୁ ପୁଣ୍ୟ ମାନାଯାଇଥାଏ। ଗରମ ଦିନରେ ଆମେ ରାସ୍ତା ଘାଟ ମାନଙ୍କରେ ଦେଖିଛେ କି, ଜଳଛତ୍ର ବଣ୍ଟନ କରାଯାଇଥାଏ। ଯେତେବେଳେ ଶୋଷରେ ଥିବା ବ୍ୟକ୍ତି ଯେତେବେଳେ ଏହି ଜଳ ଟିକେ ପିଇଦେଉଛି ସେତେବେଳେ ତାଙ୍କ ମୁହଁରେ ଯେଉଁ ଖୁସି ଦେଖିବାକୁ ମିଳୁଛି, ଏହା କେଉଁଠାରେ ଦେଖିବାକୁ ମିଳିନଥାଏ।

ଯେତେବେଳେ ଏହି ଭୀଷଣ ଗରମରେ ଲୋକମାନେ ସମସ୍ୟାରେ ଥାଆନ୍ତି ସେତେବେଳେ ଏହି ପୁଣ୍ୟ ଦୁଇଗୁଣା ହୋଇଯାଇଥାଏ। ଆପଣ ଦେଖିଥିବେ ବହୁତ ସ୍ଥାନରେ ଲୋକେ ପାଣି ନେଇ ଛିଡ଼ା ହୋଇଥାଆନ୍ତି, ଯେଉଁଥିରେ ଲୋକେ ତାଙ୍କ ପାଖକୁ ଆସି ନିଜ ଶୋଷ ମେଣ୍ଟାଇ ଥାଆନ୍ତି। କିନ୍ତୁ ଆଜି ଆମେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ସେହି ବ୍ୟକ୍ତି ଜଣକ ସାଇକେଲରେ ଖରାରେ ବୁଲି ବୁଲି ଲୋକଙ୍କ ତୃଷ୍ନା ମେଣ୍ଟାଉଛନ୍ତି।

ଆଜ୍ଞା ହଁ, ମଧ୍ୟ ପ୍ରଦେଶର ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ଏହି ଗରମ ଦିନରେ ସାଇକେଲରେ ବୁଲି ବୁଲି ପାଣି ପିଇବାକୁ ଦେଉଛନ୍ତି। ବୃଦ୍ଧାବସ୍ଥାକୁ ଆରାମରେ ଜିଇଁବା ବଦଳରେ ସେ ଖରାରେ ଗାଁ ଗାଁ ବୁଲି ଲୋକଙ୍କର ଶୋଷ ମେଣ୍ଟାଉଛନ୍ତି। ତାଙ୍କର ଏହି ପ୍ରଶଂସନୀୟ କାମ ପାଇଁ ଲୋକେ ତାଙ୍କୁ ପ୍ରିୟରେ ୱାଟରମ୍ୟାନ ବୋଲି କହୁଛନ୍ତି।

ବିଗତ 26 ବର୍ଷ ହେବ ପିଆଉଛନ୍ତି ପାଣି:-

ଆଜି ଆମେ ଜେଇନ ବ୍ୟକ୍ତିଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ତାଙ୍କ ନାମ ଶଙ୍କର ଲାଲ ସୋନି ଅଟେ। ତାଙ୍କର ବୟସ 68 ବର୍ଷ ଅଟେ। ମଧ୍ୟ ପ୍ରଦେଶର ସଂସ୍କାରଧାନୀରେ କେହି ତାଙ୍କୁ ଛାଗଲବାବା କିମ୍ବା ୱାଟରମ୍ୟାନ କୁହନ୍ତି। ଏହି କାରଣରୁ ଶଙ୍କରଲାଲ ସୋନି ଦୀର୍ଘ 26 ବର୍ଷ ହେବ, ବିନା ଥକି ଲୋକଙ୍କୁ ଫ୍ରିରେ ପାଣି ପିଆଉଛନ୍ତି। ଶଙ୍କରଲାଲ, ଅଧାରଘାଟ ଠାରୁ ଗବାରୀଘାଟ ପର୍ଯ୍ୟନ୍ତ ନିତିଦିନ 18 କିଲୋମିଟର ଦୂରତା ଅତିକ୍ରମ କରି ପାଣି ପିଇବାକୁ ଦେବାସହ ସହିତ ପାଣି ବଞ୍ଚାଇବାକୁ ମଧ୍ୟ ସନ୍ଦେଶ ଦେଉଥାନ୍ତି। ତାଙ୍କର ଏହି ପ୍ରୟାସ ବହୁତ ସରାହନୀୟ ପ୍ରୟାସ ଅଟେ।

