ସ୍ମୋକିଙ୍ଗ ଛାଡ଼ ଏବଂ ପାଅ 20 ରୁ 40 ହଜାର ଟଙ୍କା, ଏହି ସହରରେ ଅଣାଯାଉଛି ଏହି ସ୍କିମ

Smoking: ସ୍ମୋକିଙ୍ଗର ନିଶା ଆମ ଜୀବନ ପାଇଁ ସବୁଠାରୁ ବଡ ବିପଦ ଅଟେ, କିନ୍ତୁ ତଥାପି ଲୋକମାନେ ଏହି ନିଶାକୁ ଛାଡ଼ି ପାରନ୍ତି ନାହିଁ । ତେବେ ଆପଣ ଜାଣିଥିବେ ଯେ ସବୁ ଉପରେ ପଇସା ହିଁ ବଡ । ତେବେ ବୋଧହୁଏ ଏହି ପଇସା ଲୋକଙ୍କ ନିଶାକୁ ଛଡାଇ ପାରେ । ଆଜ୍ଞା ହଁ, କାରଣ ସ୍ମୋକିଙ୍ଗ ହାରକୁ ହ୍ରାସ କରିବାପାଇଁ ଗୋଟିଏ ସହରରେ ପାଇଲଟ କାଉନସିଲ ସ୍କିମର ପ୍ରସ୍ତାବ ଅଣାଯାଇଛି । ଯେଉଁଥିରେ ସ୍ମୋକିଙ୍ଗ ଛାଡ଼ିବା ବ୍ୟକ୍ତିଙ୍କୁ ପ୍ରାୟ 20 ହଜାର ଟଙ୍କା କ୍ୟାସ ଦେବାର ବ୍ୟବସ୍ଥା ରହିବ । ସେହିପରି ପ୍ରେଗ୍ନେଣ୍ଟ ମହିଳାଙ୍କୁ ଏହି ସ୍କିମ ଅଧୀନରେ ଦୁଇଗୁଣ ପଇସା ଦିଆଯିବ ।

ପ୍ରେଗ୍ନେଣ୍ଟ ମହିଳା ମଧ୍ୟ ସାମିଲ :-

ସୂଚନା ଅନୁଯାୟୀ ଏହି ସହର ବ୍ରିଟେନର ଚେସାୟର ଇଷ୍ଟ ଅଟେ, ଯେଉଁଠାରେ ଏହି ସ୍କିମ୍ ଅଣାଯାଉଛି । ଏହାର କାରଣ ସେଠାରେ ବଢୁଥିବା ଧୂମପାନ ହାର, ଯାହା କମିବାର ନାଁ ମଧ୍ୟ ଧରୁନି । ତେଣୁ ଧୁମପାନର ଆକଳନକୁ ଦୃଷ୍ଟିରେ ରଖି ବ୍ରିଟେନର ଚେସାୟର ଇଷ୍ଟର ଏହି ସ୍କିମରେ ପ୍ରେଗ୍ନେଣ୍ଟ ମହିଳାଙ୍କୁ ମଧ୍ୟ ସାମିଲ କରାଯାଇଛି । ଏହି ସ୍କିମ ଅନୁଯାୟୀ, ସ୍ମୋକିଙ୍ଗ ଛାଡ଼ିବା ଲୋକଙ୍କୁ ପ୍ରାୟ 20 ହଜାର ଏବଂ ପ୍ରେଗ୍ନେଣ୍ଟ ମହିଳାଙ୍କୁ ସ୍ମୋକିଙ୍ଗ ଛାଡ଼ିଲେ 40 ହଜାର ଟଙ୍କା ଦିଆଯିବ ।

ଦେବାକୁ ପଡ଼ିବ ଟେଷ୍ଟ :-

ଯଦି ଏହି ଯୋଜନା ଫଳପ୍ରଦ ବୋଲି ପ୍ରମାଣିତ ହୁଏ, ତେବେ ଏହା ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିବ । ଏହି ଯୋଜନା ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଯଦି ଜଣେ ବ୍ୟକ୍ତି ସ୍ମୋକିଙ୍ଗ ଅର୍ଥାତ୍ ଧୂମପାନ ତ୍ୟାଗ କରିବାକୁ ଦାବି କରନ୍ତି, ତେବେ ତାଙ୍କୁ ଗୋଟିଏ ପରୀକ୍ଷା ଦେଇ ଯିବାକୁ ପଡିବ । ବ୍ୟକ୍ତି ଜଣକ ପ୍ରକୃତରେ ଧୂମପାନ ତ୍ୟାଗ କରିଛନ୍ତି ବୋଲି ତାଙ୍କର ଦାବିକୁ ପ୍ରମାଣ କରିବା ପାଇଁ ସେମାନଙ୍କୁ ଏକ୍ସଲେଡ କାର୍ବନ ମୋନୋକ୍ସାଇଡ ଟେଷ୍ଟ ଦେବାକୁ ପଡ଼ିବ ।

ଇନ୍ସଟଲମେଣ୍ଟରେ ଦିଆଯିବ ଟଙ୍କା :-

ଏକ ରିପୋର୍ଟ ଅନୁଯାୟୀ, ଯେଉଁମାନେ ଦିନକୁ 20 ଥର ଧୂମପାନ କରନ୍ତି, ସେମାନେ ଧୂମପାନ ପାଇଁ ବାର୍ଷିକ 4.4 ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ଏହା ବ୍ୟତୀତ 70 ପ୍ରତିଶତ ଲଙ୍ଗ କ୍ୟାନ୍ସରର କେସ ଧୂମପାନ ସହିତ ଜଡିତ । ଏହା ବ୍ୟତୀତ ଧୂମପାନ ହେତୁ ଅନେକ ରୋଗ ମଧ୍ୟ ହୋଇଥାଏ । ଆମେ ଆପଣଙ୍କୁ କହିରଖୁଛୁ ଯେ ଏହି ଯୋଜନା ପାଇଁ ପ୍ରାୟ 1 କୋଟି ଟଙ୍କା ମଧ୍ୟ ଆବଣ୍ଟିତ ହୋଇଛି, ଅର୍ଥାତ୍ ଏହି ଯୋଜନା ଅଧୀନରେ ସ୍ମୋକିଙ୍ଗ ଛାଡ଼ିବା ଲୋକଙ୍କୁ 20 ହଜାର ଏବଂ ଗର୍ଭବତୀ ମହିଳାଙ୍କୁ 40 ହଜାର ଟଙ୍କା ଇନ୍ସଟଲମେଣ୍ଟରେ ଦିଆଯିବ । କୁହାଯାଉଛି ଯେ ଏହି ଯୋଜନା ଜୁଲାଇ ମାସରେ ପରିଷଦ ସମ୍ମୁଖରେ ଉପସ୍ଥାପିତ ହେବ ।

odia sambada
Comments (0)
Add Comment