ନିଜ ବିବାହ ବଞ୍ଚାଇବାକୁ ସୁପ୍ରିମକୋର୍ଟ ଗଲେ ମହିଳା, କିନ୍ତୁ ପାଖରେ ମାତ୍ର 45 ମିନିଟ

ଯେବେଠାରୁ ଦେଶରେ ତିନି ତଲାକ ବିରୋଧରେ ଆଇନ ପ୍ରଣୀତ ହୋଇଛି ସେବେଠାରୁ ମୁସଲିମ ସମ୍ପ୍ରଦାୟର ପୁରୁଷ ଏହାର ଉପାୟ ଖୋଜିଛନ୍ତି। ଏହାର ଉପାୟ ହେଉଛି ତଲାକ-ଏ-ହାସନ। ଆପଣଙ୍କୁ ଜଣାଇଦେଉଛୁ କି, ତଲାକ-ଏ-ହାସନ ମୁସଲମାନ ମାନଙ୍କ ଦ୍ୱାରା ପ୍ରଚଳିତ ତିନି ତଲାକ ମାନଙ୍କ ମଧ୍ୟରୁ ଏକ ଅଟେ। ଏହି ପ୍ରଥା ଅନ୍ତର୍ଗତ ମୁସଲିମ ବ୍ୟକ୍ତି ତିନିମାସ ପର୍ଯ୍ୟନ୍ତ ପ୍ରତ୍ୟେକ ମାସରେ ଥରେ ଲେଖାଏଁ ତଲାକ କହି ପତ୍ନୀଙ୍କୁ ଛାଡ଼ପତ୍ର ଦେଇପାରିବ। ଯେଉଁ ଆଇନ ତିଆରି ହୋଇଛି ଏହା ସମ୍ପୂର୍ଣ୍ଣ ତିନି ତଲାକ ବିରୁଦ୍ଧରେ ହିଁ ବନାଯାଇଛି।

ଏବେ ତିନିଥର ତଲାକ କହିବାର ମାମଲା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚି ଯାଇଛି। ଯେଉଁ ମହିଳା ନିଜ ବିବାହ ବଞ୍ଚାଇବାକୁ ସୁପ୍ରିମକୋର୍ଟ ଯାଇଛନ୍ତି, ତାଙ୍କ ପାଖରେ ମୋଟ 48 ଘଣ୍ଟା ରହିଛି ଯଦି ସେ ଏହି ଅବଧି ଭିତରେ କୌଣସି ଶୁଣାଣି ନପାଆନ୍ତି ତାହେଲେ ତାଙ୍କ ପତି ତାଙ୍କୁ ତୃତୀୟ ତଲାକ କହିଦେବେ। ଶୁକ୍ରବାର ଦିନ ମୁସଲମାନଙ୍କ ତଲାକ-ଏ-ହାସନର ବୈଧତାକୁ ଚ୍ୟାଲେଞ୍ଜ କରି ଏହାଉପରେ ବଡ଼ ଅଦାଲତ ଘୋଷଣା କରାଯିବ।

ନ୍ୟାୟମୂର୍ତି ଏ ଏସ ବୋପନ୍ନା ଓ ନ୍ୟାୟମୂର୍ତି ବିକ୍ରମ ନାଥଙ୍କ ଅବକାଶକାଳୀନ ସମୟରେ ଆଡଭୋକେଟ୍ ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନ ଉପରେ ଆବେଦନ କରିଥିଲେ ଯେ ଆବେଦନକାରୀ ବେନଜିର ହିନାଙ୍କ ଆବେଦନର ଜଲଦି ଶୁଣାଣି କରାଯାଉ। ଏହି ଆବେଦନରେ ଏହାକୁ ଅସାମ୍ବିଧାନିକ ବୋଲି କୁହାଯାଇଛି। ଏଥିରେ ଜୀବନର ସ୍ଵତନ୍ତ୍ରତା ଅଧିକାରର ଉଲ୍ଲଙ୍ଘନ ହୋଇଛି ବୋଲି କୁହାଯାଇଛି।

ଉପାଧ୍ୟାୟ କର୍ତା ଏହାପରେ ତୁରନ୍ତ ଶୁଣାଣି କରାଯିବ ବୋଲି କହିଛନ୍ତି ନଚେତ ଆବେଦନକାରୀଙ୍କ ପତି ତାଙ୍କୁ 19 ତାରିଖ ଦିନ ଶେଷ ତଲାକ କହିଦେବେ। ଏଥିପାଇଁ ଆବେଦନକାରୀଙ୍କ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ସମୟ ଘୋଷିତ ହୋଇସାରିଛି। ଆବେଦନରେ ଲିଙ୍ଗ ଓ ଧର୍ମ ତଟସ୍ଥ ପ୍ରକ୍ରିୟା ଓ ତଲାକ ଆଧାର ଉପରେ ନିର୍ଦ୍ଦେଶ ମଧ୍ୟ ମଗାଯାଇଛି।

