ମହିଳାମାନେ ପୋଛା ଲଗାଇବା ଦ୍ୱାରା କାହିଁକି ଆସିଯାଏ ଦାରିଦ୍ର୍ୟତା ? ଜାଣି ରଖନ୍ତୁ

ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ଯେଉଁ ଘର ସଫାସୁତୁରା ଥାଏ ଏବଂ ଯେଉଁ ଘରେ ପୋଛା କରିବା ସମୟରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦିଆଯାଏ । ମହିଳା ମାନେ ପୋଛା ଲଗାଇବା ସମୟରେ କିଛି ଏପରି ଭୁଲ କରି ଦିଅନ୍ତି ଯାହାଦ୍ୱାରା ଘରକୁ ଧନ ଆସିବା ପରିବର୍ତ୍ତେ ଧନ ହାନୀ ହୋଇଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସେହିସବୁ ଭୁଲ ବିଷୟରେ କହିବୁ ।

୧ . ଭୁଲରେ ବି ଛୋଟ ପିଲାଙ୍କୁ କେବେବି ପୋଛା ଲଗାଇବାକୁ କହିବା ଉଚିତ ନୁହେଁ । ଛୋଟ ପିଲା ଭଗବାନଙ୍କ ଅବତାର ହୋଇଥାନ୍ତି । ଏପରି କରିବା ଦ୍ୱାରା ଘରକୁ ଦାରିଦ୍ର୍ୟତା ଆସିଥାଏ ।ଏହାବ୍ୟତୀତ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି ।

୨ . ଯଦି ଆପଣ ଘରେ ପୋଛା ଲଗାଉଛନ୍ତି ତେବେ ଦ୍ୱିପ୍ରହର ପରେ ପୋଛା ଲଗାନ୍ତୁ ନାହିଁ । କାରଣ ବାସ୍ତୁ ଅନୁସାରେ ଏହି ସମୟ ପୋଛା ଲଗାଇବା ପାଇଁ ଉପଯୁକ୍ତ ନୁହେଁ । ତଥାପି ଯଦି ଆପଣ ଏପରି କରନ୍ତି ତେବେ ଘରେ ଧନ ହାନୀ ହୋଇଥାଏ । ସକାଳ ସମୟରେ ପୋଛା ଲଗାଇବା ଉତ୍ତମ ହୋଇଥାଏ । କାରଣ ଏହି ସମୟରେ ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି ।

୩ . ଯଦି ଆପଣ ସପ୍ତାହରେ ଦୁଇ ଦିନ କିଛି ନିମ ପତ୍ରକୁ ପେଶୀ ତାହାର ଯୁସ ବାହାର କରି ପୋଛା କରୁଥିବା ପାଣିରେ ମିଶାଇ ଘର ସଫା କରନ୍ତି ତେବେ ମାତା ଲକ୍ଷ୍ମୀ ଖୁବ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ । ନିମ ମଧ୍ୟରେ ଅନେକ ଦିବ୍ୟ ଶକ୍ତିର ବାସ ହୋଇଥାଏ । ଏହାସହିତ ଘରେ ଥିବା ନାନା ପ୍ରକାରର ବ୍ୟାକ୍ଟେରିଆ ମଧ୍ୟ ଦୂରେଇ ଯାଏ ।

୪ . ପ୍ରତି ସପ୍ତାହ ଆପଣ ପାଣିରେ କିଛି ଲୁଣ ଏବଂ ଫିଟିକିରି ପକାଇ ଯଦି ପୋଛା ଲଗାନ୍ତି ତେବେ ଏହା ମଧ୍ୟ ଖୁବ ଉତ୍ତମ ହୋଇଥାଏ । ଏହାଦ୍ବାରା ଘରର ବାସ୍ତୁ ଦୋଷ ଦୂର ହୁଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ।

୫ . ଭୁଲରେ ବି ସପ୍ତାହର ଗୁରୁବାର ଦିନ ପୋଛା ଲଗାନ୍ତୁ ନାହିଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

୬ . କୌଣସି ବି ଗର୍ଭବତୀ କିମ୍ବା ରୋଗାକ୍ରାନ୍ତ ମହିଳାଙ୍କୁ ପୋଛା ଲଗାଇବା ଉଚିତ ନୁହେଁ । ଏମିତିକି ଝାଡୁ ଲଗାଇବା ମଧ୍ୟ ଉଚିତ ନୁହେଁ । ନଚେତ ମାତା ଲକ୍ଷ୍ମୀ ଘରୁ ସବୁଦିନ ପାଇଁ ଚାଲି ଯାଆନ୍ତି । ଏହାଦ୍ବାରା ଘରର ସୁଖ ଶାନ୍ତିରେ ବାଧା ଆସିବା ସହିତ ଧନ ହାନୀ ହୋଇଥାଏ ।

୭ . ମହିଳାଙ୍କ ମାସିକ ଧର୍ମ ସମୟରେ ଘରେ ଝାଡୁ ମାରିବା କିମ୍ବା ଘରେ ପୋଛା ଲଗାଇବା ଆଦୌ ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ମାସିକ ଧର୍ମ ସମୟରେ ଝାଡୁକୁ ଛୁଇଁବା ପାପ ହୋଇଥାଏ । ତେଣୁ ଏହି ସମୟରେ ଝାଡୁ ଛୁଇଁବା ଉଚିତ ନୁହେଁ । ଏହା ଦ୍ୱାରା ଘରେ ରାହୁ କେତୁ ବାସ କରନ୍ତି ।

୮ . କୌଣସି ରୋଗାକ୍ରାନ୍ତ ବ୍ୟକ୍ତିକୁ ରୋଷେଇ କରିବା ଉଚିତ ନୁହେଁ । ସାଧରଣତଃ ଯଦି କୌଣସି ସର୍ଦ୍ଦି ଜ୍ୱର କିମ୍ବା ଅନ୍ୟ ରୋଗ ହୋଇଛି ତେବେ ଏହି ସମୟରେ ରୋଷେଇ କଲେ ସବୁ ଖାଦ୍ୟ ବିଷାକ୍ତ ହୋଇଯାଏ । ଯାହାଦ୍ୱାରା ଅନ୍ୟ ମାନଙ୍କ ଶରୀର ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ ।

୯ . ମାସିକ ଧର୍ମ ସମୟରେ ପୁରୁଷ ମହିଳା ସଂଭୋଗ କରିବା ଉଚିତ ନୁହେଁ । ଏପରି କଲେ ମାତା ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି । ଯଦି ମାସିକ ଧର୍ମ ସମୟରେ କୌଣସି ପୁରୁଷ ଏପରି କରେ ତେବେ ଘୋର ପାପ ହୋଇଥାଏ ।

odia sambada
Comments (0)
Add Comment