କମିଲା ଖାଇବା ତେଲ ଦର। ଜାଣନ୍ତୁ ଏବେ କେତେ ହେଲା ଖାଇବା ତେଲର ଦାମ?

ରୁଷ୍ ଆଉ ୟୁକ୍ରେନ୍ ଯୁଦ୍ଧ କାରଣରୁ ଆମ ଦେଶରେ ଅନେକ ଜିନିଷର ଦର ବହୁତ ବଢି଼ ଯାଇଥିଲା ଆଉ ସେଥିରୁ ମୁଖ୍ୟ ଥିଲା ତେଲ। ଖାଇବା ତେଲ ହେଉକି ପେଟ୍ରୋଲ ଡିଜେଲ ସବୁ ତେଲର ଦରଦାମ୍ ଆକାଶ ଛୁଆଁ ହୋଇ ଯାଇଥିଲା। ସାଧାରଣ ଲୋକମାନେ ଏଥିପାଇଁ ବହୁତ ହଇରାଣର ସମ୍ମୁଖୀନ ମଧ୍ୟ ହେଉଥିଲେ, ଖାଉଟିଙ୍କ ପାଇଁ ଖୁସି ଖବର। କମିଲା ଖାଇବା ତେଲ ଦର। ଏବେ ମହଙ୍ଗା ମାଡ଼ରୁ ମିଳିଲା ଟିକେ ଆଶ୍ୱସ୍ତି। ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ପ୍ରଭାବ ଏବେ ଧୀରେ ଧୀରେ ଦେଖିବାକୁ ମିଳୁଛି। ପୁଣିଥରେ କମିଛି ଖାଇବା ତେଲ ଦର। ଦିଲ୍ଲୀ-ଏନ୍‌ସିଆରର ଅନ୍ୟତମ ମୁଖ୍ୟ ଦୁଧ ଆପୂର୍ତ୍ତିକର୍ତ୍ତା ମଦର ଡାଏରୀ ପକ୍ଷରୁ ଖାଦ୍ୟ ତୈଳର ଦାମ୍‌ ଲିଟର ପିଛା ୧୫ ଟଙ୍କା କମାଯାଇଛି।

ଲିଟର ପିଛା ୧୯୩ ଟଙ୍କା କୁ ହ୍ରାସ ପାଇଲା ଖାଇବା ତେଲ :-

ମଦର ଡାଏରୀ ପକ୍ଷରୁ କୁହାଯାଇଛି ଯେ ସାରା ବିଶ୍ୱର ବଜାରରେ ଖାଦ୍ୟ ତୈଳର ଦର ହ୍ରାସ ପାଇଛି। ଏଣୁ ଏବେ ଆମେ ବି ତେଲ ଦର କମ୍‌ କରିଛୁ। କମ୍ପାନୀ ପକ୍ଷରୁ ନିଜ ଖାଦ୍ୟ ତେଲକୁ ଧାରା ବ୍ରାଣ୍ଡ୍‌ ଅଧୀନରେ ବିକ୍ରି କରୁଛି। ଏବେ ଦର କମିବା ପରେ ଧାରା ସୋରିଷ ତେଲ ଦର ଲିଟର ପିଛା ୨୦୮ ଟଙ୍କାରୁ କମି ୧୯୩ ଟଙ୍କା ହୋଇଛି।

ଖାଇବା ତେଲରେ କମିଲା ୧୫ ଟଙ୍କା:-

ରିଫାଇଣ୍ଡ ଓ ସୂର୍ଯ୍ୟମୁଖୀ ତେଲ ଦର ପୂର୍ବରୁ ପୂର୍ବରୁ ୨୩୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୨୨୦ ଟଙ୍କାରେ ବିକ୍ରି କରାଯିବ। ଧାରା ରିଫାଇଣ୍ଡ୍‌ ସୋୟାବିନ୍‌ ତେଲ (୧ ଲିଟର ପଲି ପ୍ୟାକ୍‌)ର ଦାମ୍‌ ୨୦୯ ଟଙ୍କାରୁ କମି ୧୯୪ ଟଙ୍କା ହୋଇଯିବ। ମଦର ଡାଏରୀ ପକ୍ଷରୁ ଏକ ବୟାନରେ କୁହାଯାଇଛି, ଧାରା ଖାଦ୍ୟ ତୈଳରେ ଲିଟର ପିଛା ସର୍ବାଧିକ ୧୫ ଟଙ୍କା କମାଇ ହେବ।

odia sambada
Comments (0)
Add Comment