କୋରୋନା ଭାଇରସ ମହାମାରୀରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଶିଳ୍ପପତିମାନଙ୍କୁ ମଧ୍ୟ ଅନେକ କ୍ଷତି ସହିବାକୁ ପଡ଼ିଛି, ଯାହାକୁ ପୂରଣ କରିବାପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଆପାଦରୁ ମସ୍ତକ ଯାଏଁ ପରିଶ୍ରମ କରୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କୁ ଏଥିରେ ସାହାଯ୍ୟ କରୁଛନ୍ତି।
ଯଦି ଆପଣ ଈ-ଶ୍ରମ ପୋର୍ଟାଲ ଯୋଜନାରେ ଜଡ଼ିତ ଅଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ବହୁତ୍ ଜରୁରୀ ଅଟେ। ଆଜିକାଲି ଈ-ଶ୍ରମ କାର୍ଡଧାରୀଙ୍କ ଉପରେ ସରକାର ବହୁତ ଦୟାଳୁ ହଉଛନ୍ତି। ଈ-ଶ୍ରମ କାର୍ଡଧାରୀଙ୍କୁ ସରକାର ୫୦୦ ଟଙ୍କା ପ୍ରତି ମାସକୁ ଦେବା ସହିତ ଆହୁରି ଅନେକ ସୁବିଧା ମଧ୍ୟ ଦେଉଛନ୍ତି, ଯାହାର ଲାଭ ଆପଣ ମଧ୍ୟ ଉଠାଇପାରିବେ।
ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଈ-ଶ୍ରମ କାର୍ଡ ବନେଇ ନାହାନ୍ତି, ତେବେ ଆପଣଙ୍କୁ ଅତି ଶୀଘ୍ର ଏହାକୁ ବନେଇବାର ଜରୁରୀ। ଈ-ଶ୍ରମ କାର୍ଡ ଦ୍ଵାରା ଶ୍ରମିକ ଓ କର୍ମଚାରୀମାନଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଉଛି।
ବହୁତ ଲାଭ ମିଳୁଛି:-
ଦେଶରେ ଅସଂଗଠିତ କ୍ଷେତ୍ରରେ ଥିବା କର୍ମଚାରୀମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବାପାଇଁ ସରକାର ଏହି ସ୍କିମର ଆରମ୍ଭ କରିଛନ୍ତି। ଈ-ଶ୍ରମ କାର୍ଡଧାରୀଙ୍କୁ କିସ୍ତି ଛଡ଼ା ୨ ଲକ୍ଷ ଟଙ୍କାର ଏକ ବିଶେଷ ସୁବିଧା ଦିଆଯାଉଛି।
ଜାଣନ୍ତୁ ମିଳୁଥିବା ସୁବିଧା ବିଷୟରେ:-
କେନ୍ଦ୍ର ସରକାରଙ୍କ ଈ-ଶ୍ରମ କାର୍ଡଧାରୀଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତରେ ୨ ଲକ୍ଷ ଟଙ୍କା ବୀମା ମିଳୁଛି। ଏହି ବୀମା କଭର ପାଇଁ ଶ୍ରମିକ ଓ କର୍ମଚାରୀମାନଙ୍କୁ କୌଣସି ପ୍ରକାର ପ୍ରିମିୟମ ଭରିବାକୁ ପଡ଼ିନଥାଏ।
ଏହି ବୀମା କଭରର ଲାଭ ଶ୍ରମିକମାନଙ୍କୁ କିଛି ଖାସ୍ ପରିସ୍ଥିତିରେ ହିଁ ମିଳିଥାଏ। ବୀମା କଭର ଅନ୍ତର୍ଗତରେ ଯଦି କୌଣସି କର୍ମଚାରୀ ବିକଳାଙ୍ଗ ହେଇଯାଆନ୍ତି, ତେବେ ଏହି ପରିସ୍ଥିତିରେ ତାଙ୍କୁ ୧ ଲକ୍ଷ ଟଙ୍କାର ଲାଭ ଦିଆଯାଏ।
ଏହି ବୀମା କଭରର ଲାଭ ଶ୍ରମିକମାନଙ୍କୁ କିଛି ଖାସ ପରିସ୍ଥିତିରେ ହିଁ ମିଳିଥାଏ। ବୀମା କଭର ଅନ୍ତର୍ଗତରେ ଯଦି କୌଣସି କର୍ମଚାରୀ ବିକଳାଙ୍ଗ ହେଇଯାଆନ୍ତି, ତାହେଲେ ଏହି ପରିସ୍ଥିତିରେ ତାଙ୍କୁ ୧ ଲକ୍ଷ ଟଙ୍କାର ଲାଭ ଦିଆଯାଏ।
ଆପଣ ଶ୍ରମ ପୋର୍ଟାଲ eshram.gov.in କୁ ଯାଇ ସହଜରେ ନିଜର ଈ-ଶ୍ରମ କାର୍ଡ ବନେଇ ପାରିବେ। ଏଥିରେ ଆପଣଙ୍କୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିବନି। ଈ-ଶ୍ରମ କାର୍ଡ ବନେଇବା ପରେ ଶ୍ରମିକମାନଙ୍କର ଡାଟା ବେସ ସରକାରଙ୍କ ପାଖରେ ପହଞ୍ଚିଯାଏ।ଏମିତିରେ ସେମାନଙ୍କୁ ଭବିଷ୍ୟତରେ ରୋଜଗାର ମିଳିବାର ସମ୍ଭାବନା ବହୁତ ଅଧିକ ହୋଇଯାଏ।