ଚାକିରି କରିବାର ଆବଶ୍ୟକତା ନାହିଁ,ଏହି ବ୍ୟବସାୟ କରି ଘରେ ବସି ଆୟ କରନ୍ତୁ ଲକ୍ଷ ଲକ୍ଷ ଟଙ୍କା

ଯଦି ଆପଣ ଏପରି ବ୍ୟବସାୟ ସନ୍ଧାନରେ ଅଛନ୍ତି ଯାହାକୁ ଛୋଟ ସ୍ତରରୁ ଆରମ୍ଭ କରିପାରିବେ ତେଵେ ମୁଁ ଆପଣଙ୍କ ପାଇଁ ଏଭଳି ଏକ ବ୍ୟବସାୟ ସୁଯୋଗ ଆଣିଛି|ଏହି ବ୍ୟବସାୟକୁ ଆପଣ ବହୁ କମ ନିବେଶରେ ଆରମ୍ଭ କରିପାରିବେ ଓ ଭଲ ଆୟ କରିପାରିବେ|ଆସନ୍ତୁ ବିସ୍ତାର ଭାବେ ଜାଣିବା:

ଏହି ବ୍ୟବସାୟ ଅପ୍ସନ କୁକୁଡ଼ା ପାଳନ ଅଟେ|ଯଦି ଆପଣ ଏହାକୁ ଛୋଟ ଆକାରରେ ଆରମ୍ଭ କରନ୍ତି ତେବେ ଆପଣଙ୍କୁ ୫୦ ହଜାର ଟଙ୍କା ଠାରୁ ୧.୫ ଲକ୍ଷ ଟଙ୍କା ମଧ୍ୟରେ ନିବେଶ କରିବାକୁହେବ|ଛୋଟ ଆକାରରୁ ଲାଭ କଥା କହିବା ଯଦି ଆପଣ ଏଥିରେ ମାସିକ ୫୦ ହଜାରରୁ ୧ ଲକ୍ଷ ଟଙ୍କା ଆୟ କରି ପାରିବେ|

ଯଦି ଆପଣ ଏହାକୁ ବଡ ସ୍ତରରେ କରନ୍ତି ତେଵେ ୧.୫ ଲକ୍ଷ ଟଙ୍କା ଠାରୁ ୩.୫ ଲକ୍ଷ ଟଙ୍କା ଭିତରେ ନିବେଶ କରିବାକୁହେବ|ପୋଲଟ୍ରି ଫାର୍ମ ବ୍ୟବସାୟ ପାଇଁ ସରକାର ମଧ୍ୟ ସହାୟତା ଦେଉଛନ୍ତି|ସରକାର ପାଖାପାଖି ୨୫% ସବ୍ସିଡି ଦେଇଥାନ୍ତି|ଏସ୍ସି ଏସ୍ଟି ବର୍ଗ ପାଇଁ ୩୫% ପର୍ଯ୍ୟନ୍ତ ସବ୍ସିଡି ମିଳିଥାଏ|ଏଥିପାଇଁ ବହୁ ବିତ୍ତୀୟ ସଂସ୍ଥାରୁ ଲୋନ ନେଇ ପାରିବେ| ମାନେ କିଛି ଟଙ୍କା ନିଜର ଲଗାଇ କିଛି କରଜ ଆଣନ୍ତୁ|

ଏହି ବ୍ୟବସାୟ ପାଇଁ ଆପଣଙ୍କୁ ଏଥିରେ ଗଭୀର ଜ୍ଞାନ ଥିବା ଆବଶ୍ୟକ|ଯଦି ଆରମ୍ଭରେ ୧୫୦୦ କୁକୁଡା ପାଳିବା ପାଇଁ ଭାବୁଛନ୍ତି ତେଵେ ୧୦% ଅଧିକ କୁକୁଡା ଛୁଆ କିଣିବାକୁ ହେବ|କାରଣ ଅସମୟରେ କୁକୁଡା ମରିବାର ବିପଦ ରହିଛି|

ଏହି ସମୟରେ ଧ୍ୟାନ ଦେବା ଯଦି ଅଣ୍ଡା ଦାମ ବଢିଛି ଫଳରେ କୁକୁଡ଼ା ଦାମ ମଧ୍ୟ ବଢିଛି|ମାର୍କେଟରେ ଗୋଟିଏ ଲେୟର ପ୍ୟାରେଣ୍ଟର ମୂଲ୍ୟ ପାଖାପାଖି ୩୦-୩୫ ଟଙ୍କା ଅଟେ|ଏହି ହିସାବରେ ୫୦୦୦୦ ଟଙ୍କା ବଜେଟ ରଖିବାକୁ ହେବ|ଏଵେ ପାଳିବା ପାଇଁ ସ୍ୱତନ୍ତ୍ର ଖାଦ୍ୟ ଓ ଚିକିତ୍ସା ଆବଶ୍ୟକ|

ଅନୁମାନ ଅନୁସାରେ ୨୦ ସପ୍ତାହ ପର୍ଯ୍ୟନ୍ତ କୁକୁଡା ଖୁଆଇବା ଖର୍ଚ୍ଚ ପାଖାପାଖି ୧-୧.୫ ଲକ୍ଷ ଟଙ୍କା ହେବ|ଗୋଟିଏ ଲେୟର ପ୍ୟାରେଣ୍ଟ ବାର୍ଷିକ ପାଖାପାଖି ୩୦୦ ଅଣ୍ଡା ଦେଇଥାଏ|କୁକୁଡ଼ା ୨୦ ସପ୍ତାହ ପରେ ଅଣ୍ଡା ଦେବା ଆରମ୍ଭ କରେ ଓ ବର୍ଷସାରା ଅଣ୍ଡା ଦେଇଥାଏ|୨୦ ସପ୍ତାହ ପରେ ଏମାନଙ୍କ ଖାଦ୍ୟରେ ପାଖାପାଖି ୩-୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ|

୧୫୦୦ କୁକୁଡାରୁ ୨୯୦ ଅଣ୍ଡା ବାର୍ଷିକ ହିସାବରେ ପାଖାପାଖି ୪,୩୫,୦୦୦ ଅଣ୍ଡା ହେବ|ଯଦି ମୋଟାମୋଟି ୪ ଲକ୍ଷ ଅଣ୍ଡା ବଞ୍ଚେ ଓ ଗୋଟିଏ ଅଣ୍ଡାର ଦାମ ୬ ଟଙ୍କା ହିସାବରେ ବାର୍ଷିକ ୨୪ ଲକ୍ଷ ଟଙ୍କା ଆୟ କରି ପାରିବେ |

odiasambada
Comments (0)
Add Comment