ବୋହୂ ମୁହଁ ଦେଖାରେ ମାଗିଲା ରାସ୍ତା, 35 ଦିନରେ ହିଁ ପୁରା ହେଇଗଲା ଇଚ୍ଛା, ତିଆରି ହୋଇଗଲା ପକ୍କା ରାସ୍ତା

ବୋହୂ ଯଦି ବୁଦ୍ଧିମତୀ ହୋଇଥିବ, ତେବେ ମୁହଁ ଦେଖାରେ ସାମ୍ନା ଲୋକଠାରୁ ଏମିତି ଜିନିଷ ମାଗିପାରେ, ଯାହା କେବଳ ତାପାଇଁ ନୁହେଁ, ବରଂ ହଜାର ହଜାର ଲୋକଙ୍କ ପାଇଁ କଷ୍ଟକୁ ସହଜ କରିପାରେ । ଜଣେ ବୋହୂ ଏମିତି ଗୋଟିଏ ଜିନିଷ ନିଜ ମୁହଁ ଦେଖାରେ ମାଗିନେଲା । ଏହି ବୋହୂ ଯେତେବେଳେ ଦେଖିଲା ଯେ ଜଣେ ସାଂସଦ ମୁହଁ ଦେଖା ପାଇଁ ଆସିଛି, ସେତେବେଳେ ସେ ତାଙ୍କଠାରୁ ମୁହଁ ଦେଖାରେ ରାସ୍ତା ମାଗିଲା । ବର୍ତ୍ତମାନ ସାଂସଦ ମଧ୍ୟ ଆଉ କଣ କରିବେ, ତାଙ୍କୁ ସେ କାମକୁ ପୁରା କରିବାକୁ ପଡିଲା ଏବଂ 35 ଦିନରେ ଗୋଟିଏ ପକ୍କା ରାସ୍ତା ତିଆରି ହୋଇଗଲା ।

ଉତ୍ତରପ୍ରଦେଶର ଅଲିଗଢ଼ରେ ନୂଆଁ ବୋହୂ ଭାରତୀୟ ଜନତା ପାର୍ଟିର ସାଂସଦ ସତିଶ ଗୌତମଙ୍କ ଠାରୁ ମୁହଁ ଦେଖାରେ ରାସ୍ତା ମାଗିଥିଲେ । ସାଂସଦ 35 ଦିନ ମଧ୍ୟରେ ରାସ୍ତା ତିଆରି କରିଦେଲେ । ତେବେ ମଝିରେ ବର୍ଷା ହେବା କାରଣରୁ ଏହାକୁ ପ୍ରସ୍ତୁତ ହେବାପାଇଁ ପାଞ୍ଚ ଦିନ ଅଧିକ ଲାଗିଛି । ସେହିପରି ରାସ୍ତା ତିଆରି ହେବାପରେ ନୂଆଁ ବୋହୂ ସାଂସଦ ସତିଶ ଗୌତମଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କିଛି ଦିନ ପୂର୍ବରୁ ଅଲିଗଢ଼ର ତହସିଲ ଅଞ୍ଚଳର କସିଶୋ ଗାଁରେ ଭାରତୀୟ ଜନତା ପାର୍ଟିର ସାଂସଦ ସତିଶ ଗୌତମ ମୁହଁ ଦେଖା ପାଇଁ ନିଜର ବନ୍ଧୁ ନବୀନ ଶର୍ମାଙ୍କ ଘରକୁ ଯାଇଥିଲେ । ଏହି ସମୟରେ ସେ ହାଥରସର ବାମନୋଲି ଗାଁରୁ ବିବାହ କରି ଆସିଥିବା ପ୍ରିୟଙ୍କା ଶର୍ମା ଓରଫ ବବଲିଙ୍କୁ ଗୋଟିଏ ଉପହାର ଦେଇଥିଲେ, କିନ୍ତୁ ସେ ଉପହାର ନେବା ବଦଳରେ ସାଂସଦଙ୍କ ଠାରୁ ମୁହଁ ଦେଖାରେ ରାସ୍ତା ତିଆରି କରିବା କଥା ମାଗିଥିଲେ ।

ସାଂସଦ ସତିଶ ଗୌତମ ପ୍ରିୟଙ୍କାଙ୍କୁ ବହୁତ୍ ଶୀଘ୍ର ରାସ୍ତା ତିଆରି କରିବାର ଆଶ୍ଵାସନା ଦେଇଥିଲେ । ସେହିପରି, ସାଂସଦ ନିଜ ପ୍ରତିଶ୍ରୁତିକୁ ଖୁବଶିଘ୍ର ପୁରା କରି 35 ଦିନ ମଧ୍ୟରେ ରାସ୍ତା ତିଆରି କରିଦେଲେ । ତେବେ ବର୍ଷା କାରଣରୁ ରାସ୍ତା ତିଆରି ହେବାରେ 5 ଦିନ ଅଧିକ ସମୟ ଲାଗିଛି । ରାସ୍ତା ତିଆରି ହେବାପରେ ନବୀନ ଶର୍ମାଙ୍କ ପୁଅ ଦିପାଁଶୁ ଏବଂ ବୋହୂ ପ୍ରିୟଙ୍କା ସାଂସଦଙ୍କୁ ହୃଦୟର ସହିତ ଧନ୍ୟବାଦ୍ ଜଣାଇଲେ ।

odia sambada
Comments (0)
Add Comment