ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡ଼ିର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା ପୁରସ୍କାର ରାଶି । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର

ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ନ୍ୟୁଜ ସାମ୍ନାକୁ ଆସିଛି ସେଇଟା ହେଲା ଏବେ ବେଆଇନ ଭାବେ ପାର୍କିଂ ହୋଇଥିବା କାର୍‌ର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା ପୁରସ୍କାର । ଏନେଇ ଗୁରବାର ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ । ଦେଶରେ ଦିନ ଦିନ ବୃଦ୍ଧି ପାଉଛି ଯାନବାହାନ ସଂଖ୍ୟା । ଏହାସହ ପାର୍କିଂ ସମସ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଲୋକେ ରାସ୍ତା କଡରେ ପାର୍କି କରିବା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଏନେଇ ଖୁବ ଶୀଘ୍ର ନୂଆ ଆଇନ ଅଣାଯିବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଘୋଷଣା କରିଛନ୍ତି । ଏହି ଆଇନରେ ବେଆଇନ ପାର୍କିଂ ହୋଇଥିବା ଗାଡିର ଫଟୋ ଉଠାଉଥିବା ଲୋକଙ୍କୁ ୫୦୦ ଟଙ୍କା ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିବ । ଯଦି ବାହନ ମାଲିକଙ୍କୁ ୧ ହଜାର ଟଙ୍କା ଜୋରିମନା ହୁଏ ତେବେ ଫଟୋ ପଠାଇଥିବା ବ୍ୟକ୍ତିଙ୍କୁ ୫୦୦ ଟଙ୍କା ପୁରସ୍କାର ମିଳିବ । ଏହି ବ୍ୟବସ୍ଥା ଦ୍ବାରା ଦେଶର ବେଆଇନ ପାର୍କିଂ ସମସ୍ୟାର ସମାଧାନ ହୋଇପାରିବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେବେ ଗତ ଗୁରୁବାର ଦିନ ଦିଲ୍ଲୀର ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ନିତିନ ଗଡକରୀ କହିଛନ୍ତି ଯେ, “ବେଆଇନ ପାର୍କିଂ ଯୋଗୁଁ ରାସ୍ତା ଜାମ ହେଉଛି । ଏହାକୁ ରୋକିବା ପାଇଁ ଆଇନ ଆଣିବାକୁ ବିଚାର କରାଯାଉଛି । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଲୋକେ ନିଜ ଲାଗି ବାହନ ପାର୍କିଂ ନିର୍ମାଣ କରୁ ନାହାନ୍ତି । ଏଣୁ ସେମାନଙ୍କ ବାହନ ଜାତୀୟ ରାଜମାର୍ଗର ସଡକ ଅବରୋଧ କରୁଛି । ତେବେ ବେଆଇନ ପାର୍କିଂ ବାବଦରେ ରାଜଧାନୀ ଦିଲ୍ଲୀ ବାସୀ ବେଶ ଭାଗ୍ୟଶାଳୀ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । କାରଣ ଦିଲ୍ଲୀରେ ବାହନ ପାର୍କିଂ ଲାଗି ପରିବହନ ମନ୍ତ୍ରାଳୟ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ।

କେହି ହେଲେ ପାର୍କିଂ ଲାଗି ସ୍ଥାନ ନିର୍ମାଣ କରୁ ନାହାନ୍ତି । ଅଧିକାଂଶ ଲୋକେ ରାସ୍ତା ଉପରେ ସେମାନଙ୍କ ଗାଡ଼ି ଛାଡି ପଳାଉଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସେ ନିଜ ଉଦାହରଣ ଦେଇ କହିଛନ୍ତି ଯେ ତାଙ୍କ ରୋଷେୟର ଦୁଇଟି ସେକେଣ୍ଡ ହେଣ୍ଡ ଗାଡ଼ି ଅଛି । ପରିବାର ପିଛା ଦେଖିବାକୁ ଗଲେ ୪ ସଦସ୍ୟ ଥିବା ଘରେ ଗାଡ଼ି ସଂଖ୍ୟା ୬ । ଆବଶ୍ୟକ ନଥାଇ ମଧ୍ୟ ସୌକିନ୍ ପାଇଁ କିଣୁଛନ୍ତି କିନ୍ତୁ ପର୍କିଂର ସୁବିଧା ନାହିଁ । ତେବେ ବେଆଇନ ଭାବେ ଗାଡି ପାର୍କ କରିଥିବା ଲୋକଙ୍କ ବିରୋଧରେ ଏଣିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଆଗକୁ ଏପରି ସମସ୍ୟାର ସମାଧାନ ହୋଇ ପାରିବ ।

odia sambada
Comments (0)
Add Comment