ସରକାରୀ ସ୍କୁଲ ଟିଚର କ୍ଲାସରୁମରେ କଲେ ଜବରଦସ୍ତ ଡାନ୍ସ, ଛୋଟ ଝିଅମାନଙ୍କ ସହିତ ଦେଲେ ଚମତ୍କାର ପରଫରମାନ୍ସ, ଦେଖନ୍ତୁ ଭିଡିଓ

ଟିଚର ଦୁଇ ପ୍ରକାରର ଥାଆନ୍ତି । ପ୍ରଥମେ ସେମାନେ ଯେଉଁମାନେ ପିଲାମାନଙ୍କ ସହିତ ସବୁବେଳେ କଠୋର ଥିବାର ଦେଖାଯାନ୍ତି । ତାପରେ ଆସନ୍ତି ସେହି ଟିଚର, ଯେଉଁମାନେ ପିଲାଙ୍କ ସହିତ ସାଙ୍ଗ ପରି ମିଶିଯାନ୍ତି । ସେମାନଙ୍କ ସହିତ ପାଠପଢ଼ା ବ୍ୟତୀତ ଅନ୍ୟ ଥଟ୍ଟା ମଜା କଥା ମଧ୍ୟ ହୁଅନ୍ତି । ପିଲାଙ୍କୁ ବୁଝାଇଥାନ୍ତି । ସେମାନଙ୍କର ଯତ୍ନ ନିଅନ୍ତି । ଏପରିକି ବେଳେବେଳେ ତାଙ୍କ ସହିତ ନାଚଗୀତ ମଧ୍ୟ କରନ୍ତି ।

ଆଜି ଆମେ ଆପଣଙ୍କୁ ଏପରି ଜଣେ ଟିଚର ସହିତ ପରିଚିତ କରାଇବାକୁ ଯାଉଛୁ, ଯାହାଙ୍କ କ୍ଲାସ କେବେ ବି ବୋରିଂ ହୋଇନଥାଏ । ସେ ପିଲାଙ୍କ ପାଠ ପଢା ସହିତ ତାଙ୍କ ମନୋରଞ୍ଜନକୁ ମଧ୍ୟ ଧ୍ୟାନ ଦିଅନ୍ତି । ଆମେ ଦିଲ୍ଲୀର ସରକାରୀ ସ୍କୁଲର ପପୁଲାର୍ ଟିଚର ମନୁ ଗୁଲାଟିଙ୍କ ବିଷୟରେ କହୁଛୁ । ମନୁ ଇଂରାଜୀ ଟିଚର ଅଟନ୍ତି, କିନ୍ତୁ ସେ ପିଲାଙ୍କୁ ଡାନ୍ସ ମଧ୍ୟ ଶିଖାଇଥାନ୍ତି ।

ସରକାରୀ ସ୍କୁଲର ଟିଚରଙ୍କ ଆଜିକାଲି ଅନେକ ସ୍କୁଲରେ ପିଲାଙ୍କ ସମର କ୍ୟାପ ଚାଲିଛି । ଏହି ସମୟରେ ପିଲାଙ୍କୁ ସ୍କୁଲରେ ଡାନ୍ସ ମଧ୍ୟ ଶିଖା ଯାଇଥାଏ । ମନୁ ଗୁଲାଟି ଏପରି କିଛି କରିଛନ୍ତି । ସାଧାରଣତଃ ସରକାରୀ ସ୍କୁଲର ଶିକ୍ଷକ କେବଳ ପାଠପଢ଼ା ପ୍ରତି ଅଧିକ ଧ୍ୟାନ ଦିଅନ୍ତି । ଏହି ଏକ୍ସଟ୍ରା କାମ ସେମାନେ ଏତେ ଉତ୍ସାହର ସହିତ କରାନ୍ତି ନାହିଁ । କିନ୍ତୁ ମନୁ ଗୁଲାଟି କେବଳ ଉତ୍ସାହର ସହିତ ପିଲାଙ୍କୁ ଡାନ୍ସ ଶିଖାଇଲେ,ବରଂ ସେ ମଧ୍ୟ ପିଲାଙ୍କ ସହିତ କ୍ଲାସରୁମରେ ନାଚିଲେ ।

ମନୁ ଗୁଲାଟି ଟୁଇଟରରେ ମଧ୍ୟ ବହୁତ୍ ପପୁଲାର୍ ଅଟନ୍ତି । ଏଠାରେ ସେ ନିଜର ଟିଚିଂ ଲାଇଫ ସହିତ ଜଡ଼ିତ କିଛି ଝଲକ ଲୋକଙ୍କ ସହିତ ସେୟାର କରନ୍ତି । ନିକଟରେ ସେ ନିଜ ଟୁଇଟର ଆକାଉଣ୍ଟରେ ଗୋଟିଏ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ କ୍ଲାସର ଛୋଟ ଝିଅମାନଙ୍କ ସହିତ କଜରା ମୋହବତ ବାଲା… ଗୀତରେ ଜବରଦସ୍ତ ଡାନ୍ସ କରୁଥିବାର ଦେଖାଯାଇଛନ୍ତି । ପିଲାମାନେ ମଧ୍ୟ ନିଜ ଟିଚର ସହିତ ଡାନ୍ସ କରି ବହୁତ୍ ଖୁସି ଦେଖାଯାଉଛନ୍ତି ।

ଲୋକେ କହିଲେ – ଆମେ ବି କ୍ଲାସ ଆଟେଣ୍ଡ କରିବୁ :-

ଷ୍ଟୁଡେଣ୍ଟ୍ ଏବଂ ଟିଚରଙ୍କ ଏହି ଯୋଡି ଲୋକଙ୍କୁ ବହୁତ୍ ଭଲ ଲାଗୁଛି । ଲୋକମାନେ ଭିଡ଼ିଓରେ କୌତୁହଳ କମେଣ୍ଟ ଲେଖୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ ଆମ ସ୍କୁଲ ବି ଏମିତି ହେଇଥାନ୍ତା ହେଲେ ” । ଅନ୍ୟ ଜଣେ ଲେଖିଛନ୍ତି, ‘ କଣ ମୁଁ ପୁଣିଥରେ ସ୍କୁଲ ଯାଇପାରିବି ‘ । ଆଉ ଜଣେ କମେଣ୍ଟ କରି ଲେଖିଛନ୍ତି, ‘ ଆପଣଙ୍କ ପରି ଟିଚର ଥିଲେ ପିଲାମାନେ କେବେ ବି ବୋରୀଙ୍ଗ ହେବେନାହିଁ ।’

ଏଠାରେ ଦେଖନ୍ତୁ ଟିଚର ଏବଂ ପିଲାଙ୍କ ଡାନ୍ସ ଭିଡିଓ :-

odia sambada
Comments (0)
Add Comment