ଆପଣଙ୍କୁ ଜଣାଇଦେଉଛୁ କି, ଏହି ଗରମରେ ଆପଣ ମାନେ ଫ୍ରିଜ ଓ ଏସି ଖୋଜୁଥିବା ସମୟରେ ଶଙ୍କରଲାଲ ପ୍ରତିଦିନ ଖରାରେ ପାଣି ବାଣ୍ଟୁଛନ୍ତି ଓ ଏହା ତାଙ୍କର ଦିନଚର୍ଯ୍ୟା ପାଲଟି ଯାଇଛି। 26 ବର୍ଷ ପୂର୍ବରୁ ଯେତେବେଳେ ଶଙ୍କରଲାଲ ପାଣି ମାଗିବାଦ୍ୱାରା ତାଙ୍କୁ ଧିକାର ମିଳିଥିଲା ସେବେଠାରୁ ସେ ନିର୍ଣ୍ଣୟ ନେଇଥିଲେ କି, ଏବେ ସେ ଏମିତି ଆଉ କାହାରି ସହିତ ହେବାକୁ ଦେବେନାହିଁ।

ମିଡ଼ିଆ ରିପୋର୍ଟସ ମୁତାବିକ, ଶଙ୍କରଲାଲ କୁହନ୍ତି କି, ତାଙ୍କ ନିଜର ଖବରକାଗଜ ବିଜନେସ ରହିଛି। ବହୁବର୍ଷ ପୂର୍ବର କଥା ତାଙ୍କୁ ଥରେ ଶୋଷ ଲାଗୁଥିଲା ଓ ସେ ପାଣି ମାଗିବାରୁ ତାଙ୍କୁ ପାଣି ଦିଆଯାଇନଥିଲା ଓ ଜଣେ ମହିଳା ତାଙ୍କୁ ଧିକାର କରିଦେଇଥିଲେ। 2-3 ଥର ତାଙ୍କ ସହିତ ଏମିତି ହେବାରୁ ସେ ନିଜ ସହିତ ପାଣି ନେଇ ଯିବାକୁ ଲାଗିଲେ।

ଶଙ୍କରଲାଲ ଙ୍କ କହିବାହେଲା ଲୋକଙ୍କୁ ପାଣି ପିଆଇ ତାଙ୍କୁ ସନ୍ତୁଷ୍ଟି ମିଳୁଛି ଓ ଲୋକମାନେ ମଧ୍ୟ ପାଣି ପିଇସାରି ତାଙ୍କୁ ବହୁତ ଧନ୍ୟବାଦ ଦେବାସହ ଖୁସିରେ ଚାଲି ଯାଉଛନ୍ତି।

ଲୋକମାନେ ଆଶୀର୍ବାଦ ଦିଅନ୍ତି:-

ସ୍ଥାନୀୟ ଲୋକଙ୍କ କହିବାହେଉଛି, ବର୍ଷକ 365 ଦିନ ତାଙ୍କୁ ଏହି ସେବା କରିବାର ଦେଖିବାକୁ ମିଳୁଛି। ସେ ସମସ୍ତଙ୍କୁ ସଫା ସୁତୁରା ପାଣି ପିଆନ୍ତି। ଲୋକମାନେ କୁହନ୍ତି ସେ ସମ୍ପୂର୍ଣ୍ଣ ଛାଗଲପୁରକୁ ପାଣି ପିଆନ୍ତି ଓ ପ୍ରତ୍ୟେକ ଧର୍ମର ଲୋକେ ତାଙ୍କ ପାଣି ପିଇଥାନ୍ତି। ସେ ପାଖାପାଖି 400 ଲିଟର ପାଣି ନିଜ ସାଇକେଲରେ ନେଇ ଲୋକଙ୍କ ତୃଷ୍ନା ମେଣ୍ଟାନ୍ତି।

odia sambada
Comments (0)
Add Comment