ଆପଣ ଏହି ସରକାରୀ ଯୋଜନାରେ ଦିନକୁ ମାତ୍ର ୭ ଟଙ୍କା ଖର୍ଚ୍ଚକରି ମାସକୁ ୫ ହଜାର ଯାଏ ପେନସନ ସୁବିଧା ପାଇପାରିବେ

ଆଜିର ଏହି ଦୁନିଆରେ ସମସ୍ତେ ନିଜ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । ନିଜ ନିଜ ଭବିଷ୍ୟତକୁ ନେଇ ବହୁତ୍ କିଛି ଚିନ୍ତା କରୁଛନ୍ତି । ଏବେଠୁ ଯଦି ଜିନିଷ ଏତେ ଦରଦାମ୍ ବଢ଼ିଲାନି ତ ଆଗକୁ କଣ ହେବ ? ତେବେ ଯଦି ଆପଣଙ୍କୁ ମଧ୍ୟ ଆପଣଙ୍କର ଆଗାମୀ ଭବିଷ୍ୟତକୁ ସୁରକ୍ଷିତ କରିବାର ଅଛି ତାହାଲେ ଏହି ଖବର ଟିକୁ ଆପଣଙ୍କୁ ନିହାତି ପଢ଼ିବା ଆବଶ୍ୟକ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଯୋଜନା ବିଷୟରେ କହିବା ପାଇଁ ଯାଉଛି ଯେଉଁଥିରେ ଆପଣ ମାସକୁ କିଛି ମାତ୍ର ପଇସା ନିବେଶ କରି ଆଗକୁ ହଜାର ହଜାର ଟଙ୍କା ର ପେନସନ ପାଇପାରିବେ। ଆପଣମାନେ ଆଗରୁ ଅଟଳ ପେନସନ ଯୋଜନା ବିଷୟରେ ଜାଣିଥିବେ । ମାତ୍ର ଆମେ ୟାର କିଛି ଖାସ୍ ବେନିଫିଟସ ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।

ଅଟଳ ପେନସନ୍‌ ଯୋଜନା ୨୦୧୫ରେ ଆରମ୍ଭ ହୋଇଥିଲା । ୧୮ ରୁ ୪୦ ବର୍ଷର କୌଣସି ବି ଭାରତୀୟ ନାଗରିକ ଏହି ଯୋଜାନରେ ଇନଭେଷ୍ଟ କରିପାରିବେ। ଏହା ଭାରତ ସରକାରଙ୍କ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ଯୋଜନା ଯେଉଁଥିରେ ଆପଣଙ୍କ ନିବେଶ ଏକଦମ୍‌ ସୁରକ୍ଷିତ । ଏହି ଯୋଜନାରେ ୬୦ ବର୍ଷ ପରେ ଆପଣଙ୍କୁ ପେନସନ ମିଳିବା ଆରମ୍ଭ ହୋଇଯାଏ । ଏହି ଯୋଜନାରେ ଆପଣଙ୍କୁ ଅତିକମରେ ଏକ ହଜାର ଟଙ୍କା, ୨ହଜାର ଟଙ୍କା, ୩୦୦୦ ଟଙ୍କା, ୪୦୦୦ ଟଙ୍କା ଏବଂ ଅଧିକତମ ୫,୦୦୦ ଟଙ୍କା ମାସିକ ପେନସନ୍‌ ମିଳିଥାଏ। ଯଦି ଆପଣମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତାହେଲେ ରେଜିଷ୍ଟ୍ରେସନ୍‌ କରିପାରିବେ। ରେଜିଷ୍ଟ୍ରେସନ୍‌ ପାଇଁ ଆପଣଙ୍କ ପାଖରେ ସେଭିଙ୍ଗସ୍‌ ଆକାଉଣ୍ଟ, ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ରହିବା ଜରୁରୀ । ଆପଣ ଯେତେ ଜଲଦି ଏହି ଯୋଜନାରେ ନିଜକୁ ନିବେଶ କରାଇଲେ ସେତେ ଲାଭ ଆପଣ ମାନଙ୍କର ହବ। ଯଦି କୌଣସି ବ୍ୟକ୍ତି ୧୮ ବର୍ଷ ବୟସରୁ ଅଟଳ ପେନସନ୍‌ ଯୋଜନାରେ ନିଜ ନାମ ପଞ୍ଜିକରଣ କଲେ ତାହେଲେ ସେ ୬୦ ବର୍ଷ ବୟସ ପରେ ପ୍ରତି ମାସରେ ୫୦୦୦ ଟଙ୍କା ମାସିକ ପେନସନ୍‌ ପାଇପାରିବେ । ଏହି ୫୦୦୦ ଟଙ୍କା ସେତେବେଳେ ପାଇପାରିବେ ଯେତେବେଳେ ମାସକୁ ୨୧୦ ଅର୍ଥାତ୍ ଦିନକୁ ୭ ଟଙ୍କା ଲେଖାଏଁ ସେଥିରେ ଜମା କରିବେ ।

