ଚାକିରି ଖୋଜୁଥିଲେ ତୁରନ୍ତ କରନ୍ତୁ ଆବେଦନ,ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍‌ ତରଫରୁ ଅନେକ ପଦବୀ ପାଇଁ ନିଯୁକ୍ତି

ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି। ଆପଣ ସବୁଆଡୁ କୃତଜ୍ଞତା ପାଇବେ। ତୋ ଏବେକା ଦୁନିଆରେ ସରକାରୀ ଚାକିରିଆ ମାନଙ୍କ ପାଇଁ କେତେ ଯେ ସୁବିଧା ସୁଯୋଗ ଉପଲବ୍ଧ ତାହା ମଧ୍ୟ ଆପଣ ମାନେ ଜାଣିଥିବେ ।ସେମିତି ଏକ ସରକାରୀ ଚାକିରୀ ସମ୍ପର୍କିତ କିଛି ତଥ୍ୟ ନେଇ ଆମ ପାଖରେ ଉପଲବ୍ଧ ଅଛି ଚାଲନ୍ତୁ ଦେଖିବା। ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍‌ (BHEL) ତରଫରୁ ଟ୍ରେଡ୍‌ ଅପାରଣ୍ଟିସ୍‌ ପଦବୀ ପାଇଁ ନିଯୁକ୍ତି ଗ୍ରହଣ କରୁଛି।

*ପଦବୀ ବିବରଣୀ :୧୮୪

ଫିଟର: ୬୫

ଟର୍ନର: ୧୯

ମେସିନିଷ୍ଟ: ୪୩

ୱେଲଡର:୨୦

ଇଲେକ୍ଟ୍ରିସିଅନ: ୨୬

ଡ୍ରାଫ୍ଟସମ୍ୟାନ: ୨

ଇଲେକ୍ଟ୍ରିସିଆନ: ୧

ମୋଟର ମେକାନିକ: ୧

କାରପେଣ୍ଟର: ୧

ଫାଉଣ୍ଡ୍ରିମ୍ୟାନ: ୬

*ଜରୁରୀ ତାରିଖ:

ଅନଲାଇନ ଆବେଦନ କରିବାର ତାରିଖ ୧୧ ଜୁନ୍‌ ୨୦୨୨ ଓ ଶେଷ ତାରିଖ ୨୧ ଜୁନ୍‌ ରହିଛି।ଆବେଦନ ଫର୍ମ ଏବଂ ଡକ୍ୟୁମେଣ୍ଟସର ଫଟୋ କପି ଜମା କରିବାର ତାରିଖ ୨୮ ଜୁନ୍‌ ୨୦୨୨ ରହିଛି।ଲିଖିତ ପରୀକ୍ଷା ଦେବାର ତାରିଖ ୬ ଅଗଷ୍ଟ ୨୦୨୨।ଚୟନ ହୋଇଥିବା ପ୍ରାର୍ଥୀଙ୍କ ଲିଷ୍ଟ ଜାରି କରିବାର ତାରିଖ ୨୪ ଅଗଷ୍ଟ ୨୦୨୨ ରହିଛି।

*ଶିକ୍ଷାଗତ ଯୋଗ୍ୟତା :

ଏହି ପଦବୀରେ ଆବେଦନ କରିବାକୁ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ୍‌ ପାସ୍‌ କରିଥିବା ଜରୁରୀ। ଏହାସହିତ ପ୍ରାର୍ଥୀଙ୍କ ପାଖରେ ଆଇଟିଆଇ ଡିଗ୍ରୀ କରିଥିବା ଜରୁରୀ।

*ବୟସ ସୀମା :

ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୭ ବର୍ଷ ହେବା ଜରୁରୀ। ସରକାରୀ ନିୟମ ଅନୁଯାୟୀ ଓବିସି ଶ୍ରେଣୀରେ ଅଧିକତମ ବୟସ ପାଇଁ ୩୦ ବର୍ଷ ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କ ପାଇଁ ୩୨ ବର୍ଷ ରହିଛି।

*ଆବେଦନ ପ୍ରଣାଳୀ:

ପ୍ରଥମେ ପ୍ରାର୍ଥୀ ଅଫିସିଆଲ ୱେବସାଇଟ hwe.bhel.com କୁ ଯାଇ ରେଜିଷ୍ଟର କରନ୍ତୁ।ଏହା ପରେ ବିଏଚଇଏଲ ହରିଦ୍ୱାର ଅଫିସିଆଲ ୱେବସାଇଟ apprenticeshipindia.gov.in କୁ ଯାଇ ଆବେଦନ ଫର୍ମ ଲିଙ୍କରେ କ୍ଲିକ କରନ୍ତୁ।ଆବେଦନ ଫର୍ମ ଏବଂ ଫଟୋ ଅନ୍ୟ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ।ଏହାପରେ ଅନଲାଇନ ଆବେଦନ ଫର୍ମର ପ୍ରିଣ୍ଟଆଉଟ୍‌ କାଢି ନୋଟିଫିକେସନରେ ଦିଆଯାଇଥିବା ଠିକଣାରେ ୨୮ ଜୁନ୍‌ ମଧ୍ୟରେ ଡାକ ଜରିଆରେ ପଠାଇ ଦିଅନ୍ତୁ।

odia sambada
Comments (0)
Add Comment