କେତେବେଳେ ଥିଲେ ମଶହୂର ଟିଭି ଆଙ୍କର ,ଏବେ ସଡକ କୋଣରେ ବସି ବିକୁଛନ୍ତି ଖାଦ୍ୟ !

ସୋସିଆଲ ମିଡିଆରେ ଜଣେ ଟିଭି ସାମ୍ବାଦିକଙ୍କ କାହାଣୀ ଭାଇରାଲ ହେଉଛି|କୁହାଯାଉଛି ଯେ ତାଙ୍କ ସ୍ଥିତି ଏଵେ ଏତେ ଖରାପ ହେଲା ଯେ ସେ ରାସ୍ତା କଡରେ ବସି ଷ୍ଟ୍ରିଟ ଫୁଡ ବନାଉଛନ୍ତି|ଏହି ପୋଷ୍ଟରେ ବହୁଲୋକ ପତ୍ରାକାରଙ୍କୁ ସହାନୁଭୂତି ଦେଖାଉଛନ୍ତି|

ମାମଲା ଆଫଗାନିସ୍ତାନର ପୂର୍ବ ରାଷ୍ଟ୍ରପତି ହମିଦ କରଜଇ ସରକାରରେ କାମ କରିଥିବା କବୀର ହକମଲି ଟୁଇଟ କରି ଏକ ପତ୍ରାକାରଙ୍କ କାହାଣୀ ସେୟାର କରିଛନ୍ତି|ସେ ତିନିଟି ଫଟୋ ସେୟାର କରିଛନ୍ତି,
ଗୋଟିଏ ଫଟୋରେ ସେ ଆଙ୍କର ଭୂମିକାରେ କୈାଣସି ଷ୍ଟୁଡିଓରେ ଅଛନ୍ତି ଓ ଅନ୍ୟ ଥିରେ ସଡକ ପାଶ୍ୱର୍ରେ ସେ କିଛି ଜିନିଷ ସହ ବସିଛନ୍ତି|

କବିର ହକମଲୀ ଟୁଇଟ କରି ଲେଖିଛନ୍ତି – ତାଲିବାନୀ ରାଜରେ ଆଫଗାନିସ୍ତାନରେ ପତ୍ରାକାରଙ୍କ ଜୀବନ|ମୁସା ମହମଦୀ ବର୍ଷ ବର୍ଷ ଧରି ଆଙ୍କର ଓ ରିପୋର୍ଟର ଭାବେ ଅଲଗା ଅଲଗା ଟିଭି ଚ୍ୟାନେଲରେ କାମ କରିଛନ୍ତି|ଏଵେ ପରିବାର ବଞ୍ଚାଇବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ|କିଛି ଷ୍ଟ୍ରିଟ ଫୁଡ ବିକ୍ରି କରି କିଛି ଆୟ କରନ୍ତି|ଲୋକତନ୍ତ୍ର ସମାପ୍ତ ପରେ ସେଠାକାର ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି|

ଏହା ପୂର୍ବରୁ କବୀର ଟୁଇଟ କରି ଆଉଜଣେ ପତ୍ରାକାରଙ୍କ ଭିଡିଓ ସେୟାର କରିଥିଲେ|ସେତେବେଳେ ସେ ଏକରାମ ଇମ୍ମାତି ସହ ହୋଇଥିବା ଘଟଣା କହିଥିଲେ|ସେ କହିଥିଲେ ଏ ହେଉଛନ୍ତି ଜଣେ ଆଫଗାନୀ ପତ୍ରାକାର ,ଏକରାମ ଇମ୍ମାତି|ତାଲିବାନ କାବୁଲର ପିଡି୫ରୁ ତାଙ୍କୁ ଅପହରଣ କରି ନେଇଥିଲେ|ତାଙ୍କୁ ପିଟାଗଲା ଓ ଅପମାନିତ କରାଗଲା କେବଳ ଏଥିପାଇଁ ସେ ଜିନ୍ସ ପିନ୍ଧିଥିଲେ ଓ ଦାଢି ସେଭ ହୋଇଥିଲେ|କାନୁନବିରୋଧି ଭାବେ ତାଙ୍କର ଫୋନ ଚେକ କରାଗଲା ଓ
ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଥିଲା|

odia sambada
Comments (0)
Add Comment