ଗାର୍ଲଫ୍ରେଣ୍ଡ ସହ ହେଲା ଝଗଡା, ଯୁବକ ଜଣକ ରାଗରେ କରିଦେଲେ ସବୁଠାରୁ ବଡ଼ ଭୁଲ ଏବଂ କରିଦେଲେ 40 କୋଟି ଟଙ୍କାର କ୍ଷତି

Trending News: ଏହି ମାମଲା ଆମେରିକାର Dallas ସହରର ଅଟେ, ଯେଉଁଠାରେ ଜଣେ ଯୁବକଙ୍କର ନିଜ ଗାର୍ଲଫ୍ରେଣ୍ଡ ସହିତ ଝଗଡା କରିବା ବହୁତ୍ ଭାରି ପଡ଼ିଗଲା । ଏହି ରାଗ ଏବଂ ଲଢେଇ – ଝଗଡା କାରଣରୁ ବ୍ୟକ୍ତି ଏମିତି କିଛି କରିଦେଲେ, ଯାହାକୁ ସେ ନିଜେ ମଧ୍ୟ କେବେ କଳ୍ପନା କରିନଥିବେ । ବାସ୍ତବରେ 21 ବର୍ଷୀୟ ଏହି ଯୁବକ ବ୍ରାୟନ ହର୍ଣାନଡେଜ୍ ନିଜ ଗାର୍ଲଫ୍ରେଣ୍ଡ ସହିତ ଝଗଡା ହେବା ପରେ ଗୋଟିଏ ମ୍ୟୁଜୀୟମରେ ପଶି ଭଙ୍ଗାରୁଜା ଆରମ୍ଭ କରିଦେଲେ । ଯେଉଁ ସମୟରେ ମ୍ୟୁଜୀୟମରେ ରଖାଯାଇଥିବା 5 ମିଲିୟନ ଡଲାର ଅର୍ଥାତ୍ 40 କୋଟି ଟଙ୍କାର ଗୋଟିଏ ପ୍ରାଚୀନ ଗ୍ରୀକ୍ କଳାକୃତି ଭାଙ୍ଗିଗଲା ।

ପୋଲିସକୁ ଫୋନ୍ କରି ନିଜେ ଦେଲେ ସୂଚନା :

ଭଙ୍ଗାରୁଜା କଲେ ତାହା ଅଲଗା କଥା, କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ବ୍ୟକ୍ତିଜଣକ ଏହି କଥାର ସୂଚନା ନିଜେ ହିଁ ପୋଲିସକୁ ଫୋନ୍ କରି ଦେଇଥିଲେ ଏବଂ କହିଲେ ଯେ ସେ ଅମୂଲ୍ୟ ପ୍ରାଚୀନ କଳାକୃତିକୁ ନଷ୍ଟ କରି ଦେଇଛନ୍ତି । କାରଣ ସେ ରାଗରେ ଥିଲେ ଏବଂ ତାଙ୍କର ନିଜ ଗାର୍ଲଫ୍ରେଣ୍ଡ ସହିତ ଝଗଡା ହୋଇଯାଇଥିଲା ।

‘ଡେଲି ମେଲ’ର ରିପୋର୍ଟ୍ ଅନୁଯାୟୀ, ବ୍ରାୟନ୍ ମ୍ୟୁଜୀୟମରେ ପଶି ଅତି କମରେ ତିନୋଟି ପ୍ରାଚୀନ କଳାକୃତିକୁ ଭାଙ୍ଗି ଦେଲେ, ଯାହାର ମୂଲ୍ୟ 40 କୋଟି ଟଙ୍କା ଆକଳନ କରାଯାଇଛି । ଏହି କଳାକୃତି ଗୁଡ଼ିକ ପ୍ରାୟ 2,500 ବର୍ଷର ପୁରୁଣା ଥିଲା । ଏହି ଘଟଣା ଗତ ବୁଧବାର ଦିନ ରାତି ପ୍ରାୟ 10 ଟା ସମୟର ଅଟେ, ଯେତେବେଳେ କି ବ୍ରାୟନ୍ ଗୋଟିଏ ଚଉକି ଦ୍ଵାରା ମ୍ୟୁଜୀୟମର କବାଟ ଭାଙ୍ଗି ଭିତରେ ପଶିଥିଲେ ଏବଂ ତାପରେ ସେ ମ୍ୟୁଜୀୟମରେ ପଶି ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ ।

ସିସିଟିଭିରେ କଳାକୃତିଗୁଡ଼ିକୁ ଭାଙ୍ଗୁଥିବାର ଦେଖାଗଲେ ବ୍ରାୟନ :-

ପୋଲିସ କହିଛି ଯେ ସିସିଟିଭି ଫୁଟେଜରେ ବ୍ରାୟନ ଗୋଟିଏ ଷ୍ଟୁଲ ଦ୍ଵାରା ପ୍ରାଚୀନ କଳାକୃତିଗୁଡ଼ିକୁ ଭାଙ୍ଗୁଥିବାର ଦେଖାଯାଉଛନ୍ତି । ପୋଲିସ କହିଛି ଯେ ବ୍ରାୟନ ଯେଉଁ ବସ୍ତୁ ଗୁଡ଼ିକୁ ନଷ୍ଟ କରିଛନ୍ତି, ତାହା ଦୁର୍ଲଭ ପ୍ରାଚୀନ କଳାକୃତିଗୁଡ଼ିକ ଅଟେ ଏବଂ ତାହା ବହୁତ୍ ମୂଲ୍ୟବାନ ମଧ୍ୟ ଅଟେ । ଯେଉଁଥିପାଇଁ ବ୍ରାୟନଙ୍କୁ ଗିରଫ କରାଯାଇଛି ଏବଂ ସେ ଅଧିକାରୀଙ୍କ ସାମ୍ନାରେ ନିଜର ଅପରାଧ ମଧ୍ୟ ସ୍ବୀକାର କରିଛି ।

odia sambada
Comments (0)
Add Comment