• ଯୋଜନାର ଲାଭ ହେଉଛି,ଏହି ଯୋଜନାରେ ଯଦି ଆପଣ ପ୍ରତି ଦିନ ୭ ଟଙ୍କା ଜମା କରୁଛନ୍ତି ତାହେଲେ ପ୍ରତି ମାସ ଆପଣ ୫,୦୦୦ ଟଙ୍କା ପାଇପାରିବେ।

• ଆପଣ ଯଦି ପ୍ରତି ମାସ ୪୨ ଟଙ୍କା ଜମା କରୁଛନ୍ତି ତାହେଲେ ୧୦୦୦ ଟଙ୍କା ମାସିକ ପେନସନ୍‌ ମିଳିବ।

• ଆପଣ ୮୪ ଟଙ୍କା ନିବେଶ କଲେ,ମାସକୁ ୨୦୦୦ ଟଙ୍କା ପେନସନ ପାଇପାରିବେ ।

• ୩୦୦୦ ଟଙ୍କା ମାସିକ ପେନସନ୍‌ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ୧୨୬ ଟଙ୍କା ମାସିକ ନିବେଶ କରିବାକୁ ହେବ।

• ମାସକୁ ୧୬୮ ଟଙ୍କା ଜମା କଲେ,୪୦୦୦ ପର୍ଯ୍ୟନ୍ତ ପେନସନ ପାଇପାରିବେ।

• ଏହି ଯୋଜନାର ସବୁଠାରୁ ବଡ ସୁବିଧା‌ ହେଉଛି ଏଥିରେ ମିଳୁଥିବା ଟ୍ୟାକ୍ସ ବେନିଫିଟ୍‌। ଅଟଳ ପେନସନ୍‌ ଯୋଜନାରେ ନିବେଣ କରୁଥିବା ଲୋକଙ୍କୁ ଇନକମ୍‌ ଟ୍ୟାକ୍ସ ଆକ୍ଟ ୮୦ସି ଅନୁଯାୟୀ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ବେନିଫିଟ୍‌ ମିଳିଥାଏ।

ଯଦି କେହି ବ୍ୟକ୍ତି ୬୦ ବର୍ଷ ଆଗରୁ ମୃତ୍ୟୁ ବରଣ କଲେ,ତାହାଲେ ତାର ପେନସନ ତାର ସ୍ତ୍ରୀ କିମ୍ବା ସ୍ବାମୀ ଏଥିରେ ମାସକୁ ମାସ ଟଙ୍କା ଜମା କରି ୬୦ ବର୍ଷ ହେଲା ପରେ ଏହି ପେନସନ ପାଇପାରିବେ। ଆଉ ଯଦି ସ୍ତ୍ରୀ କିମ୍ବା ସ୍ବାମୀର ମଧ୍ୟ ମୃତ୍ୟୁ ହେଇଗଲା ତାହାଲେ ନୋମିନୀ ପଇସା ପାଇବେ ।

odia sambada
Comments (0)
Add Comment