କଥା ହେଉଛି କି, ଆମ ଦେଶରେ ସମାନ ନାଗରିକ ସଂହିତା ଲାଗୁ ହୋଇନାହିଁ। ଏଥିପାଇଁ ମୁସଲିମ ସମ୍ପ୍ରଦାୟରେ ଛାଡ଼ପତ୍ର ଏହିପରି ଭାବରେ ହୋଇଥାଏ। ତଲାକ-ଏ-ହାସନର ଆଦେଶ ଦିଆଯାଇଛି। ଗାଜିଆବାଦରୁ ନିଜ ଆବେଦନରେ ବେନଜିର ହିନା କହିଥିଲେ କି, ଗୋଟିଏ ତରଫା ତଲାକ ଦେବା ଅଧିକାର କେବଳ ପୁରୁଷକୁ ରହିଛି। ସେ ଦାବି କରି ମାଗିଛନ୍ତି ସରକାର ସବୁ ଧର୍ମର ମହିଳା ଓ ପୁରୁଷଙ୍କ ପାଇଁ ସମାନ ତଲାକ ଆଇନ ବନାନ୍ତୁ। ତାଙ୍କର ଆରୋପ ଏହାକି ଯେ, ତାଙ୍କର ପତି ଯୌତୁକ ପାଇଁ ଦାବି କଲେ ଓ ଏହାପରେ ଏକତରଫା ତଲାକ ଘୋଷଣା କରିଦେଲେ।

କଣ ଅଟେ ତଲାକ-ଏ-ହାସନ?:-

ଏଥିରେ ମୁସଲିମ ପତି ତିନିଥର କଥା ମାଧ୍ୟମରେ କିମ୍ବା ଲେଖା ମାଧ୍ୟମରେ ତଲାକ କହି ନିଜ ପତ୍ନୀଙ୍କୁ ଦେଇପାରିବ। ଏଥିରେ ତିନିଥର ପୂର୍ବରୁ ତଲାକ କୁହାଯିବା ପର୍ଯ୍ୟନ୍ତ ବିବାହକୁ ମାନ୍ୟତା ଦିଆଯାଇଥାଏ କିନ୍ତୁ ତୃତୀୟ ଥର ତଲାକ କହିବାପରେ ବିବାହ ସମ୍ପୂର୍ଣ୍ଣ ରୂପରେ ଶେଷ ହୋଇଥାଏ। 90 ଦିନର ଏଥିରେ ବ୍ୟବଧାନ ବନାଯାଇଛି, ଏକାଥରେ ଛାଡ଼ପତ୍ର ନହେଉ ସେଥିପାଇଁ ଏହି ଫର୍ମାଟ ବନାଯାଇଛି। ଇସଲାମର କିଛି ଜ୍ଞାନୀ କୁହନ୍ତି ଯଦି ପୁରୁଷ ଓ ମହିଳା ଖୁସି ନାହାଁନ୍ତି ତାହେଲେ ସେମାନେ ଏହି ତଲାକ ନିଷ୍ପତ୍ତି ନେଇପାରିବେ।

ଆବେଦନକାରୀ ବେନଜିର ହିନାଙ୍କ କହିବାହେଲା ଯଦି ତାଙ୍କ ସ୍ବାମୀ ତୃତୀୟ ଥର ତଲାକ କହିଦେବେ ତାହେଲେ ତାଙ୍କର ଏକତରଫା ବିବାହ ତଲାକ ହୋଇଯିବ। ଖାଆସ କଥା ଏହାକି ଯେ, ଇସ୍ଲାମିକ କ୍ଷେତ୍ରରେ କୋର୍ଟ ନଯାଇ ତଲାକ କୁହାଯାଇ ପାରିବ। ପୁରୁଷ ତଲାକ-ଏ-ହାସନକୁ ଆଧାର କରି ତଲାକ ଦେଇପାରିବେ। ମହିଳାଙ୍କ ଆଧାରରେ ଏହାକୁ ଖୁଲା କୁହାଯାଇଥାଏ।

odia sambada
Comments (0)
Add Comment