OMG: ଦୁନିଆର ସବୁଠାରୁ ରହସ୍ୟମୟୀ ଗାଆଁ! ଯେଉଁଠି ବଡ ହେବା ମାତ୍ରେ ଝିଅ ପରିଣତ ହୋଇଯାନ୍ତି ପୁଅରେ

ଯୁବକ ଓ ଯୁବତୀଙ୍କ ପାଇଁ ଯୌବନ ଏକ ଅଦ୍ଭୁତ ସମୟ ଅଟେ। ଏହି ସମୟରେ ଯୁବକ ଓ ଯୁବତୀଙ୍କ ସ୍ୱରରେ ପରିବର୍ତ୍ତନ ଆସିଥାଏ ଏବଂ ମନ ମଧ୍ୟ ବହୁତ ଚଞ୍ଚଳ ରହେ। ଆଜି ଆମେ ଆପଣଙ୍କୁ ଏଭଳି ଅକ ରହସ୍ୟ ମୟ ଗାଁ ବିଷୟରେ କହିବାକୁ ଯାଉଛୁ , ଯେଉଁଠାରେ ନିର୍ଦ୍ଦିଷ୍ଟ ଏକ ବୟସରେ ଝିଅମାନେ ପୁଅରେ ପରିବର୍ତ୍ତିତ ହେଇଯାଆନ୍ତି।

କଣ ହେଲା? ଏକଥା ଶୁଣି ଚମକି ପଡ଼ିଲେ ନା ଆପଣ! ଡେଲିମେଲର ଖବର ଅନୁସାରେ ,ଡୋମିନିକା ରିପବ୍ଲିକ ଦେଶରେ ଏକ ଗ୍ରାମ ଅଛି ଲା ସେଲିନାସ। ଏହି ଗ୍ରାମର ବିଶେଷତ୍ଵ ଏହାକି ଏକ ନିର୍ଦ୍ଦିଷ୍ଟ ବୟସ ପରେ ଏଠିକାର ଝିଅ ମାନଙ୍କ ଲିଙ୍ଗ ପରିବର୍ତ୍ତନ ହୋଇଯାଏ। ତାପରେ ସେ ପୁଅ ହୋଇଯାଏ। ଏହି ରହସ୍ୟକୁ ବୈଜ୍ଞାନିକମାନେ ମଧ୍ୟ ବୁଝି ପାରୁନାହାନ୍ତି।

୧୨ ବର୍ଷ ବୟସରେ ହୁଏ ପରିବର୍ତ୍ତନ:-

ଏହି ଗ୍ରାମ ର ଅଧିକାଂଶ ଝିଅ ୧୨ ବର୍ଷ ବୟସ ହଉ ହଉ ପୁଅରେ ପରିଣତ ହୋଇଯାଆନ୍ତି। ଝିଅମାନଙ୍କର ପୁଅ ହୋଇଯିବାର ରୋଗ ପାଇଁ ଏଠିକାର ଗ୍ରାମ ବାସୀମାନେ ବହୁତ ଚିନ୍ତିତ ଅଛନ୍ତି। ଏହି ଗ୍ରାମ ସମୁଦ୍ର କୂଳରେ ଅବସ୍ଥିତ। ଏଠିକାର ଜନ ସଂଖ୍ୟା ୬ ହଜାର ପାଖାପାଖି ଅଟେ। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ପାଇଁ ଏହି ଗାଁ ଦୁନିଆର ବଡ଼ ବଡ଼ ଶୋଧ କର୍ତ୍ତାମାନଙ୍କ ପାଇଁ ରିସର୍ଚ୍ଚର ବିଷୟ ହେଇଛି। ଡାକ୍ତରଙ୍କ କହିବା କଥାକି ଏହା ଏକ ବଂସାନୁଗତ ରୋଗ ଅଟେ।

ଏହି ରୋଗରେ ପୀଡ଼ିତ ପିଲାମାନଙ୍କୁ ସ୍ଥାନୀୟ ଭାଷାରେ ସୁଦୋହର୍ମାଫ୍ରଦ ଆଇଟ” କୁହାଯାଏ। ଯେଉଁ ଝିଅମାନଙ୍କୁ ଏହି ରୋଗ ଥାଏ କିଛି ବର୍ଷ ଭିତରେ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ପୁରୁଷଙ୍କ ଭଳି ହେବାକୁ ଲାଗେ।ଯେଉଁଠାରେ ଝିଅମାନଙ୍କ ସ୍ୱର ସରୁ ହୋଇଥାଏ କିନ୍ତୁ ସେମାନଙ୍କର ମୋଟା କଣ୍ଠ ହୋଇଯାଏ। ଏହି ରହସ୍ୟ ପୂର୍ଣ୍ଣ ରୋଗରେ ଗାଁର ୯୦ ରୁ ଗୋଟିଏ ଛୁଆ ପୀଡ଼ିତ।

odia sambada
Comments (0)
Add Comment