ଦଶଟି ସହରରେ ବିକ୍ରି ହେଲା ୧୫ ଟଙ୍କା ପ୍ରତି ଲିଟର ପେଟ୍ରୋଲ, ଲୋକମାନେ ଖୁବ ମଉକା ଉଠାଇଲେ

ପେଟ୍ରୋଲର ଦୈନିକ ଦରବୃଦ୍ଧି ପାଇଁ ଲୋକମାନେ ଚିନ୍ତିତ|ଏମିତିରେ ଯଦି ଆପଣଙ୍କୁ ଖବର ମିଳେ ଯଦି ପେଟ୍ରୋଲ ୧୫ ଟଙ୍କା ପ୍ରତି ଲିଟର ମିଳୁଛି ତେବେ ଆପଣ କ’ଣ କରିବେ |ସାଧାରଣ କଥା ନିଶ୍ଚିତ ଏହାର ସୁଯୋଗ ନେବେ ଓ ଏହାର ଲାଭ ଉଠାଇବା ଆବଶ୍ୟକ ଓ ଏଭଳି ଜାଗାରେ ଲୁଟ ହୋଇଯିବ|କହିରଖେ ଏହା କୈାଣସି ମଜାକ ନୁହେଁ ସତ୍ୟ ଘଟଣା|

ଏଭଳି କିଛି ଘଟଣା ଏକ ପେଟ୍ରୋଲ ପମ୍ପରେ ହେଲା କିନ୍ତୁ ଆପଣଙ୍କୁ କହିରଖେ ସତରେ ପେଟ୍ରୋଲ ୧୫ ଟଙ୍କା ପ୍ରତି ଲିଟର ବିକ୍ରି ହେଉ ନଥିଲା କିନ୍ତୁ ସେ ପେଟ୍ରୋଲ ପମ୍ପରେ ଡ୍ୟୁଟି କରୁଥିବା ମ୍ୟାନେଜରର ଭୁଲ ଯୋଗୁଁ ଲୋକଙ୍କୁ ୧୩୫ ଟଙ୍କା ପ୍ରତି ଲିଟର ପରିବର୍ତ୍ତେ ୧୫ ଟଙ୍କା ପ୍ରତି ଲିଟର ବିକ୍ରି ହେଲା|ପୁଣି ଲୋକମାନେ ପେଟ୍ରୋଲ ପମ୍ପର ଭୁଲର ଫାଇଦା ଉଠାଇଲେ ଓ ଟ୍ୟାଙ୍କ ଫୁଲ କଲେ|ମ୍ୟାନେଜରର ଏହି ଭୁଲ ଫଳରେ ପେଟ୍ରୋଲ ପମ୍ପକୁ ପାଖାପାଖି ୧୨.୫ ଲକ୍ଷ ଟଙ୍କା କ୍ଷତି ହେଲା|

ଚାଲନ୍ତୁ ଜାଣିବା ଏହି ଘଟଣା କେଉଁଠି ହୋଇଛି ? ଏହା ଭାରତରେ ନୁହେଁ ଆମେରିକାର ଦକ୍ଷିଣ କାର୍ଲିଫର୍ଣିଆରେ ହୋଇଛି|ସେଠାରେ ଡ୍ୟୁଟିରେ ଲାଗିଥିବା ମ୍ୟାନେଜର ଜନ ସ୍ଜେସିନା ପେଟ୍ରୋଲ ପମ୍ପର ମିଟର ରିଡିଙ୍ଗରେ ଦଶମିକ ଭୁଲ ଜାଗାରେ ଲଗାଇଥିଲେ|ଏଥିପାଇଁ ସେଠାରେ ପେଟ୍ରୋଲ ୫୦୧ ଟଙ୍କା ପ୍ରତି ଗ୍ୟାଲନ ବିକ୍ରି ହେବାକୁ ଲାଗିଲା|ତାଙ୍କ ଭୁଲ ଯୋଗୁଁ ୫୦ ଲିଟର ଟାଙ୍କି ଫୁଲ କରିବାକୁ ଲୋକଙ୍କୁ ମାତ୍ର ୭୫୦ ଟଙ୍କା ଦେବାକୁ ପଡିଲା ଯଦିଓ ଏହାର ଦାମ୍ ୬୭୫୦ ଟଙ୍କା ଅଟେ|

ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ମ୍ୟାନେଜର ଭୁଲ ଫଳରେ ମ୍ୟାନେଜର ଜନ ସ୍ଜେସିନାକୁ ଚାକିରିରୁ ବହିଷ୍କୃତ କରି ଦିଆଗଲା|ତାଙ୍କ ଏହି ଭୁଲର ଫାଇଦା ୨୦୦ ରୁ ଉର୍ଦ୍ଧ୍ବ ଲୋକ ଉଠାଇଲେ ଓ କମ୍ପାନୀର ୧୨.୫ ଲକ୍ଷ କ୍ଷତି ହେଲା|

odia sambada
Comments (0)
Add Comment