କେମିତି,କେଉଁଠି ଆଉ କିପରି କରୋନା ଭୂତାଣୁ ର ସୃଷ୍ଟି ହୋଇଥିଲା, ଦୀର୍ଘ ଅଢ଼େଇ ବର୍ଷ ପରେ WHO ୟାର ଉତ୍ତର ଦେଲା

ଆପଣ ମାନେ ତ ସମସ୍ତେ କୋରୋନା ଭାଇରସ ସହ ପରିଚିତ ଥିବେ । ୨୦୧୯ ରେ ଆସିଥିବା ଏହି ଭୟାନକ ମହାମାରୀ ଦୀର୍ଘ ୧ବର୍ଷ କାଳ ଆମକୁ ସମ୍ପୂର୍ଣ୍ଣ ଘରେ ବସାଇଦେବା ସହ କେତେ ଲୋକଙ୍କ ଜୀବନ ନେଇଯାଇଥିଲା । କେତେ ନିଜ ଲୋକ ମାନଙ୍କୁ ସେତେବେଳେ ହରାଇଛନ୍ତି । ଭୟରେ କେହି ବିନା ମାସ୍କ ରେ ଘରୁ ବାହାରିପାରୁନଥାନ୍ତି । କରୋନାର ନାମ ଶୁଣିଲେ ସେତେବେଳେ ଯେମିତି ପାଦ ତଳୁ ମାଟି ଖସିଯାଉଥାଏ । ସେତେବେଳେ କେହି ବୁଝିପାରୁନଥାଆନ୍ତି ଯେ ହଠାତ୍ ଏହି ଭାଇରସ କେମିତି ଆସିଲା । ମାତ୍ର ଆଜି ଦୀର୍ଘ ଅଢ଼େଇ ବର୍ଷ ପରେ WHO ୟାର ଉତ୍ତର ଦେଲା । ୨୦୧୯ ରୁ ସାରାବିଶ୍ୱରେ ଆତଙ୍କମଚାଇଥିବା ଏହି କରୋନା ମହାମାରୀକୁ ନେଇ ଏବେ ବି ଅନେକ ରହସ୍ୟ ଉପରୁ ପରଦା ହଟିନାହିଁ। ଭୂତାଣୁ କେଉଁଠି, କେମିତି ଓ କିପରି ସୃଷ୍ଟି ହୋଇଥିଲା ତାହା ସବୁଠାରୁ ବଡ ପ୍ରଶ୍ନ। WHO ଦ୍ୱାରା ଗଠିତ ଏକ ବିଶେଷଜ୍ଞମାନଙ୍କ କମିଟି କହିଛି ଯେ, ମହାମାରୀର ଉତ୍ପତ୍ତି ଜାଣିବା ପାଇଁ ଅଧିକ ଅଧ୍ୟୟନର ଆବଶ୍ୟକ ରହିଛି।

ଗତବର୍ଷ WHO ସିଦ୍ଧାନ୍ତ ନେଇଥିଲା ଯେ, କୋଭିଡ ଏକ ଲାବୋରେଟୋରୀରୁ ମଣିଷ ଦେହକୁ ବ୍ୟାପିବାର ସମ୍ଭାବନା ବହୁତ କମ। କିନ୍ତୁ ଗୁରୁବାର ପ୍ରକାଶିତ ଏକ ରିପୋର୍ଟରେ WHO ବିଶେଷଜ୍ଞମାନଙ୍କ କମିଟି କହିଛି ଯେ, ମହାମାରୀ କିପରି ଉତ୍ପନ୍ନ ହୋଇଛି ତାହା ବ୍ୟାଖ୍ୟା କରିବାର ମୁଖ୍ୟ ତଥ୍ୟ ଏଯାଏଁ କିଛି ସେମିତି ନାହିଁ।

WHO କହିଛି ଯେ ବର୍ତ୍ତମାନ ସବୁ ବୈଜ୍ଞାନିକ ମାନଙ୍କୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖି ଆଗକୁ କୋଭିଡ ଉପରେ ଅଧିକ ରିସର୍ଚ କରାଯିବ। WHO ଦ୍ଵାରା ଗଠିତ ହେଇଥିବା କମିଟି କହିଁଛି ଯେ ଆମ ପାଖରେ ଏବେ ବି ପ୍ରମାଣ ଅଛି ଯେ ଆଗରୁ ଲ୍ୟାବ ଗୁଡିକରୁ କେମିତି ଭାଇରସ ଗୁଡ଼ିକ ମଣିଷ ଦେହକୁ ବ୍ୟାପିଥିଲା,ତେବେ ଉହାନ ର ଲ୍ୟାବ ରୁ ଉତ୍ପତ୍ତି ଏହି କୋଭିଡ୍ କୁ ଜମା ବି ଅଣଦେଖା କରିହେବ ନାହିଁ ।କୋଭିଡ ଭୂତାଣୁର ପ୍ରକୋପ ପ୍ରଥମେ ଚୀନ ଦେଶର ଉହାନ ସହରରେ ୨୦୧୯ରେ ଦେଖା ଦେଇଥିଲା।

ଚୀନ୍ ପ୍ରଥମେ ଏହି ଘଟଣାକୁ ସମସ୍ତ ଦେଶ ଠାରୁ ଲୁଚାଇ ରଖିଥିଲା, କିନ୍ତୁ ପରେ ଯେମିତି ଏହି ଭୂତାଣୁ ଅନ୍ୟ ଦେଶକୁ ବ୍ୟାପିଗଲା ଏବଂ ଶୀଘ୍ର ମହାମାରୀରେ ପରିଣତ ହେଲା,ସେତେବେଳେ ସମସ୍ତେ ଜାଣିଲେ ଯେ ଏହା ଚୀନର ଉହାନ୍ ସହରରୁ ଆସିଛି ବୋଲି । New york Times ର ଏକ ରିପୋର୍ଟ ଅନୁସାରେ , COVID ର ପ୍ରଥମ ରୋଗୀ ଚୀନର ଉହାନର ହୁଆନାନ ସି ଫୁଡ୍ ମାର୍କେଟରେ କାମ କରୁଥିଲା । ଅନ୍ୟ ଏକ ତଥ୍ୟ ଅନୁଯାୟୀ, ଆରିଜୋନା ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନର ମୁଖ୍ୟ ୱୋରୋବି କହିଛନ୍ତି ଯେ, କୋଭିଡ ରୋଗରେ ଆକ୍ରାନ୍ତ ହୋଇଥିବା ଜଣେ ଆକାଉଣ୍ଟାଣ୍ଟର ପ୍ରଥମ ଲକ୍ଷଣ ଡିସେମ୍ବର ୧୬ରେ ମିଳିଥିଲା।ପରେ ୧୧ ଡିସେମ୍ବରରେ ୨୦୧୯ରେ ଜଣେ ମହିଳା ଏହାର ପ୍ରଥମ ରୋଗୀ ବୋଲି କୁହାଯାଉଥିଲା ଯିଏ ସି ଫୁଡ ମାର୍କେଟରୁ କିଛି ଜିନିଷ କିଣିଥିଲେ। WHOର ବିଶେଷଜ୍ଞ କମିଟି ମଧ୍ୟ କହିଛି ଯେ, ପ୍ରଥମେ ଦାବି କରାଯାଉଥିବା ସେହି ମହିଳା ଯେ ମାର୍କେଟ ରୁ କିଛି କିଣିଥିଲେ ସେହି ମହିଳା କୋରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ତା ଉପରେ କୌଣସି ପ୍ରମାଣ ନାହିଁ।

odia sambada
Comments (0)
Add Comment